ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତ ବିନୟ ନରୱାଲଙ୍କ ଶେଷ ଭିଡିଓ ଦାବି ସହିତ ଏକ ଭିନ୍ନ ଦମ୍ପତିଙ୍କ ଭିଡିଓ ସେୟାର କରା ଯାଉଛି।

False Social

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୬ ଜଣଙ୍କ ଜୀବନ ଯାଇଛି, ଯେଉଁଥିରେ ଜଣେ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ଏକ ଦମ୍ପତିଙ୍କ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଦାବି କରାଯାଉଛି ଯେ ଏହା ପହଲଗାମରେ ତାଙ୍କ ପତ୍ନୀଙ୍କ ସହିତ ବିନୟ ନରୱାଲଙ୍କ ଶେଷ ଭିଡିଓ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭିଡିଓରେ ନାଚୁଥିବା ଦମ୍ପତି ଶହିଦ ବିନୟ ନରୱାଲ ଏବଂ ତାଙ୍କ ପତ୍ନୀ ନୁହଁନ୍ତି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି, “ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେଫ୍ଟନାଣ୍ଟ ବିନୟ ନରୱାଲ ଶେଷ ଭିଡିଓ ସେୟାର କରିଥିଲେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର କିଛି ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଆଶିଷ ସେହରାୱତ ନାମକ ଜଣେ ୟୁଜରଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମିଳିଲା। ପୋଷ୍ଟରେ ଲେଖା ଯାଇଛି, “ଆମେ ଜୀବିତ ଅଛୁ ଏବଂ ଆମେ ନିକଟରେ ପୋଷ୍ଟ କରିଥିବା ଏକ ଭିଡିଓକୁ ସମ୍ବୋଧିତ କରିବାକୁ ଚାହୁଁଛୁ ଯେ ଦୁର୍ଭାଗ୍ୟବଶତଃ ତାହା ଘୃଣା ସୃଷ୍ଟି କରିଥିଲା, ଯାହା ଫଳରେ ଆମେ ଏହାକୁ ଡିଲିଟ୍ କରିଦେଲୁ।

https://www.instagram.com/reel/DIzKFYCyqkS/?utm_source=ig_web_copy_link&igsh=MzRlODBiNWFlZA==

Archive

ଆମେ ଆଶିଷ ସେହରାୱତଙ୍କ ପ୍ରୋଫାଇଲ୍‌ ସହିତ ଯୋଗାଯୋଗ କରି ଭାଇରାଲ୍ ଭିଡିଓ ବିଷୟରେ ପଚାରିଲୁ। ସେ କହିଲେ, “ଆମେ ଯେଉଁ ଘୃଣା ପାଉଥିଲୁ ତାହା ପରେ ଆମେ ପ୍ରକୃତରେ ଭିଡିଓଟିକୁ ଡିଲିଟ୍ କରିଦେଇଛୁ” ଏବଂ ସେ ୧୪ ଏପ୍ରିଲ ୨୦୨୫ ରେ ରେକର୍ଡ ହୋଇଥିବା ଭିଡିଓର ଏକ ସ୍କ୍ରିନ୍‌ସଟ୍ ସେୟାର କଲେ। ସ୍କ୍ରିନ୍‌ସଟ୍ ସେୟାର କରି ସେ କହିଲେ, “ଏହା ପ୍ରମାଣ ଯେ ଏହା ୧୪ ଏପ୍ରିଲରେ ଆମ ଫୋନ୍‌ରୁ ସୁଟ୍ କରାଯାଇଥିଲା

Archive

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଡିଓରେ ନାଚୁଥିବା ଦମ୍ପତି ଶହିଦ ବିନୟ ନରୱାଲ ଏବଂ ତାଙ୍କ ପତ୍ନୀ ନୁହଁନ୍ତି। ଜେନ ଭିନ୍ନ ଦମ୍ପତିଙ୍କ ଭିଡିଓକୁ ଶହିଦ ବିନୟ କୁମାରଙ୍କ ଶେଷ ଭିଡିଓ ଦାବି ସହିତ ସେୟାର କରା ଯାଉଛି। 

Avatar

Title:ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତ ବିନୟ ନରୱାଲଙ୍କ ଶେଷ ଭିଡିଓ ଦାବି ସହିତ ଏକ ଭିନ୍ନ ଦମ୍ପତିଙ୍କ ଭିଡିଓ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *