ରାଜସ୍ଥାନରେ ପଞ୍ଚାୟତ ସମିତି ପ୍ରତିବାଦର ଭିଡିଓକୁ ୟୁଜିସି ସହିତ ଲିଙ୍କ୍ କରି ସେୟାର କରା ଯାଉଛି।

Misleading Political

ଦେଶର କିଛି ସ୍ଥାନରେ ନୂତନ UGC ନିୟମାବଳୀ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଜାନୁଆରୀ ୨୯ ତାରିଖରେ ଏହି ନୂତନ ନିୟମାବଳୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ କିଛି ଲୋକ ପ୍ରତିବାଦ କରୁଥିବାର ଦେଖିବାକୁ ମିଳୁଛି ଯେଉଁଥିରେ ପୋଲିସ ସେମାନଙ୍କୁ ବ୍ୟାରିକେଡ୍ ସହିତ ଅବରୋଧ କରୁଥିବାର ଦେଖାଯାଉଛି। ଦାବି କରା ଯାଉଛି ଯେ ଏହା UGC ବିରୁଦ୍ଧରେ ପ୍ରତିବାଦର ଏକ ଘଟଣା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରାଜସ୍ଥାନରେ ପଞ୍ଚାୟତ ସମିତି ପ୍ରତିବାଦର ଭିଡିଓକୁ ୟୁଜିସି ସହିତ ଲିଙ୍କ୍ କରି ସେୟାର କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୭ ଜାନୁଆରୀ ୨୦୨୬ ରେ ‘ବାଲାଜି ନ୍ୟୁଜ୍ ଶାହପୁରା’ ନାମକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଘଟଣା ରାଜସ୍ଥାନର ଜାଲୋର ଜିଲ୍ଲାର ଅଟେ। 

ପ୍ରାପ୍ତ ସୂଚନାର ସାହାଯ୍ୟ ନେଇ ଅଧିକ ସର୍ଚ୍ଚ କରିବା ପରେ, ଆମେ ଅନ୍ୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ଭାଇରାଲ ଭିଡିଓର ଖବର ପାଇଲୁ। ‘ପତ୍ରିକା.କମ‘ ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ, “ଝାବ ପଞ୍ଚାୟତ ସମିତିକୁ ଉଚ୍ଛେଦ କରି ଭାଦରୁଣାକୁ ପଞ୍ଚାୟତ ସମିତି କରିବା ବିରୋଧରେ ପ୍ରତିବାଦ କରିବା ପାଇଁ ବହୁ ସଂଖ୍ୟକ ଗ୍ରାମବାସୀ ଜାଲୋରରେ ପହଞ୍ଚିଥିଲେ।

କଲେକ୍ଟରେଟ୍ ପହଞ୍ଚିବା ପରେ, ଭିଡ଼ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ପ୍ରଥମ ପ୍ରୟାସରେ ଗୋଟିଏ ପାର୍ଶ୍ୱରେ ଥିବା ଲୁହା ବ୍ୟାରିକେଡ୍ ଭାଙ୍ଗି ଦେଇଥିଲା। ପ୍ରାୟ ୧୫ ମିନିଟ୍ ଧରି ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପ୍ରତିନିଧି ଦଳ ଝାବ ପଞ୍ଚାୟତ ସମିତିର ପୁନରୁଦ୍ଧାର ଦାବି କରି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଆମର ତଦନ୍ତ ସମୟରେ, ଆମେ ନବଭାରତ ଟାଇମ୍ସର ୨୭ ଜାନୁଆରୀ ୨୦୨୬ ତାରିଖରେ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ ପାଇଲୁ, ଯେଉଁଥିରେ କୁହାଯାଇଥିଲା ଯେ ଝାବ୍ ସମେତ ୨୪ ଟି ଗାଁର ଲୋକମାନେ “ଝାବ୍ ବଚାଓ ସଂଘର୍ଷ ସମିତି” ବ୍ୟାନର ତଳେ ଜାଲୋର ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଥିଲେ। ବିଜେପି ଜିଲ୍ଲା ଉପାଧ୍ୟକ୍ଷ ମହେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଅନେକ ବିଜେପି କର୍ମୀ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ପ୍ରମାଣିତ ହେଇଛି। ଭାଇରାଲ ଭିଡିଓ ରାଜସ୍ଥାନର ଘଟଣା। ରାଜସ୍ଥାନରେ ପଞ୍ଚାୟତ ସମିତି ପ୍ରତିବାଦର ଭିଡିଓକୁ ୟୁଜିସି ସହିତ ଲିଙ୍କ୍ କରି ସେୟାର କରା ଯାଉଛି।

Avatar

Title:ରାଜସ୍ଥାନରେ ପଞ୍ଚାୟତ ସମିତି ପ୍ରତିବାଦର ଭିଡିଓକୁ ୟୁଜିସି ସହିତ ଲିଙ୍କ୍ କରି ସେୟାର କରା ଯାଉଛି।

Fact Check By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *