ଆରଏସଏସ କର୍ମୀଙ୍କ ନାଚୁଥିବାର ଭିଡିଓ ୨୦୧୫ ମସିହାର। ଏହା ସ୍ଵାଧୀନତା ପୂର୍ବର ଘଟଣା ହେଇଥିବା ଦାବି ବିଭ୍ରାନ୍ତକାରୀ। 

Misleading Political

ସୋସିଆଲ ମିଡିଆରେ ଆରଏସଏସ କର୍ମୀଙ୍କର ନାଚୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଯେତେବେଳେ ଦେଶ ଇଂରାଜୀ ଶାସନରେ ଥିଲା ସେତେବେଳେ ଦେଶର ସ୍ଵାଧୀନତା ରେ ଯୋଗଦାନ ନ ଦେଇ ଆରଏସଏସ କର୍ମୀମାନେ ଗୀତ ଗାଈ ନାଚୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ସ୍ବାଧିନତା ପୂର୍ବର ନୁହେଁ। ଏହା ୨୦୧୫ ମସିହାରେ ନାଗପୁର ସହର ର ଏକ ଭିଡିଓ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଯେତେବେଳେ ସ୍ୱାଧୀନତା ସଂଗ୍ରାମୀମାନେ ବନ୍ଦେ ମାତରଂ ଗାଇ ଓ ଇନକିଲାବ ଜିନ୍ଦାବାଦ କହି ବ୍ରିଟିଶ ସହ ଲଢ଼ୁଥିଲେ, ସେତେବେଳେ RSS ବାଲା କି ଗୀତ ଗାଇ ବ୍ରିଟିଶ ପାଦ ଚାଟୁଥିଲେ, ଟିକେ ଶୁଣନ୍ତୁ ତ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୭ ଡିସେମ୍ବର ୨୦୧୫ ରେ ଆଜ୍ ତକ୍ ର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ଭିଡିଓଟି ସଂଘ ଶିକ୍ଷା ବର୍ଗର ତୃତୀୟ ବାର୍ଷିକୀ ପାଳନ କରୁଥିବା ଏକ କାର୍ଯ୍ୟକ୍ରମର। ଏହି ଭିଡିଓରେ, ଭାଇରାଲ ଭିଡିଓରେ ନାଚୁଥିବା ଲୋକ ମାନଙ୍କୁ ଦେଖିବାକୁ ମିଳିଛି। ନାଗପୁରରେ ସଂଘ ଶିକ୍ଷା ବର୍ଗ ସମୟରେ RSS ସ୍ୱେଚ୍ଛାସେବକମାନେ ଗୀତ ଗାଇବା ଏବଂ ନାଚୁଥିବାର ଦେଖାଯାଇଥିଲା ଏବଂ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ତାଙ୍କର ଅନେକ କ୍ୟାବିନେଟ୍ ସହଯୋଗୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହାର ଅର୍ଥ ହେଉଛି ଭିଡିଓଟି ଦେଶର ସ୍ଵାଧୀନତା ପୂର୍ବର ଘଟଣା ନୁହେଁ।

ଆମେ ଅଧିକ ତଦନ୍ତ କରି Zee 24 Taas ର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ମୂଳ ଭିଡିଓଟି ପାଇଲୁ। ୧୭ ଡିସେମ୍ବର ୨୦୧୫ ରେ ସେୟାର କରାଯାଇଥିବା ଏହି ରିପୋର୍ଟ ଅନୁସାରେ, ଭିଡିଓଟି ନାଗପୁରର ଏକ କାର୍ଯ୍ୟକ୍ରମର। ମୂଳ ଭିଡିଓରେ, ଭାଇରାଲ୍ ଭିଡିଓ ପରି ସ୍ୱେଚ୍ଛାସେବକମାନଙ୍କୁ ସମାନ ଭାବରେ ନାଚୁଥିବାର ଦେଖାଯାଇଛି ଏବଂ ଜଣେ ସମାନ ମହିଳାଙ୍କୁ ସେହି ବାଟ ଦେଇ ଯାଉଥିବାର ମଧ୍ୟ ଦେଖା ଯାଇଛି। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରୁ ନିଆ ଯାଇଥିବା ଫୋଟୋ ଏବଂ ଉପରୋକ୍ତ ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟ୍ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ସ୍ବାଧିନତା ପୂର୍ବର ନୁହେଁ। ଏହା ୨୦୧୫ ମସିହାରେ ନାଗପୁର ସହର ର ଏକ ଭିଡିଓ।

Avatar

Title:ଆରଏସଏସ କର୍ମୀଙ୍କ ନାଚୁଥିବାର ଭିଡିଓ ୨୦୧୫ ମସିହାର। ଏହା ସ୍ଵାଧୀନତା ପୂର୍ବର ଘଟଣା ହେଇଥିବା ଦାବି ବିଭ୍ରାନ୍ତକାରୀ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *