କ’ଣ କେରଳରେ ମୁସ୍ଲିମ ସମ୍ପ୍ରଦାୟ ଲୋକ ମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ। 

Communal False

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକମାନେ ଲୋକଙ୍କ ଘର ଉପରେ ପଥର ଫିଙ୍ଗୁଠିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଘଟଣାଟି କେରଳର ଅଟେ। ସେଠିକାର ମୁସ୍ଲିମ ସମ୍ପ୍ରଦାୟ ଲୋକମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୬ ମସିହାର ପୁରୁଣା ଭିଡିଓ ଅଟେ। ଦୁଇ ରାଜନୈତିକ ଦଳ ମଧ୍ୟରେ ଶତ୍ରୁତା ନେଇ ଏହି ଘଟଣା ଘଟିଥିଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, “କେରଳରେ କାଶ୍ମୀର ଭଳି ହିନ୍ଦୁ ଘରକୁ ପଥର ଫିଙ୍ଗି ଘର ଖାଲି କରିବାକୁ ଧମକାଉଛନ୍ତି… ଏବେ ମଧ୍ୟ ସମୟ ଅଛି… Jago Hindustani

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ମନୋରାମା ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ୧୫ ଅଗଷ୍ଟ ୨୦୧୬ ମସିହାରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ର କାର୍ଯ୍ୟକର୍ତ୍ତାମାନେ କେରଳର ନାଦାପୁରମରେ ବିଜେପି ଏବଂ କଂଗ୍ରେସ ସହିତ ସିପିଆଇ (ଏମ୍) ନେତାଙ୍କ ଘର ଏବଂ ଅଫିସ୍ ଉପରେ ଆକ୍ରମଣ କରିଥିଲେ। ୧୩ ଅଗଷ୍ଟ ୨୦୧୬ ରେ ସିପିଆଇ(ଏମ) ଦ୍ଵାରା IUML ର ଜଣେ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହେବା ପରେ ପ୍ରତିଶୋଧ ଭାବେ IUML କାର୍ଯ୍ୟକର୍ତ୍ତା ମାନେ ଏପରି ଆକ୍ରମଣ କରିଥିଲେ।

ରିପୋର୍ଟ ଅନୁଯାୟୀ, ମୁଖ୍ୟତ କଂଗ୍ରେସ, ବିଜେପି ଏବଂ ସିପିଆଇ (ଏମ୍) ସମର୍ଥକଙ୍କ ୫୦ ରୁ ଅଧିକ ଆବାସ ଉପରେ ନାଦାପୁରମରେ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀମାନେ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ମୁହଁକୁ ଛଦ୍ମନାମ କରିଥିଲେ। ପୋଲିସ ଏହି ଆକ୍ରମଣର ସିସିଟିଭି ଫୁଟେଜ ସଂଗ୍ରହ କରି ୫୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା।

୧୪ ଅଗଷ୍ଟ ୨୦୧୬ ର ଡେକାନ୍ କ୍ରୋନିକଲ୍ ରିପୋର୍ଟ ଅନୁଯାୟୀ, ସିପିଏମ୍ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଅସଲାମଙ୍କ ହତ୍ୟାକୁ କଂଗ୍ରେସ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ନେତାମାନେ ନିନ୍ଦା କରିଥିଲେ।  ସି.କେ.ଶିବିନଙ୍କ ହତ୍ୟା ମାମଲାରେ ୧୭ ଜଣ ଦୋଷୀଙ୍କ ମଧ୍ୟରୁ  ମହମ୍ମଦ ଅସଲମଙ୍କୁ ନାଦାପୁରମ ଆଞ୍ଚଲରେ ହତ୍ୟା କରା ଯାଇଥିଲା। 

ସମାନ ଘଟଣା ଖବର ନ୍ୟୁଜ୍ ମିନିଟ ପତ୍ରିକାରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। 

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, “୧୨ ଅଗଷ୍ଟ ୨୦୧୬ ରେ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ର ୨୨ ବର୍ଷ ବୟସ୍କ ମହମ୍ମଦ ଅସଲମଙ୍କୁ ଦୀପାବଳିରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଅସଲମଙ୍କ ହାତ କଟି ଯାଇଥିଲା ଏବଂ ତାଙ୍କ ଶରୀରରେ ୬୭ ଟି ଛୁର ଚିହ୍ନ ରହିଥିଲା। ୨୨ ଜାନୁଆରୀ ୨୦୧୫ ରେ ସିପିଆଇ (ଏମ୍) ର ଯୁବ ୱିଙ୍ଗ୍ ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (DYFI) ର ସଦସ୍ୟ ୧୯ ବର୍ଷୀୟ ସି.କେ. ଶିବିନ ହତ୍ୟା ମାମଲାରେ ଅସଲମ ଜଣେ ଅଭିଯୁକ୍ତ ହୋଇଥିଲେ। ତାଙ୍କୁ ୧୫ ଜୁନ୍ ୨୦୧୬ ରେ ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ନିର୍ଦ୍ଦୋଷ ବୋଲି ଘୋଷଣା କରା ଯାଇଥିଲା। 

୨୮ ଅଗଷ୍ଟ ୨୦୧୬ ରେ ମାତୃଭୂମି ରିପୋର୍ଟ କରିଥିଲା ଯେ ପୋଲିସ ସି.କେ ଶିବିନଙ୍କ ହତ୍ୟାର ଆଡସଲି ଅଭିଯୁକ୍ତ ରମେଶଙ୍କୁ, ଯିଏ ଜଣେ ସିପିଏମ କାର୍ଯ୍ୟକର୍ତ୍ତା, ତାଙ୍କୁ ଗିରଫ କରିଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓରେ IUML ଏବଂ ସିପିଆଇ (ଏମ) ମଧ୍ୟରେ ଏକ ରାଜନୈତିକ ଝଗଡାର ଦୃଶ୍ୟ ଅଟେ। ଏହା ହିନ୍ଦୁମାନଙ୍କ ଉପରେ ମୁସଲମାନ ନେତୃତ୍ୱାଧୀନ ଆକ୍ରମଣ ନୁହେଁ ଏବଂ ଏଥିରେ କୌଣସି ସାମ୍ପ୍ରଦାୟିକ ଉପାଦାନ ନାହିଁ।

Avatar

Title:କ’ଣ କେରଳରେ ମୁସ୍ଲିମ ସମ୍ପ୍ରଦାୟ ଲୋକ ମାନେ ହିନ୍ଦୁଙ୍କ ଘର ଉପରେ ପଥର ଫିଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *