ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

False International

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କାରଖାନା ପରି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣର ଏକ ଦୃଶ୍ୟ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆରବ ଦେଶର ଶାରଜାହ ସହରର ଏକ ତେଲ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ଏହା ଋଷିଆର  ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ ର ଦୃଶ୍ୟ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୩୧ ମଇ ୨୦୨୫ ରେ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ କୁହ ଯାଇଛି, “ଶାରଜାହ: ହାମରିୟା ବନ୍ଦରରେ ହେଇଥିବା ଅଗ୍ନିକାଣ୍ଡକୁ ଲିଭାଇବା ଏବଂ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞ ଦଳଗୁଡ଼ିକ କାର୍ଯ୍ୟ କରୁଛନ୍ତି।

ଗଲ୍ଫ୍ ଇନ୍ସାଇଡ଼ର ନାମକ ଫେସବୁକ ପେଜରେ ମଧ୍ୟ ସମାନ ଭିଡିଓ ପୋଷ୍ଟ କରି କୁହା ଯାଇଛି ଯେ ହାମରିୟାହ ବନ୍ଦରରେ ଥିବା ଏକ ଇନ୍ଧନ ଗୋଦାମରେ ସାରଜାହ ଅଗ୍ନିଶମ କର୍ମଚାରୀମାନେ ୧୨ ଘଣ୍ଟା ଧରି ଏକ ବଡ଼ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ। ସକାଳ ପ୍ରାୟ ୮ ଟା ରେ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଜ୍ୱଳନଶୀଳ ପଦାର୍ଥ ଜଳି ଯାଇଥିଲା।

https://www.facebook.com/reel/643045515417975

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୩୧ ମଇ ତାରିଖରେ ସାରଜାହର ଅଲ୍ ହାମରିୟା ଇନ୍ଧନ ଡିପୋରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ଅତ୍ୟଧିକ ପେଟ୍ରୋକେମିକାଲ୍ ସାମଗ୍ରୀ ବ୍ୟବହାର କରାଯାଇଥିଲା। ଜଳ ବାଲ୍ଟି ବ୍ୟବହାର କରି ହେଲିକପ୍ଟର ସମେତ ଜରୁରୀକାଳୀନ ଦଳଗୁଡ଼ିକ ପ୍ରାୟ ୨୪ ଘଣ୍ଟା ଧରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପରିଶ୍ରମ କରିଥିଲେ। ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିବା ଦେଖାଯାଇଥିଲା। ଜୁନ୍ ୧ ତାରିଖ ସକାଳ ସୁଦ୍ଧା ନିଆଁକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଶାରଜାହ ସହରର ହାମରିୟା ବନ୍ଦର ନିକଟରେ ଘଟିଥିବା ଏକ ଅଗ୍ନିକାଣ୍ଡର ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Avatar

Title:ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *