
ଭାରତରେ ଦୁଷ୍କର୍ମି ମାମଲା ବଢ଼ିବା ସହ ଏହାର ଚର୍ଚ୍ଚା ବିଦେଶରେ ମଧ୍ୟ ହେଉଛି। ଉତ୍ତର ପ୍ରଦେଶ ହାଥରସ ଘଟଣା ପେର ଗତ କିଛି ଦିନ ଦେଲା ସୋସିଆଲ ମିଡିଆରେ ଅଲଗାଅଲଗା ରାଜ୍ୟର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏହା ସହ ସୋସିଆଲ ମିଡିଆରେ ଅଲଗା ଅଲଗା ପୋଷ୍ଟ ଭିନ୍ନ ଦିବିରେ ଭାଇରାଲ ହେଉଛି। ଏପରି ଏକ ନ୍ୟୁଜ ପେପପର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଯେ, ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର ଜଣେ ମହିଳା ସ୍କ୍ୱାସ୍ ଖେଳାଳି ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପ୍ ପାଇଁ ଭାରତ ଆସିଲେ ନାହିଁ।
ଆମ ଅନୁସନ୍ଧାନରେ ଭାଇରାଲ ଖବର ଭୁଲ ପ୍ରମାଣିତ ହୋଇଛି।
Pravat Panigrahi ନାମକ ଜଣେ ଫେସବୁକ ୟୁଜର 10 ଅକ୍ଟୋବରରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର ଜଣେ ମହିଳା ସ୍କ୍ୱାସ୍ ଖେଳାଳି ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପ୍ ପାଇଁ ଭାରତ ଆସିଲେ ନାହିଁ। । ଦେଶରେ ହାଥରସ ଦୁଷ୍କର୍ମ ମାମଲାକୁ ନେଇ ଏହି ପୋଷ୍ଟ ଭାଇରାଲ କରାଯାଇଛି। ପୋଷ୍ଟର ଶିର୍ଷକରେଲେଖାଯାଇଛି ଯେ, ବିଦେଶରେ ଭାରତ ନାମ ଆଲୋକିତ ହୋଇଗଲା……ବାଃ ମୋଦୀଜୀ ବାଃ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର ଜଣେ ମହିଳା ସ୍କ୍ୱାସ୍ ଖେଳାଳି ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପ୍ ପାଇଁ ଭାରତ ଆସିଲେ ନାହିଁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରରୁ ନେଇ ଗୁଗୁଲରେ କୀ ଶବ୍ଦ ସହ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Times of india ପେଜରେ ଭାଇରାଲ ଖବର ପାଇଲୁ। ଯେଉଁଥିରେ ପାଇଲୁ ଯେ, ଭାଇରାଲ ଖବର 2018 ମସିହାର ଅଟେ। ସ୍ୱିଜରଲ୍ୟାଣ୍ଡର ସ୍କ୍ୱାସ୍ ଖେଳାଳି ଆମ୍ବ୍ରେ ଆଲିନ୍କ ନାମରେ ଭାଇରାଲ ଖବର ଦୁଇ ବର୍ଷ ପୁରୁଣା ଅଟେ। ଚେନ୍ନାଇରେ 2018ରେ ବିଶ୍ୱ ସ୍ତରିୟ ସ୍କ୍ୱସ୍ ଖେଳ ଆୟୋଜିତ ହୋଇଥିଲା। ଯେଉଁଥିରେ ସ୍ୱିଜରଲ୍ୟାଣ୍ଡର ସ୍କ୍ୱାସ୍ ଖେଳାଳି ଆମ୍ବ୍ରେ ଆଲିନ୍କ ଭାରତ ନ ଆସିବା ଖବର ଚାର୍ଚ୍ଚାର ବିଷୟ ବନିଥିଲା। ଏଥିରୁ ସ୍ପଷ୍ଟ ହେଲେ ଭାଇରାଲ ଖବର ବର୍ତ୍ତମାନର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Times of india। Archive
ପରେ ଆମକୁ Indianexpress ଏବଂ The news minute Archiveର ଖବର ମିଳିଲ।। ଯାହାକି 23 ଜୁଲାଇ 2018ରେ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଭାଇରାଲ ହେଉଥିବା ଖବରକୁ ନେଇ ଆମ୍ବ୍ରିଙ୍କ ପିତାମାତା ସ୍ପଷ୍ଟିକରଣ ଦେଇଥିଲା। ଆମ୍ବ୍ରିଙ୍କ ପିତାମାତା କହିଥିଲେ ଯେ, ସେମାନଙ୍କ ପରିବାର ଜୁଲାଇ 2018 ରେ ଆମ୍ବ୍ରିଙ୍କ ସହ ବୁଲିବାକୁ ଯାଇଥିଲେ। ଏହି କାରଣରୁ ଅମ୍ବ୍ରେ ଭାରତ ଆସିପାରିନଥିଲେ। ପିତାମାତାଙ୍କ ଅନୁଯାୟୀ, ସେମାନେ ସେପ୍ଟେମ୍ବର 2017 ରେ ଆମ୍ବ୍ରେଙ୍କୁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାର ସୁରକ୍ଷା ବ୍ୟବସ୍ଥା ସହ କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ତାଙ୍କ ଝିଅକୁ 16 ବର୍ଷ ବୟସ ହୋଇଛି, ଆସନ୍ତା ଦୁଇ ବର୍ଷ ପାଇଁ ୱାର୍ଲ୍ଡ ଜୁନିୟର ଖେଳିବେ, ସେ ତାଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ଚାହୁଁନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେମାନେ ନିଶ୍ଚିତ ଭାବରେ ଆମ୍ବ୍ରେଙ୍କ ସହ ଭାରତ ଆସିବାକୁ ପସନ୍ଦ କରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Indianexpress । Archive । The news minute Archive
22 ଜୁଲାଇ SquashSite ଏକ ଟ୍ୱିଟ କରାଯାଇଥିବାର ପାଇଲୁ। ଯେଉଁଥିରେ କୁହାଯାଇଛି ଯେ, ଆମ୍ବ୍ରିଙ୍କ ପିତାମାତା ଭାରତୀୟ ନ୍ୟୁଜ ଚ୍ୟାନେଲ ମାନଙ୍କୁ ସୂଚନା ଦେବା ପାଇଁ ଚାହୁଁଛନ୍ତି ତାଙ୍କ ଝିଅ ଭାରତରେ ସୁରକ୍ଷା ବ୍ୟବସ୍ଥା ନେଇ ଖେଳିବା ପାଇଁ ନ ଜିବା ଦାବି ମିଥ୍ୟା ଅଟେ। ତଳେ ଲିଙ୍କ ଦେଖନ୍ତୁ।
PressAlert, India/Swiss Affair: The Parents of the Swiss Number 1 put the record straight…https://t.co/uqvzpLe6rT@WSFworldjuniors
— Squash Site (@SquashSite) July 22, 2018
ଏଠାରେ ଲିଙ୍କ ଦେଖନ୍ତୁ- SquashSite। Archie
scroll.in ପଜରେ କ୍ଲିକ କଲାପରେ ଆମେ ଆମ୍ବ୍ରିଙ୍କ ପିତାମାତାଙ୍କ ସମ୍ପୁର୍ଣ୍ଣ ସୂଚନା ପାଇଲୁ। ଯେଉଁଥିରେ ସେ କହିଛନ୍ତି ଯେ, ବାସ୍ତବରେ ଆମ୍ବ୍ରିଙ୍କ ନାମରେ ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। ଆମେ ପିତାମାତା ଭାରତରେ ନିରାପତ୍ତା ବିଷୟରେ କଦାପି ଚିନ୍ତା କରୁନାହୁଁ। ଆମେ 2017 ସେପ୍ଟେମ୍ବରରେ ସ୍ଥିର କରିଥିଲୁ ଆମ୍ବ୍ରି 2018ରେ ଭାରତ ଯିବେନାହିଁ। ଏହାର ସୁରକ୍ଷା ବ୍ୟବସ୍ଥା ସହ କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ତାଙ୍କ ଝିଅକୁ 16 ବର୍ଷ ବୟସ ହୋଇଛି, ଆସନ୍ତା ଦୁଇ ବର୍ଷ ପାଇଁ ୱାର୍ଲ୍ଡ ଜୁନିୟର ଖେଳିବେ, ସେ ତାଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ଚାହୁଁନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେମାନେ ନିଶ୍ଚିତ ଭାବରେ ଆମ୍ବ୍ରେଙ୍କ ସହ ଭାରତ ଆସିବାକୁ ପସନ୍ଦ କରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- scroll.in । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଖବର ମିଥ୍ୟା ଅଟେ। ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର ମହିଳା ସ୍କ୍ୱାସ୍ ଖେଳାଳି ଆମ୍ବ୍ରେ ଆଲିନ୍କ ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପ୍ ପାଇଁ ଭାରତ ନ ଆସିବା ଖବର 2018 ମସିହାର ଅଟେ। କିନ୍ତୁ ଆମ୍ବ୍ରେଙ୍କ ମାତାପିତା ସ୍ପଷ୍ଟ କରିଛନ୍ତି ଆମ୍ବ୍ରେ ଆଲିନ୍କ ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପ୍ ପାଇଁ ଭାରତ ନ ଆସିବା ଖବର ଭାରତ ସୁରକ୍ଷା ବ୍ୟବସ୍ଥା ସହ କୌଣସି ସମ୍ପର୍କ ନାହିଁ।

Title:ଭାରତରେ ଦୁଷ୍କର୍ମ ମାମଲା ବଢ଼ିବା ଦେଖି ସ୍ୱିଜରଲ୍ୟାଣ୍ଡର ମହିଳା ଖେଳାଳି ଭାରତ ନ ଆସିବାର ଦୁଇ ବର୍ଷ ପୁରୁଣା ମିଥ୍ୟା ଖବର ଭାଇରାଲ ହେଇଛି।
Fact Check By: Saritadevi SamalResult: Partly False