ବ୍ୟାଙ୍କକର ଭୂମିକମ୍ପର ଭିଡିଓକୁ ମିଆଁମାରର ଦୃଶ୍ୟ ବୋଲି ଦାବି କରି ସେୟାର କରା ଯାଉଛି।

International Misleading

୨୮ ମାର୍ଚ୍ଚ ୨୦୨୫ ରେ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ବ୍ୟାଙ୍କକ ଏବଂ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ପ୍ରସଙ୍ଗରେ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଶାଳ ବିଲ୍ଦିଙ୍ଗ ଭୁଶୁଡ଼ି ପଡ଼ୁଥିବା ନଜର ଆସିଛି। ଏହା ମିଆଁମାର ଭୂମିକମ୍ପର ଦୃଶ୍ୟ ବୋଲି ଦାବି କରାଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭିଡିଓ ଟି ମିଆଁମାରର ନୁହେଁ ବ୍ୟାଙ୍କକର ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଭୂମିକମ୍ପରେ ଥରିଲା ମିଆଁମାର । ତାସ ଘର ଭଳି ଭୁସୁଡ଼ି ପଡିଲା ଅଟାଳିକା । ଶହ ଶହ ନିଖୋଜ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ସିଏନଏନ ୱାର୍ଲ୍ଡ ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ୨୮ ମାର୍ଚ୍ଚ ୨୦୨୫ ରେ ବ୍ୟାଙ୍କକରେ ହୋଇଥିବା ଭୂମିକମ୍ପରେ ଗୋଟିଏ ନିର୍ମାଣାଧୀନ କୋଠାଟି ଭୁଶୁଡ଼ି ପଡ଼ିଥିଲା। ୭.୭ ତୀବ୍ରତା ସହିତ ହେଇଥିବା ଭୂମିକମ୍ପରେ ଭୁଶୁଡ଼ି ପଡ଼ୀଥିବା ଏହି ବିଲ୍ଦିଙ୍ଗରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ ଲୋକ ଆଘାତ ହୋଇଛନ୍ତି। 

ଆମକୁ ସମାନ ଭିଡିଓ ଦି ଇକୋନୋମିକ୍ ଟାଇମ୍ସର ଫେସବୁକ ପେଜରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହା ବ୍ୟାଙ୍କକର ଘଟଣା ଅଟେ। 

ଥାଇଲାଣ୍ଡ ରେ ଭୂମିକମ୍ପ

ଏକ ରିପୋର୍ଟ ଅନୁଯାୟୀ, ୨୮ ମାର୍ଚ୍ଚ, ୨୦୨୫ ରେ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ବ୍ୟାପକ ଧ୍ୱଂସ ଘଟାଇଥିଲା, ଯେଉଁଥିରେ ୨,୭୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୪,୫୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଖବର ସାମନାକୁ ଆସିଥିଲା। ମାଣ୍ଡାଲେ ନିକଟରେ କେନ୍ଦ୍ରିତ ଏହି ଭୂମିକମ୍ପ ସରକାରୀ କୋଠା ସମେତ ଭିତ୍ତିଭୂମିକୁ ଗୁରୁତର ଭାବରେ କ୍ଷତିଗ୍ରସ୍ତ କରିଥିଲା, ଯାହା ଫଳରେ ଅନେକ ଅଞ୍ଚଳ ବିଦ୍ୟୁତ୍ ଏବଂ ଯୋଗାଯୋଗ ବିହୀନ ହୋଇଯାଇଥିଲା। ଥାଇଲ୍ୟାଣ୍ଡରେ, ୬୩ ଟି ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ବିଶେଷକରି ବ୍ୟାଙ୍କକରେ, ଯେଉଁଠାରେ ଏକ ୩୩ ମହଲା ଅଫିସ ଟାୱାର ଭୁଶୁଡ଼ି ପଡ଼ିଥିଲା। ପରବର୍ତ୍ତୀ ଝଟକା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ପ୍ରମାଣିତ ହେଇଛି। ଭୂମିକମ୍ପରେ ଏକ ବିଶାଳ ବିଲଡିଙ୍ଗ ଭୁଶୁଡ଼ି ପଡ଼ୁଥିବା ଭିଡିଓ ମିଆଁମାରର ନୁହେଁ, ବ୍ୟାଙ୍କକର ଅଟେ। 

Avatar

Title:ବ୍ୟାଙ୍କକର ଭୂମିକମ୍ପର ଭିଡିଓକୁ ମିଆଁମାରର ଦୃଶ୍ୟ ବୋଲି ଦାବି କରି ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *