
ପାକିସ୍ତାନରେ ଅପରେସନ ସିନ୍ଦୂର ପରେ, କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହ ୭ ମଇ ୨୦୨୫ ରେ ପ୍ରେସ ବ୍ରିଫିଂର ନେତୃତ୍ୱ ନେଇଥିଲେ। ଏହି ପ୍ରସଙ୍ଗରେ ଜଣେ ମହିଳା ପାଇଲଟ ଏକ ଲଢ଼ୁଆ ବିମାନରେ ଚଢ଼ି ଏହାକୁ ଉଡ଼ାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି ୟୁଜର୍ସ ଲେଖିଛନ୍ତି ଯେ ଭିଡିଓଟି ଦୁଇ ଭାରତୀୟ ମହିଳା ଅଧିକାରୀ, ସୋଫିଆ କୁରେଶୀ ଏବଂ ୱୋମିକା ସିଂହଙ୍କର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ମହିଳା ହେଉଛନ୍ତି ଆମେରିକା ବାୟୁସେନାର ପାଇଲଟ୍ କ୍ରିଷ୍ଟିନ୍ ୱୁଲ୍ଫ।
Facebook | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୦ ସେପ୍ଟେମ୍ବର ୨୦୨୧ ରେ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା।
ଭିଡିଓର ବର୍ଣ୍ଣନାରେ ଲେଖାଯାଇଛି, “ଶୁକ୍ରବାର ୧୭ ସେପ୍ଟେମ୍ବର, ୨୦୨୧। ଏହା ଏକ ବହୁତ ଧୂଆଁମୟ ଅପରାହ୍ନ ଥିଲା। ମେଜର କ୍ରିଷ୍ଟିନ୍ “ବିଓ” ଓଲ୍ଫ ଏୟାର କମ୍ବାଟ୍ କମାଣ୍ଡ F-35A ଲାଇଟନିଂ II ପ୍ରଦର୍ଶନ କରୁଥିବା ଦେଖନ୍ତୁ।”
ବର୍ଣ୍ଣନା ଅନୁସାରେ, ଭିଡିଓରେ ଦେଖାଯାଉଥିବା ମହିଳା ପାଇଲଟଙ୍କ ନାମ ମେଜର କ୍ରିଷ୍ଟିନ୍ ବିଓ ୱୋଲ୍ଫ। ଏହି ସୂଚନାକୁ ନେଇ, ଆମେ ଏକ ପ୍ରାସଙ୍ଗିକ କୀୱାର୍ଡ ସର୍ଚ୍ଚ କରିଲୁ। ଏହା ଆମକୁ ୧୮ ମାର୍ଚ୍ଚ ୨୦୨୩ ରେ ଏକ YouTube ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ଆଡ଼କୁ ନେଇଗଲା। ଭିଡିଓରେ ଆମେରିକା ବାୟୁସେନାର ମହିଳା ଫାଇଟର ପାଇଲଟ ମେଜର କ୍ରିଷ୍ଟିନ୍ ୱୋଲ୍ଫଙ୍କୁ ଦର୍ଶାଯାଇଥିଲା।
ମେଜର କ୍ରିଷ୍ଟିନ୍ ୱୋଲ୍ଫଙ୍କ F-35A ଉଡ଼ାଇବାର ଆଉ ଏକ ଭିଡିଓ ତଳେ ଦେଖିପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଆମେରିକା ବାୟୁସେନା ପାଇଲଟ୍ କ୍ରିଷ୍ଟିନ ୱୋଲ୍ଫଙ୍କ ଭିଡିଓକୁ ସୋଫିଆ କୁରେଶୀ ଏବଂ ୱୋମିକା ସିଂହଙ୍କ ଭିଡିଓ ଦାବି ସହିତ ସେୟାର କରା ଯାଉଛି।

Title:ଆମେରିକା ବାୟୁସେନାର ଜଣେ ମହିଳା ଫାଇଟର ପାଇଲଟଙ୍କ ଭିଡିଓ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହଙ୍କ ଭାବରେ ଭାଇରାଲ ହେଉଛି।
Fact Check By: Siddharth SahuResult: False
