ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

False International

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା ସଂସ୍ଥା ‘ମୋସାଦ’ର ମୁଖ୍ୟାଳୟରେ ନିଆଁ ଲାଗିଥିବା ଦେଖାଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। ଏହା ଚୀନର ଏକ ସହରର ଘଟଣା ଯେଉଁଠାରେ ଏକ ବାଇକ୍ ପାର୍କିଂ ରେ ଭୀଷଣ ନିଆଁ ଲାଗି ଯାଇଥିଲା। ଏହି ଘଟଣାର ଇରାନ-ଇସ୍ରାଏଲ୍ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇରାନ କ୍ଷେପଣାସ୍ତ୍ର ମାଡ ରେ ଇସ୍ରାଏଲ ର ଝୁପିଆ ଏଜେନ୍ସି ମୋଷାଦ ମୁଖ୍ୟାଳୟ ର ଅବସ୍ଥା !

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏକ ଟୁଇଟର ହେଣ୍ଡେଲରେ ୧୧ ଜୁନ୍ ୨୦୨୫ ରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। 

ଟୁଇଟରେ ଲେଖା ଯାଇଛି, “ଚୀନର ଚୋଙ୍ଗକିଙ୍ଗ୍‌ରେ ଏକ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ବିସ୍ଫୋରଣ ହେବା ପରେ ଏକ ବିରାଟ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଶୀଘ୍ର ପାର୍କିଂ ଅଞ୍ଚଳରେ ଥିବା ନିକଟସ୍ଥ ବାଇକ୍‌ଗୁଡ଼ିକୁ ବ୍ୟାପି ଯାଇଥିଲା।” ଏଠାରେ ଏହା ବୁଝିହେବ ଯେ ଏହି ପୋଷ୍ଟ ବର୍ତ୍ତମାନର ଇସ୍ରାଏଲ-ଇରାନ ସଂଘର୍ଷ ପୂର୍ବରୁ।

ପ୍ରାପ୍ତ ସୂଚନା ସାହାଯ୍ୟରେ ଆଗକୁ ବଢ଼ି ଆମେ ଆହୁରି ଅନୁସନ୍ଧାନ କଲୁ। ଏବେ ଆମେ ର୍ୟୁଟର୍ସର ଫେସବୁକ୍ ପେଜରେ ଆଉ ଏକ ଭିଡିଓ ପାଇଲୁ ଯାହା ଭାଇରାଲ୍ ଭିଡିଓ ସହିତ ମେଳ ଖାଉଛି। ଏଥିରେ କୁହାଯାଇଥିଲା ଯେ “ଚୀନର ଚୋଙ୍ଗକିଙ୍ଗ୍‌ରେ ଏକ ମୋଟରସାଇକେଲ୍ ପାର୍କିଂରେ ଏକ ବିରାଟ ଅଗ୍ନିକାଣ୍ଡ ଘଟିଲା ଏବଂ ଘନ କଳା ଧୂଆଁ ବାହାରିବାକୁ ଲାଗିଲା।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ୧୨ ଜୁନ୍ ୨୦୨୫ ରେ Congnghe ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା। ଏଥିରେ ଭାଇରାଲ୍ ଭିଡିଓର ଦୃଶ୍ୟ ଦେଖାଯାଇପାରିବ। ରିପୋର୍ଟ ଅନୁଯାୟୀ, ଜୁନ୍ ୧୧ ତାରିଖ ଦିନ ପ୍ରାୟ ୧:୧୨ ସମୟରେ ଦକ୍ଷିଣ-ପଶ୍ଚିମ ଚୀନର ଚୋଙ୍ଗକିଙ୍ଗ୍ ସହରରେ ଅବସ୍ଥିତ ଏକ ମୋଟରସାଇକେଲ୍ ପାର୍କିଂ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ​​ଯେ ଅନେକ ଇଲେକ୍ଟ୍ରିକ୍ ସ୍କୁଟର ସମେତ ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିବା ଆରମ୍ଭ ହୋଇଥିଲା ଏବଂ ଅନେକ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଦଳ ମାତ୍ର ତିନି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨୦ ମିନିଟ୍ ଚେଷ୍ଟା ପରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଏହା ଚୀନର ଏକ ସହରର ଘଟଣା ଯେଉଁଠାରେ ଏକ ବାଇକ୍ ପାର୍କିଂ ରେ ଭୀଷଣ ନିଆଁ ଲାଗି ଯାଇଥିଲା। ଏହି ଘଟଣାର ଇରାନ-ଇସ୍ରାଏଲ୍ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। 

Avatar

Title:ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *