
ପାକିସ୍ତାନର ସଂସଦରେ ଗୋଟିଏ ଗଧ ପ୍ରବେଶ କରି ସେଠାରେ ହଇ-ଚଇ ସୃଷ୍ଟି କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସଂସଦ ସଭା ଚାଲୁଥିବା ସମୟରେ ଏକ ଗଧ ସେଠାରେ ଦଉଡ଼ି ପ୍ରବେଶ କରିଲା ପରେ ଏକ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। ଏହା ଏକ ବାସ୍ତବିକ ଘଟଣା ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପାକିସ୍ତାନ ସଂସଦ ଭିତରେ ପଶିଲା ଗଧ। ଏବେ ଏହି ଭିଡିଓ ସାମ୍ନାକୁ ଆସିଛି ଶତ୍ରୁ ଦେଶ ପାକିସ୍ତାନର ଭିଡିଓ ଭାରତରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଏକ ଗଧ କିଭଳି ସଂସଦ ଭିତରେ ପଶି ସମସ୍ତଙ୍କ ଉପରେ ଆକ୍ରମଣ କରୁଛି, ତାହା ଦେଖିବାକୁ ମିଳିଛି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତେ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା ଯେଉଁଥିରେ ଏକ ଟିକ୍-ଟକ୍ ଏକାଉଣ୍ଟ ମଧ୍ୟ ଉଲ୍ଲେଖ ଥିଲା।

ଭାରତରେ ଟିକ୍-ଟକ୍ ନିଷିଦ୍ଧ ହୋଇଥିବାରୁ, ଆମେ ଆମର ଶ୍ରୀଲଙ୍କା ଦଳର ସହାୟତାରେ ଆକାଉଣ୍ଟକୁ ଆକ୍ସେସ୍ କରିଥିଲୁ। ଟିକ୍-ଟକ୍ ଭିଡିଓର ବର୍ଣ୍ଣନା ଅନୁସାରେ, ଏହା AI-ଜେନେରେଟେଡ୍।

ଏହି TikTok ଆକାଉଣ୍ଟରେ ଏପରି ଅନେକ ସମାନ ଭିଡିଓ ଅଛି ଯେଉଁଥିରେ ପାର୍ଲାମେଣ୍ଟରେ ବିଭିନ୍ନ ପ୍ରାଣୀ ପ୍ରବେଶ କରୁଥିବା ଦେଖାଯାଇ ପାରିବ।

ତେଣୁ, ଆମେ AI-ଡିଟେକ୍ସନ୍ ଟୁଲ୍ସ ସାହାଯ୍ୟରେ ଭିଡିଓଟି ଯାଞ୍ଚ କରିଥିଲୁ। AI-ଡିଟେକ୍ସନ୍ ଟୁଲ୍ସରୁ ଜଣାପଡିଛି ଯେ ଭାଇରାଲ୍ ଭିଡିଓଟି AI-ଜେନେରେଟେଡ୍ ହୋଇପାରେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଇଥଯ ଅଟେ। ପାକିସ୍ତାନ ସଂସଦରେ ଗୋଟିଏ ଗଧ ପ୍ରବେଶ କରିଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। ଏହା ଏକ ବାସ୍ତବିକ ଘଟଣା ନୁହେଁ।
Title:ପାକିସ୍ତାନ ସଂସଦରେ ଗୋଟିଏ ଗଧ ପ୍ରବେଶ କରିଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି।
Fact Check By: Siddharth SahuResult: False


