
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଭିଯୋଗ ଲଗାଇଥିବା ଏକ ଖବର କାଗଜ କ୍ଲିପର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମୋଦୀ ସରକାର ଗୋପନୀୟ ଉପାୟରେ ବିଦେଶରେ 268 ଟନ୍ ସୁନା ବନ୍ଧକ ରଖିଛନ୍ତି ଯାହାର ସୂଚନା ଏକ ଆରଟିଆଇ ଦ୍ଵାରା ସାମନାକୁ ଆସିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରିଜର୍ଭ ବ୍ଯାଙ୍କର ସୁନା ୧୯୯୯ ମସିହାରୁ ବିଦେଶରେ ଅଛି, ମୋଦୀ ସରକାର ଶାସନ ସମୟରେ ନୁହେଁ। ୨୦୦୯ ମସିହାରେ ମଧ୍ୟ ଯେଉଁ ସୁନା କିଣା ଯାଇଥିଲା ତାହା ମଧ୍ୟ ବିଦେଶରେ ଅଛି। ଏହା ସୁନାକୁ ସୁରକ୍ଷିତ ରଖିବା ପାଇଁ କରା ଯାଏ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “ଦେଶ ବିକ୍ରେତା #ମୋଦୀ_ସରକାର…. ଚୌକିଦାର ହିଁ ବଡ଼ ଚୋର ଏଠି ଆଜି ପ୍ରମାଣିତ ହେଲା”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଡେଲି ନ୍ୟୁଜ୍ ଏକ୍ସପ୍ରେସ ଏବଂ ନେସନାଲ୍ ହେରାଲ୍ଡ ୱେବ ଅସାଇଟରେ ପ୍ରକାଶିତ ରିପୋର୍ଟ ମିଳିଲା। ଏହି ବିଷୟ ନେଇ ଅନ୍ୟ କେଉଁ ଖବର କାଗଜରେ କିଛି ରିପୋର୍ଟ କରା ଯାଇ ନାହିଁ।
୨୦୧୯ ମସିହାରେ ପ୍ରକାଶିତ ନେସନାଲ୍ ହେରାଲ୍ଡ ରିପୋର୍ଟ ଅନୁଯାୟୀ, ନବନୀତ ଚତୁର୍ବେଦି, ଜଣେ ସାମ୍ବାଦିକ ଓ ସାଉଥ ଦିଲ୍ଲୀର ଲୋକସଭା କେନ୍ଦିଡେଟ, ମୋଦି ସରକାରଙ୍କ ଉପରେ ୨୦୧୪ ରେ ଦେଶର ୨୦୦ ଟନ ସୁନା ବିଦେଶରେ ବନ୍ଧକ ରଖିଥିବାର ଅଭିଯୋଗ ଲଗାଇଥିଲେ। ଏହାକୁ ପ୍ରମାଣ କରିବା ପାଇଁ ସେ ଆର.ଟି.ଆଇ ଓ ଆର.ବି.ଆଇ ର ବାର୍ଷିକ ରିପୋର୍ଟ ମାଧ୍ୟମରୁ କିଛି ଡକୁମେଣ୍ଟ ସାମନାକୁ ଆଣି ଥିଲେ।

ଅଗଷ୍ଟ ୨୦୧୮ ରେ ଚତୁର୍ବେଦିଙ୍କ ଦ୍ଵାରା ଆର.ଟି.ଆଇ ଫାଇଲ ହେବା ପରେ ଆର.ବି.ଆଇ ଏହା କହିଥିଲା ଯେ ଭାରତ ୨୬୮.୦୧ ଟନ୍ ସୁନା ବେଙ୍କ ଅଫ ଇଂଲାଣ୍ଡ ଓ ବେଙ୍କ ଅଫ ଇଣ୍ଟରନେସନାଲ ସେଟେଲ୍ମେଣ୍ଟ (BIS) ରେ ରଖିଛି। ଚତୁର୍ବେଦି ଏହା ପ୍ରଶ୍ନ ପଚାରିଥିଲେ ଯେ ଏହି ଖବର ଦେଶର ଜନତା ସାମନାରେ କାହିଁକି ରକ୍ଷା ଯାଇ ନାହିଁ।
ଭାରତ ୨୦୦୯ ରେ ଇଣ୍ଟରନେସନାଲ ମନିଟାରୀ ଫଣ୍ଡରୁ ୨୦୦ ଟନ ସୁନା କିଣି ଥିଲା। ରିଜର୍ବ ବେଙ୍କର ୨୦୧୧-୨୦୧୫ ରିପୋର୍ଟ ଦେଖାଇ ଚତୁର୍ବେଦି କହିଛନ୍ତି ଯେ ୨୦୧୪ ଶେଷ ସୁଧା ଭାରତରେ ୨୦୦ ଟନ ସୁନା ଥିଲା। ଯେତେବେଳେ ମୋଦି ସରକାର ଶାସନକୁ ଆସିଲା ଏହି ସୁନା ସମସ୍ତଙ୍କ ଠାରୁ ଲୁଚାଇ ବିଦେଶ ପଠା ଯାଇଥିଲା। ଆମେ ଗୋଟେ ଗୋଟେ କରି ଏହି ଦୁଇଟି ଅଭିଯୋଗର ଅନୁସନ୍ଧାନ କରିବୁ।
୨୬୮ ଟନ ସୁନା କାହିଁକି ବିଦେଶରେ ରଖା ଯାଇଅଛି?
ଏହା ଜାଣିବା ପାଇଁ ଆମେ ରିଜର୍ଭ ବ୍ଯାଙ୍କ ୱେବସାଇଟରେ ଯାଇ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ୨୦୦୪ ରୁ ବ୍ଯାଙ୍କ ପ୍ରତ୍ଯେକ ୬ ମାସ ଥରେ ମେନେଜମେଣ୍ଟ ଅଫ ଫରେନ ଏକସଚେଞ୍ଜ ରିସର୍ଭ ରିପୋର୍ଟ ଛପି ଥାଏ। ଏହି ରିପୋର୍ଟରେ ସୁନା ଓ ଅର୍ଥ ବିଷୟରେ ସମସ୍ତ ସୂଚନା ଥାଏ।
ଚତୁର୍ବେଦି ଅଗଷ୍ଟ ୨୦୧୮ ମସିହାରେ ଆର.ଟି.ଆଇ ଫାଇଲ କରି ଥିଲେ। ମାର୍ଚ ୨୦୧୮ ସେଶରେ ରିଜର୍ଭ ବେଙ୍କ ପାଖରେ ୫୬୦.୩୨ ଟନ ସୁନା ଥିଲା, ସେଥିରୁ ୨୬୮.୦୧ ଟନ ସୁନା ବେଙ୍କ ଅଫ ଇଂଲାଣ୍ଡ ଏବଂ ବେଙ୍କ ଅଫ ଇଣ୍ଟରନେସନାଲ ସେଟଲ୍ମେନ୍ତ୍ ରେ ଡିପୋଷିଟ କରା ଯାଇଅଛି। ଏହି ସୁନାକୁ ସୁରକ୍ଷିତ ରଖିବା ପାଇଁ ଡିପୋଷିଟ କରା ଯାଇଥିଲା। ଏହାର ସୁନା ଗିରବି ରଖିବା ସହିତ କୌଣସି ସମ୍ବନ୍ଧ ନାହିଁ।

ଏହାର ଅର୍ଥ ହେଉଛି ସୁନା ବିଷୟରେ ସମସ୍ତ ସୂଚନା ଦେଶର ଜନତାଙ୍କ ସମକ୍ଷ ପ୍ରତ୍ଯେକ ୬ ମାସକୁ ଥରେ ରଖା ଯାଏ। ସେଥିପାଇଁ ମୋଦି ସରକାରଙ୍କ ବିରୁଦ୍ଧରେ କରା ଯାଇଥିବା ଏହି ଅଭିଯୋଗ ମିଥ୍ୟା ଅଟେ।
ମୋଦି ସରକାର ଶାସନକୁ ଆସିଲା ପରେ ୨୦୦ ଟନ ସୁନା ବିଦେଶ ପଠା ଯାଇଅଛି:
ଆର.ବି.ଆଇ ୨୦୦୯ ନଭେମ୍ବରରେ ୨୦୦ ଟନ ସୁନା କିଣି ଥିଲା। ଚତୁର୍ବେଦିଙ୍କ କହିବା ଅନୁସାରେ ସୁନା ଭାରତରେ ଜୁନ ୨୦୧୪ ମସିହା ଯାଏଁ ଥିଲା। ଏହା ପରେ ଏହି ସୁନାକୁ ବିଦେଶ ପଠା ଯାଇଥିଲା। କିନ୍ତୁ ଅଗଷ୍ଟ ୨୦୧୦ ରିପୋର୍ଟ ଅନୁସାରେ ଆର.ବି.ଆଇ. ପାଖରେ ୨୦୧୦ ମାର୍ଚ ସେଶ ତକ ୫୫୫.୭୫ ଟନ ସୁନା ଥିଲା। ଏହି ସୁନା ମଧ୍ୟରୁ ୨୬୫.୪୯ ଟନ ସୁନା ବିଦେଶରେ ରଖା ଯାଇଅଛି। ଏହି ୨୬୫.୪୯ ଟନ ସୁନା ମଧ୍ୟରୁ ୬୫.୪୯ ଟନ ସୁନା ୧୯୯୧ ରୁ ବିଦେଶରେ ଅଛି ଏବଂ ବାକି ୨୦୦ ଟନ ନଭେମ୍ବର ୨୦୦୯ ରୁ ବିଦେଶରେ ଅଛି।

ଏହାର ଅର୍ଥ ଏଇଟା ଯେ ଇଣ୍ଟରନେସନାଲ ମଣିଟାରି ଫଣ୍ଡ (IMF) ଦ୍ଵାରା କିଣା ଯାଇଥିବା ୨୦୦ ଟନ୍ ସୁନା ୨୦୦୯ ମସିହା ଠାରୁ ବିଦେଶରେ ଅଛି। ୨୦୦୯ ମସିହାରେ ଭାରତ ପ୍ରଥମ ଥର ୮ ଟନ ସୁନା କିଣି ଥିଲା। ଏଇଥିରୁ ଏହା ଜଣା ପଡିଲା ଯେ ସେହି ସମୟରେ ସୁନାର ସଂଖ୍ୟାରେ କିଛି ପରିବର୍ତ୍ତନ ହୋଇନାହିଁ। ସେଥିପାଇଁ ମୋଦି ସରକାର ଉପରେ ଲଗା ଯାଇଥିବା ଏହି ଦ୍ଵିତୀୟ ଅଭିଯୋଗ ମଧ୍ୟ ମିଥ୍ୟା ଅଟେ।
କ’ଣ ଆର.ବି.ଆଇ. ସୁନା ରଖି ପାରିବ?
ରିଜର୍ଭ ବେଙ୍କ ଅଫ ଇଣ୍ଡିଆ ଏକ୍ଟ (୧୯୩୪) ଅନ୍ତର୍ଗତ ରେ ଆର.ବି.ଆଇ. ବିଦେଶର ଧନ ରାସୀ ଓ ସୁନା ଫରେନ ସେଣ୍ଟ୍ରାଲ ବେଙ୍କ ଏବଂ ବେଙ୍କ ଅଫ ଇଣ୍ଟରନେସନାଲ ସେଟଲ୍ମେନ୍ତ୍ ରେ ରଖି ପାରିବ। ୬୦ ଟି ଦେଶର ସେଣ୍ଟ୍ରାଲ ବେଙ୍କ ଓ ଆର.ବି.ଆଇ. ବେଙ୍କ ଅଫ ଇଣ୍ଟେର୍ନେସନାଲ ସେଟଲ୍ମେଣ୍ଟ ସହିତ ଜୁଡି ହେଇଅଛି।

ଆର.ବି.ଆଇ. ର ସ୍ପଷ୍ଟୀକରଣ:
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ ଏବଂ ଖବରରେ ହସ୍ତକ୍ଷେପ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୩ ମଇ ରେ ମୁଖ୍ୟ ଜେନେରାଲ୍ ଆଡମିନିଷ୍ଟ୍ରେଟର ଯୋଗୋଶ ଦୟାଲଙ୍କ ନାମରେ ଏକ ନୋଟିସ ଜାରି କରି ଏହି ଖବର ଭିତ୍ତିହୀନ ବୋଲି ଘୋଷଣା କରିଛି। “ଆପଣଙ୍କର ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ସମେତ ଅନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ସୁରକ୍ଷିତ ରଖାଯାଇଛି। ଏହିପରି କରିବା ଏକ ସାଧାରଣ କଥା। ଆରବିଆଇର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ “୨୦୧୪ କିମ୍ବା ତାହା ପରେ ଆରବିଆଇ କୌଣସି ବିଦେଶୀ ପୁଞ୍ଜି ବିନିଯୋଗ କରି ନାହିଁ।

ଶେଷକଥା:
ଭାଇରାଲ ଦାବି ମିଥ୍ୟା ଅଟେ। ରିଜର୍ଭ ବେଙ୍କ ଅଫ ଇଣ୍ଡିଆର ସୁନା ୧୯୯୧ରୁ ବିଦେଶରେ ଅଛି, ମୋଦି ସରକାରଙ୍କ ଶାସନ କାଳରୁ ନୁହେଁ। ୨୦୦୯ ରେ ଯେଉଁ ସୁନା କିଣା ଯାଇଥିଲା ସେଇଟା ମଧ୍ୟ ବିଦେଶରେ ଅଛି। ଏହା ସୁନାକୁ ସୁରକ୍ଷିତ ରଖିବା ପାଇଁ କରା ଯାଏ। ଏହାର ସୁନା ବନ୍ଧକ ରଖିବା ସହିତ କିଛି ସମ୍ବନ୍ଧ ନାହିଁ।

Title:କ’ଣ ମୋଦୀ ସରକାର ବିଦେଶରେ ୨୬୮ ଟନ୍ ସୁନା ବନ୍ଧକ ରଖିଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
