2012 ମସିହା ଆନ୍ଧ୍ରପ୍ରଦେଶ ଭିଡିଓକୁ ବର୍ତ୍ତମାନ ହାଇଦ୍ରାବାଦ ବନ୍ୟା ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

False Social

ହାଇଦ୍ରାବାଦରେ ଲଗାଣ ବର୍ଷା ପାଇଁ ଜଳମଗ୍ନ ହୋଇଛି। ଏହାର ଭିଡିଓ ସୋସିଅଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜାଗା ଜାଗାରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରେଳ ବ୍ରିଜରେ ବନ୍ୟା ପାଣି ଭର୍ତ୍ତି ହେଉଥିବାର ଦେଖା ଯାଉଛି। ଭିଡିଓରେ ରେଳ ବ୍ରିଜ ଉପରେ ପ୍ରବଳ ମାତ୍ରାପେ ପାଣି ଆସୁଥିବାର ଦେଖାଯାଉଛି। ଏହାକୁ ହାଇଦ୍ରାବାଦ ରେଳ ବ୍ରିଜରେ ବନ୍ୟା ସ୍ଥିତି ବନିଥିବା ନେଇ ଭାଇରାଲ 

ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ ବୋଲି ପ୍ରମାଣିତ ହେଲା। 

14 ଅକ୍ଟୋବର  Jagannath Prasad Mohanty ନାମକ ଜଣେ ଫେସ ବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ହାଇଦ୍ରାବାଦରେ ଲଗାଣ ବର୍ଷା ପାଇଁ ବନ୍ୟା ସ୍ଥିତି। ପୋଷ୍ଟର ଶିର୍ଷକରେ ଅନ୍ୟ ଦୁଇଟି ଭିଜିଓ ପୋଷ୍ଟ କରି ଲେଖା ଯାଇଛି, ହାଇଦ୍ରାବାଦର ବନ୍ୟା ସ୍ଥିତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 20ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଫଟୋ ଏବଂ ବିଡିଓ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଏଠାରେ ଫେସବୁକ ୟୁଜର ପୋଷ୍ଟ କରିଥିବା ଭିଡିଓ ଆରକାଇଭି କରାଯାଇଛି। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ ରେଳ ବ୍ରିଜରେ ବହୁଥିବା ବନ୍ୟା ପାଣିର ଦୃଶ୍ୟ ହାଇଦ୍ରାବାଦର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପୋଷ୍ଟରେ ଥିବା ସମସ୍ତ ଭିଡିଓକୁ ଦେଖିଲୁ। ଅନୁସନ୍ଧାନରେ ଆମେ ପ୍ରଥମ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ।  ଭାଇରାଲ ଭିଡିଓ 15 ଅକ୍ଟୋବର ABN Telugu ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବାର ପାଇଲୁ। ଯେଉଁଥିରେ ଲେଖା ଯାଇଥିଲା ଯେ, Tandava railway bridge in Tuni (ଟୁନି ତାଣ୍ଡାଭା ରେଳ ବ୍ରିଜ୍) ଲେଖା ଯାଇଛି। ସର୍ଚ୍ଚରା ଆମେ ଜାଣିବାକୁ ପାଇଲୁ ଯେ, ଭିଡିଓରେଥିବା ବ୍ରିଜ Andhra Pradesh (ଆନ୍ଧ୍ରପ୍ରଦେଶ)ର ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ହାଇଦ୍ରାବାଦ ବନ୍ୟାର ନୁହେଁ। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ୟୁଟ୍ୟୁବ ଚ୍ୟାନେଲ ଲିଙ୍କ ଦେଖନ୍ତୁ- ABN Telugu

ପରେ ଆମେ Tuni flood water on Tandava railway bridge  ଲେଖି ୟୁଟ୍ୟୁବରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Ravindra Prasad ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 7 ବର୍ଷ ପୁରୁଣା ଅଟେ। ଅର୍ଥାତ୍ 2012 ମସିହାର। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। ଏହା 7 ବର୍ଷ ପୁରୁଣା ଭିଡିଓକୁ ବର୍ତ୍ତମାନର କହି ଭାଇରାଲ କରାଯାଉଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ୟୁଟ୍ୟୁବ ଭିଡିଓ ଲିଙ୍କ ଦେଖନ୍ତୁ- Ravindra Prasad

ଅଧିର ସର୍ଚ୍ଚରେ ଆମକୁ Sarma v ୟୁଟ୍ୟୁବ ଚ୍ୟାନେଲ ଲିଙ୍କ ମିଳିଲା। ଯେଉଁଥିରେ 2012ରେ ଟୁନି ବ୍ରିଜରେ ହୋଇଥିବା ବନ୍ୟାର ସମ୍ପୁର୍ଣ୍ଣ ଭିଡିଓ ପୋଷ୍ଟ କରାଯାଇଛି। ନଭେମ୍ବର 2012ରେ ଭାଇରାଲ ଭିଡିଓର ସମ୍ପୁର୍ଣ୍ଣ ଭିଡିଓ ପୋଷ୍ଟ କରାଯାଇଛି। ଯାହାକୁ ଲୋକମାନେ ବର୍ତ୍ତମାନ ହାଇଦ୍ରାବାଦର ବନ୍ୟା ସ୍ଥିତି ଦାବିରେ ଭାଇରାଲ କରୁଛନ୍ତି। ତଳେ ଲିଙ୍କ ଦେଖନ୍ତୁ। 

14 ଅକ୍ଟୋବରରେ News 18ରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଯେଉଁଥିରେ ଭାଇରାଲ ଭିଡିଓର ଫଟୋଥିବା ସହ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଭିଡିଓ 2012 ମସିହାର ଅଟେ। ଭାଇରାଲ ଭିଡିଓକୁ ଦେଖି ଯାତ୍ରୀମାନେ ଚିନ୍ତାରେ ବ୍ୟକ୍ତ କରିଥିଲେ, ଏବଂ ରେଳ ଚଳାଚଳ କୁ ନେଇ ପ୍ରଶ୍ନ କରିଥିଲେ। ଭିଡିଓ ଭାଇରାଲ ହେବାପରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଏହାର ଜବାବ ଦେଇ, ଏ ବାବଦରେ ଏକ ବିବୃତ୍ତି ଜାରି କରିଛି।   ରେଳବାଇ ସ୍ପଷ୍ଟକରିଛି ଯେ, ଭାଇରାଲ ଭିଡିଓ 2012 ମସିହାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-News 18Archive

14 ଅକ୍ଟୋବରରେ Vijayawada Division SCR  ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓକୁ ନେଇ ସ୍ପଷ୍ଟିକରଣ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ଆମେ ଜାଣିବାକୁ ପାଇଲୁ ଟୁନି ତାଣ୍ଡାଭା ରେଳ ବ୍ରିଜ୍ ର 2012 ପୁରୁଣା ଭିଡିଓକୁ  ବର୍ତ୍ତମାନର କହି କିଛି ନ୍ୟୁଜ ଚ୍ୟାନେଲ ଏବଂ ସୋସିଆଲ ଭାଇରାଲ କରାଯାଉଛି। ଆମେ ସ୍ପଷ୍ଟ କରୁଛୁ ଯେସ ଟୁନି ତାଣ୍ଡାଭା ରେଳ ବ୍ରିଜ୍ ସମ୍ପୁର୍ଣ୍ଣ ସୁରକ୍ଷୀତ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Vijayawada Division SCRArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ହାଇଦ୍ରାବାଦରେ ବନ୍ୟା ସ୍ଥିତି ଦାବିରେ ଭାଇରାଲ ହେଉଥିବା ଭିଡିଓ  2012 ମସିହାର ଆନ୍ଧ୍ରପ୍ରଦେଶ ଟୁନି ରେଳ ବ୍ରିଜର ଅଟେ।

Avatar

Title:2012 ମସିହା ଆନ୍ଧ୍ରପ୍ରଦେଶ ଭିଡିଓକୁ ବର୍ତ୍ତମାନ ହାଇଦ୍ରାବାଦ ବନ୍ୟା ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *