ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

Communal False

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ବେଳେ ଜଣେ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତା’ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେ ମୁସ୍ଲିମ ବ୍ୟକ୍ତିଙ୍କୁ ମାରିଥିବା ନଜର ଆସିଛି। ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ମୁସ୍ଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଲା ପରେ ସେ ନିଜ ଭୁଲ ସ୍ଵୀକାର କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ସ୍କ୍ରୀପତେଡ୍ ଭିଡିଓ ଯାହାକୁ ସତ୍ୟା ଘଟଣା ଦାବି ସହିତ ସେୟାର କରା ଯାଉଛି। 

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ମାତ୍ର ଗୋଟିଏ ଚଟକୁଣୀରେ କଠମୁଲ୍ଲା ସାଇଜ୍

https://archive.org/details/scrnli_Ki4pkydXP21N70

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଏଠାରେ ଏବଂ ଏଠାରେ ଦେଖିବାକୁ ମିଳିଲା। ଭିଡିଓଟି ସେୟାର କରିବା ସମୟରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ଭିଡିଓରେ ଥିବା ସମସ୍ତ ଲୋକ ହିନ୍ଦୁ ସମ୍ପ୍ରଦାୟର, ଯେଉଁଥିରେ ମୁସଲିମ ଟୋପି ପିନ୍ଧିଥିବା ବ୍ୟକ୍ତି ମଧ୍ୟ ଅଛନ୍ତି। ୟୁଜର ଜଣକ ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ‘ହେମରାଜ ଠାକୁର’ ବୋଲି ଜଣାଇଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ୟୁପି ପୋଲିସ ଏପରି ସ୍କ୍ରିପ୍ଟଡ୍ ଭିଡିଓ ତିଆରି କରିବା ଉପରେ ନଜର ରଖିବା ଉଚିତ।

ଏଥିସହ ୟୁଜର ମାନେ ଉତ୍ତରପ୍ରଦେଶ ପୋଲିସକୁ ହେମରାଜ ଠାକୁରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। 

Archive

ଏହା ପରେ ଆମେ ‘ହେମରାଜ ଠାକୁର‘ଙ୍କ ଫେସବୁକ୍ ଏକାଉଣ୍ଟ ଖୋଜିଲୁ। ଏଠାରେ ଆମେ ଭାଇରାଲ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ଫଟୋ ଏବଂ ହେମରାଜଙ୍କ ଫେସବୁକ୍ ପ୍ରୋଫାଇଲ ଫଟୋକୁ ବିଶ୍ଳେଷଣ କରିଲୁ। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ହେମରାଜ ଠାକୁରଙ୍କର ଫେସବୁକ ପେଜରେ ଥିବା ସୂଚନା ଅନୁଯାୟୀ ସେ ଜଣେ ଭିଡିଓ ନିର୍ମାତା ଏବଂ ସେ ଦିଲ୍ଲୀରେ ରୁହନ୍ତି। 

ପେଜର ଯାଞ୍ଚ କରିବା ପରେ, ଆମେ ଏପରି ଅନେକ ଭିଡିଓ ପାଇଲୁ। ତଥାପି, ଆମେ ତାଙ୍କ ଫେସବୁକ୍ ପୃଷ୍ଠାରେ ଭାଇରାଲ୍ ଭିଡିଓଟି ପାଇଲୁ ନାହିଁ। ଆମେ ଲକ୍ଷ୍ୟ କଲୁ ଯେ ଭାଇରାଲ ଭିଡିଓରେ ମହିଳାଙ୍କୁ ‘ସୁରକ୍ଷା’ କରୁଥିବା ପୁରୁଷ ପ୍ରାୟ ସମସ୍ତ ଭିଡିଓରେ ଦେଖାଯାଇଛି।

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ହେମରାଜ ଠାକୁରଙ୍କ ସହ ଯୋଗାଯୋଗ କରିଲା। ସେ ଆମକୁ କହିଲେ ଯେ, “ଭାଇରାଲ ଭିଡିଓ ପୁରୁଣା ଅଟେ। ମୁଁ ଏପରି ଅନେକ ଭିଡିଓ ଭିଡିଓ ତିଆରି ଏବଂ ସେଥିରେ ଏକ ଦାବିପତ୍ର ମଧ୍ୟ ଥାଏ ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖା ଯାଇଥାଏ ଯେ ସମସ୍ତ ଭିଡିଓ ମରୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରା ଯାଇଛି। କିନ୍ତୁ ସେହି ଭିଡିଓକୁ ଏଡିଟ୍ କରି ଦାବିପତ୍ର ହଟାଇ ଦିଆ ଯାଇ ଭିଡିଓ ସେୟାର କରା ଯାଇଛି। ଲୋକଙ୍କୁ ଆପତ୍ତି ହେବ ପରେ ମୁଁ ସେହି ଭିଡିଓ ଡ଼ିଲିଟ୍ କରି ଦେଇଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରା ଯାଇଥିବା ଏକ ଭିଡିଓକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *