ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

Communal False

ୱକଫ୍ ବୋର୍ଡ ହିନ୍ଦୁଙ୍କ ଜମି, ହିନ୍ଦୁ ଧର୍ମ ସ୍ଥଳ ଏବଂ ହିନ୍ଦୁଙ୍କର ତୀର୍ଥ ସ୍ଥାନ ଉପରେ ନିଜ ଦାବି କରୁଥିବା ଖବର ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ନିଜ ଦାବି କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ପୋଷ୍ଟରେ ଦାବି କରି କୁହା ଯାଇଛି ଯେ, “ସିଦ୍ଧି ବିନାୟକ ମନ୍ଦିର ଉପରେ କବ୍ଜା ପାଇଁ ୱକଫ୍ ବୋର୍ଡ ଚକ୍ରାନ୍ତ କରୁଛି କଂଗ୍ରେସ ଏବଂ ବିଜେଡ଼ି ୱକଫ୍ ବୋର୍ଡକୁ ସମର୍ଥନ ଦେଉଛନ୍ତି

Facebook | Archive

ଆମେ ଜାଣିବାକୁ ପାଇଲୁ ଯେ ଏକ ମରାଠୀ ଗଣମାଧ୍ୟମ (ସକାଳ) ରେ ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ପ୍ରକାଶ ପାଇଥିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି, “ସିଦ୍ଧବିନାୟକ ମନ୍ଦିର ଉପରେ ୱାକଫ ବୋର୍ଡ ଦାବି କରିଛି, ଯାହା ହିନ୍ଦୁମାନଙ୍କର ଏବଂ ମୁମ୍ବାଇର ପରିଚୟ! ମହାବିକାଶ ଆଘାଡି ୱାକଫ ବୋର୍ଡର ଚାହିଦା ଏକ ଲିଖିତ ସମ୍ମତିରେ ଦେଇଛନ୍ତି। ଯଦି ଆପଣ ମନ୍ଦିର ଏବଂ ଦୁର୍ଗ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ମହାଯୁତିଙ୍କୁ ଭୋଟ୍ ଦିଅନ୍ତୁ!

Twitter | Archive

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ମରାଠୀ ନ୍ୟୁଜ୍ ସକାଳ ର ଖବରକୁ ଏଡିଟ୍ କରି ଭାଇରାଲ ଦାବି ସୃଷ୍ଟି କରା ଯାଇଛି। ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ କୌଣସି ଦାବି କରି ନାହିଁ। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ବିଷୟରେ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ଏହି ବିଷୟ ନେଇ ଅଫିସିଆଲ ରିପୋର୍ଟ କିମ୍ବା ସକାଳ ପତ୍ରିକା ୱେବସାଇଟରେ କୌଣସି ସୂଚନା ମିଳିଲା ନାହିଁ। 

ଅନ୍ୟପକ୍ଷରେ, ୧୮ ନଭେମ୍ବର ରେ ସକାଳ ନିଜ ଫେସବୁକ ପେଜରେ କହିଛନ୍ତି ଯେ ତାଙ୍କ ନାମରେ ଭାଇରାଲ ହେଉଥିବା ଗ୍ରାଫିକ କାର୍ଡ ନକଲି ଅଟେ।

ଏହି ପୋଷ୍ଟର କ୍ୟାପ୍ସନରେ ଲେଖାହୋଇଛି, “ସକାଳ ପତ୍ରିକା ନାମରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ଦାବି କରୁଥିବା ଏକ ବିଭ୍ରାନ୍ତିକର ଗ୍ରାଫିକ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛିକିନ୍ତୁ ‘ସାକାଲ’ ଦ୍ୱାରା ସେପରି କୌଣସି ସୃଜନଶୀଳତା ସୃଷ୍ଟି କରାଯାଇ ନାହିଁ କିଛି ଲୋକ ‘ସକାଳ ର ସୃଜନଶୀଳ ପରି ଟେମ୍ପଲେଟ୍ ଏବଂ ଲୋଗୋ ବ୍ୟବହାର କରି ଏହି ଦୁଷ୍କର୍ମ କରିଛନ୍ତି।

https://www.facebook.com/SakalNews/posts/pfbid0iW1xhQBcTXZuXSKa4nHiUMjBofxn1TYZXkNHFiM4H3SjGKoGWWjFrq5oJ9Lsuj6zl?rdid=462rpnvqMgNxE0te

ସିଦ୍ଧି ବିନାୟକ ମନ୍ଦିର ପରିଚାଳକଙ୍କ ପ୍ରତ୍ୟାଖ୍ୟାନ

ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ସଙ୍ଗଠନର କୋଷାଧ୍ୟକ୍ଷ ପୱନ ତ୍ରିପାଠୀ ଏହି ଭାଇରାଲ ଦାବିକୁ ଅସ୍ୱୀକାର କରି ଗଣମାଧ୍ୟମକୁ କହିଛନ୍ତି ଯେ ମନ୍ଦିରକୁ କେହି ଦାବି କରି ନାହାଁନ୍ତି। ଆପଣ ଏଠାରେ ସମ୍ପୂର୍ଣ୍ଣ ଖବର ପଢି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ଦାବି କରୁଥିବା ଭାଇରାଲ ଖବର ଇଥୟା ଅଟେ। ସିଦ୍ଧି ବିନାୟକ ମନ୍ଦିର ଅଧିକାରୀ ନିଜେ ଏହି ଖବରର ପ୍ରତ୍ୟାଖାନ କରିଛନ୍ତି। 

Avatar

Title:ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *