କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ବା ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ। 

False Political

ନଭେମ୍ବରରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନା ପାଞ୍ଚଟି ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରେ ଜଣେ ବ୍ୟକ୍ତି ମଞ୍ଚ ଉପରେ ଗର୍ବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ବ୍ୟକ୍ତି ନରେନ୍ଦ୍ର ମୋଦୀ ନୁହଁନ୍ତି, ସେ ଜଣେ ସମାଜ ସେବି ଅଟନ୍ତି ଏବଂ ତାଙ୍କ ନାମ ବିକାଶ ମାହାତେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେଯାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ମୋ ମନ କହୁଛି ଏଇଥର ନିଶ୍ଚିତ ହିନ୍ଦୁ ବିପଦରୁ ରକ୍ଷା ପାଇଯିବ। ଏଇଥର ₹15 ଲକ୍ଷ ସହିତ, କଳାଧନ, ଅଛେଦିନ ସବୁ ଆସିଯିବ। ଦେଖୁନ ନରି ଭାଇର ଏ ସୁନ୍ଦର ନାଚରୁ ଅନୁମାନ ଲଗେଇ ପାରୁଥିବେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଜଣେ ଟୁଇଟର ବ୍ୟବହାରକାରୀ ୮ ନଭେମ୍ବରରେ ସମାନ ଭିଡିଓ ଟୁଇଟ କରି ଲେଖିଛନ୍ତି, “ମୋଦୀଜି ଆପଣ କେବେ ଗର୍ବା ନାଚିଲେ? ସଂପୂର୍ଣ୍ଣ ସମାନତା।”

ଅନ୍ୟ ଏକ ଟୁଇଟରେ କୁହା ଯାଇଛି ଯେ ଭିଡିଓରେ ନାଚୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ଦେଖା ଯାନ୍ତି। ତାଙ୍କ ନାମ ବିକାଶ ମାହାନ୍ତେ ଅଟେ ଏବଂ ସେ ନବରାତ୍ରି ଅବସରରେ ମୁମ୍ବଇରେ ଗର୍ବା ନାଚିଥିଲେ। 

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ ବିକାଶ ମାହାନ୍ତେଙ୍କ ସୋସିଆଲ ମିଡିଆ ଏକାଉଣ୍ଟ ସର୍ଚ୍ଚ କରିଲୁ। ତାଙ୍କ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ସେ ନିଜ ବିଷୟରେ ଲେଖିଛନ୍ତି ଯେ ସେ ଜଣେ ଅଭିନେତା, ବ୍ୟବସାୟୀ ଏବଂ ସମାଜ ସେବି। ଆମେ ତାଙ୍କ ଇଂଷ୍ଟାଗ୍ରାମ୍ ରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମଧ୍ୟ ପାଇଲୁ। ସୂଚନା ଅନୁଯାୟୀ, ଏହି ଭିଡିଓ ଲଣ୍ଡନରେ ଦୀପାବଳି ଅବସରରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମର ଅଟେ ଯେଉଁଥିରେ ବିକାଶ ମାହାନ୍ତେଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରା ଯାଇଥିଲା। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ବିକାଶ ମାହାନ୍ତେଙ୍କ ପୁଅ ସହିତ ଯୋଗାଯୋଗ କରିଲା। ସେ ସ୍ପଷ୍ଟ କରି କହିଛନ୍ତି ଯେ ଭାଇରାଲ ଭିଡିଓରେ ନାଚୁତ୍ଘିବା ବ୍ୟକ୍ତି ତାଙ୍କ ପିତା ଅଟନ୍ତି।

ଆମେ ବିକାଶ ମାହାନ୍ତେଙ୍କ ମ୍ୟାନେଜର ଅତୁଲ ପାରିଖଙ୍କ ସହିତ ମଧ୍ୟ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ, “ଭିଡିଓରେ ନାଚୁଥିବା ବ୍ୟକ୍ତି ବିକାଶ ମାହାନ୍ତେ ଅଟନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ଆମେ ସଦା ବଲେ କହି ଆସିଛୁ ଯେ ସେ ଜଣେ କଳାକାର ଏବଂ ସମାଜ ସେବି। ତାଙ୍କୁ କେବେ ପ୍ରଧାନମନ୍ତ୍ରୀ ମୋଦୀ ଭାବେ ପରିଚିତ କରା ଯାଇ ନାହିଁ। ଆପଣ ମାନେ ତାଙ୍କ ସୋସିଆଲ ମିଡିଆ ଏକାଉଣ୍ଟ ଯାଞ୍ଚ କରି ପାରିବେ।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ନାଚୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ସେ ଜଣେ ସମାଜ ସେବି ଏବଂ ଅଭିନେତା ଅଟନ୍ତି ଏବଂ ସେ ପ୍ରଧାନମନ୍ତ୍ରୀଙ୍କ ପରି ଦେଖା ଯାନ୍ତି। 

Avatar

Title:କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ବା ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *