2004 ଆମେରିକା ସୌନ୍ୟଙ୍କ ଇରାକ ମସଜିଦ୍ ଜବତ କରିବା ଭିଡିଓକୁ ଇସ୍ରାଏଲ୍ ସେନା ଅଲ-ଅକ୍ସା ମହଜିଦ୍ ଜବତ ଦାବିରେ ଭାଇରାଲ ହେଉଛି।

False Social

ସୋସିଆଲ ମିଡିଆରେ ଇସ୍ରାଏଲ ହିଂସା ଦାବିରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଇସ୍ରାଏଲ ସୈନ୍ୟମାନେ ଅଲ-ଅକ୍ସା ମସଜିଦକୁ କବଜାକୁ ନେଉଥିବାର ଦୃଶ୍ୟ । ଭିଡିଓରେ ସୈନ୍ୟମାନେ ମସଜିଦ ଉପରେ ଆକ୍ରମଣ କରୁଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 

17 ମଇରେ Rasmita Senapati ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଇଜ୍ରାଏଲ ସୈନ୍ୟମାନେ ଅଲ-ଅକ୍ସା ମହଜିଦକୁ ନିଜ କବ୍ଜାକୁ ନେଉଥିବାର ସୁନ୍ଦର ଦୃଶ୍ୟ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 322ଥର ସେୟାର କରାଯିବା ସହ ପୋଷ୍ଟକୁ ହଜାର ଲାଇକ ଦିଆଯାଇଛି।  

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଇଜ୍ରାଏଲ ସୈନ୍ୟମାନେ ଅଲ-ଅକ୍ସା ମହଜିଦକୁ ନିଜ କବ୍ଜାକୁ ନେଉଥିବାର ସୁନ୍ଦର ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଦାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଭାଇରାଲ ଭିଡିଓରକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ରିଭର୍ସ ଇମେଜ କରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Objaective News ଚ୍ୟାନେଲରେ ଆମକୁ ଭାଇରାଲ ଭିଡିଓ ମିଳିଲା। ଯାହାକି 3 ସେପ୍ଟେମ୍ବର 2020ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି (Golden mosque Blitz US SOF and Iraqi forces) ଗୋଲଡେନ୍ ମସଜିଦ ବ୍ଲିଜ୍ US SOF ଏବଂ ଇରାକୀ ବାହିନୀ । ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓ ବର୍ତ୍ତମାନ ଇସ୍ରାଏଲ ହିଂସାର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

Arabic Youtub   ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ପୋଷ୍ଟରେ ଲେଖାଯାଇଛି, 2004 ରେ ଇରାକ ସମରାର ଅଲ-ଆସ୍କାରି ଶ୍ରୀକ୍ଷେତ୍ରର ଗୋଲଡେନ ମସଜିଦ ଉପରେ ଆକ୍ରମଣ (The attack on the Golden Mosque / Mosque of the Imams al-Askari in 2004) । ତେବେ ଭାଇରାଲ ଭିଡିଓ 2004 ର କି, ଜାଣିବା ପାଇଁ ଆମେ ଗୁଗୁଲ ସର୍ଚ୍ଚ କରିଲୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

FUNKER530 – Veteran Community & Combat Footage ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର କିଛି ଅଂଶ ମିଳିଲା। ଯେଉଁଥିରେ ୟୁଏସ ସ୍ପେସିଆଲ ଫୋର୍ଶ ଗୋଲଡେନ ମସଜିଦ କବଜା କରିବା ନେଇ ଲେଖାଯାଇଛି। ତଳେ ଭିଡିଓର ଲିଙ୍କ ଦେଖନ୍ତୁ। 

6 ଅକ୍ଟୋବର 2006ରେ Latimes ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଆମେରିକୀୟ ସୌନ୍ୟମାନେ ବିଦ୍ରୋହୀ ଦୁର୍ଗକୁ ସଫା କରି ସହରକୁ ଆକ୍ରମଣ କରିଥିଲେ, ସେତେବେଳେ ଇରାକର ଚାରି ୟୁନିଟ୍ ଗୋଲ୍ଡେନ ମସଜିଦ ଏବଂ ଏହାର ପ୍ରାଚୀନ ମିନାର ଭଳି ସମ୍ବେଦନଶୀଳ ଅଟ୍ଟାଳିକା ଜବତ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- LatimesArchive

 ଦେଖନ୍ତୁ। 

The guardian 22 ଅକ୍ଟୋବର 2010ରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 1 ଅକ୍ଟୋବର 2004 ରେ, ଇରାକର 36 ତମ କମାଣ୍ଡୋ ବାଟାଲିଅନ୍ ସମରାର ସୁବର୍ଣ୍ଣ ମସଜିଦକୁ ଜବତ କରିବା ସହ 25 ଜଣଙ୍କୁ ବନ୍ଦୀକରିବା ସହ ଅସ୍ତ୍ରଶସ୍ତ୍ର ନେଇଥିଲେ। ସୁବର୍ଣ୍ଣ ମସଜିଦ ଶିଆ ମୁସଲମାନମାନଙ୍କ ପାଇଁ ତୃତୀୟ ପବିତ୍ର ମନ୍ଦିର ଭାବରେ ପରିଗଣିତ ହୁଏ। ଏହା ପରେ ଆମେ ଇରାକରେଥିବା ସମରାର ସୁବର୍ଣ୍ଣ ମସଜିଦ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ wikipediaରେ ଲିଙ୍କ ମିଳିଲା। ଯାହାକି ଭାଇରାଲ ଭିଡିଓରେଥିବା ମସଜିତ ସହ ସମାନ ଲାଗୁଛି। ତଳେ ଭାଇରାଲ ଭିଡିରେଥିବା ମସଜିଦ ଏବଂ ଆମକୁ ମିଳିଥିବା ମସଜିଦର ଫଟୋ ଦେଖନ୍ତୁ। 

ରାସ୍ତାଘାଟ ଦୃଶ୍ୟରୁ ଏହା ସ୍ପଷ୍ଟ ଯେ ଭିଡିଓରେ ଦେଖାଯାଇଥିବା ସ୍ଥାନ ହେଉଛି ଇରାକର ସୁବର୍ଣ୍ଣ ମସଜିଦର। ତଳେ ମସଜିଦର ଗୁଗୁଲ ଲୋକେସନ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଇସ୍ରାଏଲ ମସଜିଦ ଜବତ କରୁଥିବା ଦାବିରେ ଭାଇରାଲ ଭିଡିଓ 2004 ମସିହା ଇରାକର ଅଟେ। ଭିଡିଓର ବର୍ତ୍ତମାନ ଇସ୍ରାଏଲ ହିଂସା ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:2004 ଆମେରିକା ସୌନ୍ୟଙ୍କ ଇରାକ ମସଜିଦ୍ ଜବତ କରିବା ଭିଡିଓକୁ ଇସ୍ରାଏଲ୍ ସେନା ଅଲ-ଅକ୍ସା ମହଜିଦ୍ ଜବତ ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *