
ଭୂମିକମ୍ପ ଯୋଗୁଁ ଏକ ବିଲ୍ଦିଙ୍ଗ ଉପରେ ଥିବା ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ମିଆଁମାରର ଘଟଣା ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓଟି ମିଆଁମାର ସହିତ କୌଣସି ସମ୍ପର୍କ ନାହିଁ। ଏହା ବ୍ୟାଙ୍କକରେ ହେଇଥିବା ଭୂମିକମ୍ପ ସମୟର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଭୂକମ୍ପ ରେ ଥରିଲା ମିଆଁମାର୍।”
Facebook | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଡେଲି ମୋସନ୍ ୱେବସାଇଟରେ ୬ ଦିନ ପୂର୍ବରୁ ପ୍ରସାରିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଥାଇଲାଣ୍ଡରେ ୭.୯ ତୀବ୍ରତାରେ ଆସିଥିବା ଭୂମିକମ୍ପ ଯୋଗୁଁ ଏକ ବିଲ୍ଦିଙ୍ଗ ଉପରେ ଥିବା ସୁଇମିଂ ପୁଲରୁ ପାଣି ତଳକୁ ଉଛୁଳି ପଡ଼ୁଛି।
ଆମର ଅଧିକ ତଦନ୍ତରୁ ଜଣାପଡିଛି ଯେ ଏହି ଭିଡିଓ ଏବଂ ସୂଚନା ସହିତ ଅନ୍ୟାନ୍ୟ ଖବର ଏକ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରସାରିତ ହୋଇଥିଲା, ଏବଂ CNN News18 ର ଟ୍ୱିଟରରେ ଏହି ଭିଡିଓର ଫଟୋ ସହିତ ଖବର ମଧ୍ୟ ପ୍ରସାରିତ ହୋଇଥିଲା। ଯାହାକୁ ଆପଣ ମାନେ ନିମ୍ନରେ ଦେଖିପାରିବେ।
୨୮ ମାର୍ଚ୍ଚ, ୨୦୨୫, ଶୁକ୍ରବାର, ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ୭.୭ ତୀବ୍ରତାର ଭୂମିକମ୍ପ ପରେ ଭୁଶୁଡ଼ି ପଡ଼ିଥିବା ଏକ ନିର୍ମାଣାଧୀନ ଉଚ୍ଚ କୋଠା ସ୍ଥାନରୁ ଉଦ୍ଧାରକାରୀମାନେ ଆହତ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭୂମିକମ୍ପ ସମୟରେ ଥାଇଲାଣ୍ଡର ଏକ ବିଲ୍ଦିଙ୍ଗ ଉପରେ ଥିବା ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବା ଭିଡିଓକୁ ମିଆଁମାରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Title:ଭୂମିକମ୍ପ ସମୟରେ ବ୍ୟାଙ୍କକର ଏକ ବିଶାଳ ବିଲଡିଙ୍ଗର ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବା ଭିଡିଓକୁ ମିଆଁମାରର ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Misleading
