ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

Altered Political

ଗତ କିଛି ମାସ ଧରି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଦଳକୁ ଭୋଟ ଚୋରିରେ ସହାୟତା କରୁଛନ୍ତି। ଏହି ପ୍ରସଙ୍ଗରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଦ ସ୍ପର୍ଶ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଭିଡିଓଟି ସେମାନଙ୍କ ପାଇଁ ଯେଉଁମାନେ ବିହାର ନିର୍ବାଚନ ଫଳାଫଳ ବିଷୟରେ ବ୍ୟାଖ୍ୟା ଚାହାଁନ୍ତି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭିଡିଓର ଏକ ଦୃଶ୍ୟ କଣ୍ଟେଣ୍ଟ ଗାର୍ଡେନ୍ ନାମକ ୱେବସାଇଟରେ ପ୍ରକାଶ ପାଇଥିବା ମିଳିଲା। ଫଟୋ ସହିତ ଥିବା ସୂଚନା ଅନୁସାରେ, ୮ ନଭେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ସମବାୟ ସଂସ୍ଥାଗୁଡ଼ିକ ଦ୍ୱାରା ଜୈବିକ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜ୍ଞାନେଶ କୁମାର ଅମିତ ଶାହଙ୍କୁ ସମ୍ମାନିତ କରିଥିଲେ।

ଆପଣ ନିମ୍ନରେ ଥିବା ସ୍କ୍ରିନସଟରେ ଇଭେଣ୍ଟର ଅନ୍ୟାନ୍ୟ ଫଟୋ ଦେଖିପାରିବେ:

କୃଷି ଜାଗରଣ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ୯ ନଭେମ୍ବର ୨୦୨୩ ରେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଭିଡିଓ ଅପଲୋଡ୍ କରିଥିଲା। ଭିଡିଓର 00:38 ରେ, ଅମିତ ଶାହ ଦୀପ ଜାଳି ଜ୍ଞାନେଶ କୁମାରଙ୍କ ଠାରୁ ସମ୍ମାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

ଏହି ଭିଡିଓରେ ଆମେ ଜ୍ଞାନେଶ କୁମାରଙ୍କୁ ଅମିତ ଶାହର ପାଦ ସ୍ପର୍ଶ କରୁଥିବା କୌଣସି ଦୃଶ୍ୟ ଦେଖିବାକୁ ପାଇଲୁ ନାହିଁ। 

ଏହା ଉଲ୍ଲେଖନୀୟ ଯେ ଏହି କାର୍ଯ୍ୟକ୍ରମ ସମୟରେ ଜ୍ଞାନେଶ କୁମାର ସମବାୟ ମନ୍ତ୍ରଣାଳୟରେ ସଚିବ ଭାବରେ କାର୍ଯ୍ୟ କରୁଥିଲେ। ସେ ୧୯ ଫେବୃଆରୀ ୨୦୨୫ ରେ ମୁଖ୍ୟ ନିର୍ବାଚନ କମିଶନର ପଦ ଗ୍ରହଣ କରିଥିଲେ ଯାହା ଆପଣ ମାନେ ଏଠାରେ ଏବଂ ଏଠାରେ ପଢି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ AI ବ୍ୟବହାର କରି ତିଆରି କରା ଯାଇଛି। ପ୍ରକୃତ ଭିଡିଓରେ ଜ୍ଞାନେଶ କୁମାର ଅମିତ ଶାହଙ୍କର ପାଦ ସ୍ପର୍ଶ କରୁ ନାହାଁନ୍ତି।

Avatar

Title:ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *