
ରାହୁଲ ଗାନ୍ଧୀଙ୍କ ସହିତ ଅନେକ କଂଗ୍ରେସ ଦଳ ନେତାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ନେତା ଏବଂ ସାଂସଦ ମାନେ କଳା ପୋଷାକ ପିନ୍ଧିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟ ୨୦୨୦ ମସିହାର ଅଟେ ଯେତେବେଳେ କଂଗ୍ରେସ ଦଳ ସାଂସଦ ମାନେ ରାମ ମନ୍ଦିରର ଶିଳାନ୍ୟାସର ବିରୋଧରେ କଳା ପୋଷାକ ପିନ୍ଧି ବିରୋଧ କରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୨ ମସିହାର ଫୋଟୋ ଅଟେ ଯେତେବେଳେ କଙ୍ଗ୍ରେସ୍ସ ଜିଏସଟି ଏବଂ ଦର ବୃଦ୍ଧିର ବିରୋଧ କରିଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, ୫ ଅଗଷ୍ଟ ୨୦୨୦ ରେ ଯେତେବେଳେ ରାମ ଜନ୍ମଭୂମିର ଶିଳାନ୍ୟାସ୍ ହେଉଥିଲା, ସେହି ଦିନ କଂଗ୍ରେସର ସାଂସଦ ମାନେ କଳା ପୋଷାକ ପିନ୍ଧି ସଂସଦ ଭବନ ଯାଇଥିଲେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୫ ଅଗଷ୍ଟ ୨୦୨୨ ରେ ଟାଇମ୍ସ ଅଫ୍ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଦେଶରେ ବିଭିନ୍ନ ସାମଗ୍ରୀ ଉପରେ ବଢୁଥିବା ଦର ଏବଂ ଜିଏସଟି ବିରୁଦ୍ଧରେ କଂଗ୍ରେସ ସାଂସଦ ଏବଂ ବିଧାୟକ ମାନେ ବିରୋଧ ପ୍ରଦର୍ଶନ କରି ରାଷ୍ଟ୍ରପତି ଭବନ ଯାଇଥିଲେ। ରାହୁଲ ଗାନ୍ଧୀ ଏବଂ ଅନ୍ୟ ସମସ୍ତ ନେତା ମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସସ୍ଥାନକୁ ମଧ୍ୟ ଘେରିବାର ଯୋଜନା କରିଥିଲେ।
ଦି ତେଲେଗ୍ରାଫ୍ ରିପୋର୍ଟ ଅନୁଯାୟୀ, ଦାମ ବୃଦ୍ଧି, ବେକାରୀ ଏବଂ ବ୍ୟବହାର ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି ହେତୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ସାଂସଦଙ୍କ ନେତୃତ୍ୱରେ ସଂସଦ ସମ୍ମୁଖରେ ଏହା ଏକ ପ୍ରତିବାଦ ସଭାର ଚିତ୍ର ଅଟେ। ଏହି ପ୍ରତିବାଦ ପରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଗିରଫ କରି ନେଇଥିଲା ଏବଂ ପରେ ଏଆଇସିସି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପ୍ରତିଦିନ ବ୍ୟବହାର ହେଉଥିବା ସାମଗ୍ରୀର ଦର ଏବଂ ଜିଏସଟି ବୃଦ୍ଦି ପାଇଁ କଂଗ୍ରେସ ସାଂସଦ ମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ଏହା ୨୦୨୨ ର ଘଟଣା ଅଟେ ଯାହାର ରାମ ମନ୍ଦିର ଶିଳାନ୍ୟାସ୍ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ରାମ ମନ୍ଦିର ଶିଳାନ୍ୟାସ୍ ଦିନ କଂଗ୍ରେସ ଦଳ ନେତା ମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
