ମକ୍କା କାବାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ସାଉଦି ବାସିନ୍ଦାଙ୍କର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

False Social

ମକ୍କା ମଦିନାରେ ଜଣେ ବ୍ୟକ୍ତି ବୋତଲରୁ କିଛି ତରଳ ପଦାର୍ଥ ଫିଙ୍ଗୁଠିବାର ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ବ୍ୟକ୍ତି ବୋତଲରୁ ପଦାର୍ଥ ଫିଙ୍ଗିବା ପରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାକୁ ଘେରି ଧରିଥିଲେ। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ମକ୍କାର ତୀର୍ଥ ସ୍ଥାନରେ ଜଣେ ଗଙ୍ଗାଜଳ ଛିଞ୍ଚନ କରିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମକ୍କାରେ ତରଳ ପଦାର୍ଥ ଫିଗିଥିବା ବ୍ୟକ୍ତି ଜଣେ ସାଉଦୀ ବାସିନ୍ଦା ଏବଂ ସେଠାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। 

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କୃ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି,”ମକ୍କାମଦିନାରେ ଗଙ୍ଗାଜଳ ଛିଞ୍ଚନ

Facebook | Archive

ସମାନ ଭିଡିଓ 2022 ରେ ମଧ୍ୟ ଭାଇରାଲ ହେଇଥିଲା ଯେଉଁଥିରେ ଦାବି କରା ଯାଇଥିଲା ଯେ ଜଣେ ଇରାନୀ ଲୋକ ମକ୍କାରେ କ୍ଷୀର ଢାଳି କହିଥିଲା ଯେ ତାହାର ପିତୃପୁରୁଷ ମାନେ ହିନ୍ଦୁ ଥିଲେ ଏବଂ ମକ୍କାରେ ଶିବଳିଙ୍ଗ ଅଛି।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ୟୁଟ୍ୟୁବ ରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦୧୮ ମସିହାରେ ଏକ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନ୍ ରେ ଲେଖା ଯାଇଛି, “ଜଣେ ବ୍ୟକ୍ତି କାବାରେ ପେଟ୍ରୋଲ ଢାଳି ନିଆ ଲଗାଇବାର ଉଦ୍ୟମ କରୁଥିଲା

ଫେବୃଆରୀ ୭, ୨୦୧୭ ରେ ଗଲ୍ଫ ଟାଇମ୍ସ ରିପୋର୍ଟ ଅନୁଯାୟୀ, ମକ୍କାର ପ୍ରସିଦ୍ଧ ମସଜିଦରେ ସୁରକ୍ଷା ବାହିନୀ ୪୦ ବର୍ଷ ବୟସର ଜଣେ ସାଉଦି ବ୍ୟକ୍ତିଙ୍କୁ ଗିରଫ କରିଥିଲେ ଯିଏ ନିଜେ ପେଟ୍ରୋଲ ଢାଳି କାବା ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ସେମାନେ ନିଶ୍ଚିତ କରିଛନ୍ତି ଯେ ବ୍ୟକ୍ତି ଜଣକ କାବାକୁ ନିଆଁ ଲଗାଇବାକୁ ଚେଷ୍ଟା କରିନଥିଲା। ସେନାବାହିନୀର ମୁଖପାତ୍ର ମେଜର ସାମେହ ଅଲ ସଲମିଙ୍କ କହିବାନୁସାରେ, ସେହି ବ୍ୟକ୍ତି ଜଣକ ସେତେବେଳେ ଠିକ୍ ମନରେ ନଥିଲେ। ସେ ଜଣେ ମାନସିକ ରୋଗୀ ବୋଲି ଜଣା ପଡ଼ୁଥିଲେ। 

ଡେଲି ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଭିଡିଓରେ ଥିବା ବ୍ୟକ୍ତି ନିଜେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ସଫଳ ହେବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ଜଣେ ସାକ୍ଷୀ ଡେଲି ଏକ୍ସପ୍ରେସକୁ କହିଥିଲେ ଯେ ସେ ଜଣେ ବ୍ୟକ୍ତିଙ୍କୁ କାବା ଉପରେ ପେଟ୍ରୋଲ ଢାଳୁଥିବାର ଦେଖିଥିଲେ। ଏହା ପରେ ସେ ଏବଂ ଅନ୍ୟ ତୀର୍ଥଯାତ୍ରୀମାନେ ଉକ୍ତ ବ୍ୟକ୍ତିଙ୍କୁ ଧରି ମକ୍କା ସୁରକ୍ଷା ବାହିନୀକୁ ଡାକିଥିଲେ। ଏହି ବ୍ୟକ୍ତି ଜଣକ ଇସଲାମ ଉଗ୍ରବାଦୀ ଗୋଷ୍ଠୀ ସ୍ଲୋଗାନ ଦେଉଥିବାର ମଧ୍ୟ ଶୁଣିବାକୁ ମିଳିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ବ୍ୟକ୍ତି କାବା ଉପରେ ଗଙ୍ଗାଜାଲ କିମ୍ବା କ୍ଷୀର ଢାଲୁନଥିଲେ। ପେଟ୍ରୋଲ ଢାଳିବା ଏବଂ ନିଜକୁ ଜାଳିଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷା ବାହିନୀ ତାଙ୍କୁ ଗିରଫ କରିଥିଲା।

Avatar

Title:ମକ୍କା କାବାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ସାଉଦି ବାସିନ୍ଦାଙ୍କର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *