
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତାଙ୍କ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ତାଙ୍କ ପାର୍ଟି ଉତ୍ତରପ୍ରଦେଶର ମିଲ୍କିପୁର ନିର୍ବାଚନ ହାରିବା ପଓୟାରେ ସେଠିକାର ଜଣେ ସମାଜବାଦୀ ପାର୍ଟି ନେତା ଦୁଖ ସହି ନ ପାରି ବିକଳ ଭାବରେ କାନ୍ଦୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ସେ ନିର୍ବାଚନ ହାରିବା ପରେ ଏପରି କାନ୍ଦୁ ନାହାଁନ୍ତି। ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଦୁଖନ ସାହି ପାରି ସେ କାନ୍ଦୁଛନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଉତ୍ତରପ୍ରଦେଶର ମିଲ୍କିପୁରରେ ବିଜେପି ଜିତିବା ପରେ ସେଠିକାର ସମାଜବାଦୀ ପାର୍ଟି ନେତା କନ୍ଧୁଛନ୍ତି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨ ଫେବ୍ରୁଆରି ୨୦୨୫ ରେ ଦି ଇଣ୍ଡିଆନ ଏକ୍ସପ୍ରେସର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦିଥିଲେ ଯେତେବେଳେ ସେ ଜଣେ ଝିଅର ଦୁଃଖଦ ମୃତ୍ୟୁ ବିଷୟରେ କହିଥିଲେ ଯାହାର ମୃତଦେହ ଅଯୋଧ୍ୟାର ଏକ କ୍ଷେତରୁ ତିନି ଦିନ ଧରି ନିଖୋଜ ରହିବା ପରେ ମିଳିଥିଲା। ସେ ଏହି ପ୍ରସଙ୍ଗକୁ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ନେବାକୁ ପ୍ରତିଜ୍ଞା କରିଥିଲେ ଏବଂ କହିଥିଲେ ଯେ ଯଦି ନ୍ୟାୟ ନ ମିଳେ, ତେବେ ସେ ଗୃହରୁ ଇସ୍ତଫା ଦେବେ। ମହିଳା ଏବଂ ଝିଅମାନଙ୍କୁ ସୁରକ୍ଷା ଦେବାରେ ବିଫଳତା ଉପରେ ସେ ଗଭୀର ଚିନ୍ତା ପ୍ରକାଶ କରି ଏହାକୁ ଏକ ଜାତୀୟ ସଙ୍କଟ ବୋଲି କହିଥିଲେ।
୨ ଫେବ୍ରୁଆରି ର ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଅଯୋଧ୍ୟାରେ ଜଣେ ଦଳିତ ମହିଳାଙ୍କ ଦୁଃଖଦ ବଳାତ୍କାର ଏବଂ ହତ୍ୟା ବିଷୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ଫୈଜାବାଦର ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ କାନ୍ଦି ପକାଇଥିଲେ। ସେ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ ଏବଂ ମାମଲା ପରିଚାଳନାରେ ଅବହେଳା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିଥିଲେ। ପ୍ରସାଦ ଶୀଘ୍ର ନ୍ୟାୟ ପାଇଁ ଆହ୍ୱାନ ଦେଇଥିଲେ ଏବଂ ମହିଳାମାନଙ୍କ ବିରୁଦ୍ଧରେ, ବିଶେଷକରି ଅବହେଳିତ ସମ୍ପ୍ରଦାୟର ଲୋକଙ୍କ ବିରୁଦ୍ଧରେ ଏପରି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱା ଦେଇ କହିଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ପରେ ସମାଜବାଦୀ ପାର୍ଟି ନେତା କାନ୍ଦୁଥିବା ଭିଡିଓକୁ ଉତ୍ତରପ୍ରଦେଶର ମିଲ୍କିପୁରରେ ବିଜେପି ଜିତିବା ପର ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ପରେ ସମାଜବାଦୀ ପାର୍ଟି ନେତା କାନ୍ଦୁଥିବା ଭିଡିଓକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।
Written By: Siddharth SahuResult: False
