ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ କ’ଣ ପ୍ରକୃତରେ ଗଣପତି ଆରତୀ ବାଜିଥିଲା?

False Social

ପାକିସ୍ତାନ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା, କିନ୍ତୁ ଭାରତୀୟ ଦଳର ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଇଥିଲା। ଭାରତ ସହିତ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ମଧ୍ୟ ଦୁବାଇ ପହଞ୍ଚିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଛଅ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। 

ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଷ୍ଟାଡିୟମରେ ଗଣେଶ ଭଜନ ବାଜୁଥିବାର ଦେଖିବାକୁ ମିଳୁଛି। ଦାବି କରାଯାଉଛି ଯେ, “ଏହା ହେଉଛି ବିଦେଶ ରେ ଭାରତୀୟ ଙ୍କ ମାନସିକତା।” 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି କୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମୁମ୍ବାଇ ର ୱାନଖେଡ଼େ ଷ୍ଟାଡିୟମର ୫୦ ତମ ବାର୍ଷିକୀ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଅନ୍ୟ ଏକ ପୋଷ୍ଟରେ ଲେଖା ଯାଇଛି, “ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପରେ ଷ୍ଟାଡିୟମରେ ଗଣପତି ଆରତୀ ବାଜିଥିଲା।

https://www.facebook.com/reel/1361687788333688

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ଭିଡିଓରେ ଗଣପତି ବାପ୍ପା ମୋର୍ୟା ଏବଂ ୱାନଖେଡେ ଷ୍ଟାଡିୟମ ଲେଖା ଯାଇଛି। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। 

ଏଥିସହ ଭିଡିଓରେ sanchitd43 ନାମକ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମଧ୍ୟ ଉଲ୍ଲେଖ ହେଇଛି। ଏହି ଭିଡିଓଟି ଜାନୁଆରୀ ୧୯, ୨୦୨୫ ରେ ସମାନ ଏକାଉଣ୍ଟରେ ଅପଲୋଡ୍ କରାଯାଇଥିଲା। ଏହା ସହିତ ସୂଚନା ଦିଆଯାଇଥିଲା ଯେ ଭାଇରାଲ ଭିଡିଓଟି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମର ଅଟେ।

ଉପରୋକ୍ତ ସୂଚନାକୁ ଆଧାର କରି ସର୍ଚ୍ଚ କରିବାରୁ, ଆମେ ଜାନୁଆରୀ ୨୦୨୫ ରେ ଅପଲୋଡ୍ ହୋଇଥିବା ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ସମାନ ଭିଡିଓ ପାଇଲୁ। ଉପଲବ୍ଧ ସୂଚନା ଅନୁସାରେ, ଏହି ଭିଡିଓଟି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମର ୫୦ ତମ ବାର୍ଷିକୀ କାର୍ଯ୍ୟକ୍ରମର ଅଟେ।

ଗଣମାଧ୍ୟମ ସଂଗଠନଗୁଡ଼ିକ ଦ୍ୱାରା ମଧ୍ୟ ଏହି ଖବର ପ୍ରକାଶିତ ହୋଇଥିଲା। ଯାହାକୁ ଆପଣ ତଳେ ଦେଖିପାରିବେ।

ସିଦ୍ଧାନ୍ତ: 

ଆମ ଅନୁଅନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମୁମ୍ବାଇ ର ୱାନଖେଡ଼େ ଷ୍ଟାଡିୟମର ୫୦ ତମ ବାର୍ଷିକୀ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ କ’ଣ ପ୍ରକୃତରେ ଗଣପତି ଆରତୀ ବାଜିଥିଲା?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *