
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ସ୍ଥାନରେ ପାଣି ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦାବି କରା ଯାଉଛି ଯେ ଏହା ଏକ ଚମତ୍କାରୀ ନଦୀ ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁର ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ ପାଇଁ କର୍ଣ୍ଣାଟକ ସରକାର ଛାଡିଥିଲେ। ଏହାର ପିତୃ ପକ୍ଷ ଏବଂ ଦିୱାଲୀ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଦକ୍ଷିଣ ଭାରତରେ ଏମିତି ଏକ ନଦୀ ପ୍ରଭାବିତ ହୋଇଛି ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ। କେବଳ ଏକ ମାସ ପାଇଁ ପ୍ରଭାବିତ ହୋଇଥାଏ। ଏହା ଏକ ଚମତ୍କାରରୁ କମ ନୁହେଁ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୯ ସେପ୍ଟେମ୍ବର ୨୦୧୭ ରେ ଏକ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁରେ ପ୍ରବେଶ କରିଥିଲା। ଭିଡିଓରେ ଉଲ୍ଲେଖ କରା ଯାଇଛି ଯେ କାବେରୀ ନଦୀର ପାଣି ତାମିଲନାଡୁର ମାୟାଭରମ ଜିଲ୍ଲାରେ ପ୍ରବେଶ କରିଥିଲା। ସେହି ବର୍ଷରେ ପ୍ରଥମ ଥର ପାଇଁ ହେଇଥିବା ଏହି ଘଟଣା ଦେଖି ସ୍ଥାନୀୟ ଲୋକମାନେ ନଦୀ ପାଣିକୁ ନମସ୍କାର କରି ଥିଲେ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଦି ହିନ୍ଦୁ ୱେବସାଇଟରେ ୧୯ ସେପ୍ଟେମ୍ବର ୨୦୧୭ ରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ତାମିଲନାଡୁର ମାୟିଲାଦୁଥୁରାଇରେ ପାଳନ କରାଯାଉଥିବା ମହା ପୁଷ୍କରାମକୁ ଆସୁଥିବା ଭକ୍ତଙ୍କ ପାଇଁ ମେଟୁର ଡ୍ୟାମରୁ କାଭେରୀ ନଦୀ ଜଳ ଛଡ଼ା କରାଯାଇଥିଲା। ଏହି ଜଳ ଏକ ଶୁଷ୍କ ଭୂମିରେ ଛାଡି ଦିଆ ଯାଇଥିଲା ଏବଂ ଲୋକମାନେ ଏହାକୁ ସ୍ୱାଗତ କରି ଉପାସନା କରିଥିଲେ।
ଏହା ପରେ ଆମେ ଜାଣିବାକୁ ଚେଷ୍ଟା କଲୁ ମହା ପୁଷ୍କରମ୍ କ’ଣ?
ପୁଷ୍କରମ୍ ହେଉଛି ଏକ ପର୍ବ ଯେଉଁଥିରେ ନଦୀ ପୂଜା କରାଯାଏ। ଏହା ପୂର୍ବପୁରୁଷଙ୍କ ପୂଜା, ଆଧ୍ୟାତ୍ମିକ ବକ୍ତବ୍ୟ, ଭକ୍ତି ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭାରତର ୧୨ ପ୍ରମୁଖ ନଦୀ ନିକଟରେ ପାଳନ କରା ଯାଏ।
୨୦୧୭ ମସିହାରେ, ୧୪୪ ବର୍ଷ ପରେ ଏକ ବିଶେଷ ଜ୍ୟୋତିଷ ସଂଯୋଗ ହୋଇଥିଲା, ତେଣୁ ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ ପାଳନ କରାଯାଇଥିଲା ଏବଂ ସେଠାରେ ଅବସ୍ଥିତ ପୁରୋହିତମାନେ ସରକାରଙ୍କୁ କାଭେରୀ ନଦୀର ଜଳ ମୁକ୍ତ କରିବାକୁ ଦାବି କରିଥିଲେ।
ଆପଣ ଏହି ବିଷୟରେ ଦି ହିନ୍ଦୁର ପ୍ରବନ୍ଧ ପଢୀ ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୧୭ ମସିହାର ଏକ ପୁରୁଣା ଭିଡିଓ। ଭିଡିଓରେ ଦେଖାଯାଇଥିବା ଜଳ କାଭେରୀ ନଦୀର ଅଟେ ଯାହା କର୍ଣ୍ଣାଟକ ସରକାର ତାମିଲନାଡୁର ମାୟିଲାଡୁଥୁରାଇରେ ମହା ପୁଷ୍କରମ ପାଇଁ ଛଡ଼ା ଯାଇଥିଲେ। ପିତୃ ପକ୍ଷ ଏବଂ ଦିୱାଲୀ ସହିତ ଏହାର କୌଣସି ସମ୍ପର୍କ ନାହିଁ।

Title:ତାମିଲନାଡୁର ମହା ପୁଷ୍କରମ ପାଇଁ କାଭେରୀ ନଦୀ ଜଳର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।
Written By: Siddharth SahuResult: False
