କ’ଣ ପ୍ରସିଦ୍ଧ ଅଭିନେତ୍ରୀ ଗାଲ୍ ଗାଡୋତ ହମାସ୍ ବିରୁଦ୍ଧରେ ଯୁଧ୍ୟ କରିବା ପାଇଁ ସେନାରେ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

Israel-Palestine War Missing Context

ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଧ୍ୟ ଲାଗି ରହିଛି ଏବଂ ଏହି ପ୍ରସଙ୍ଗରେ ଅନେକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ଇସ୍ରାଏଲ୍ ଗାଯାରେ ହମାସ୍ ବିରୁଦ୍ଧରେ ଏକ ସାମରିକ ନିଯୋଜନ କରୁଛି। 

ଏହି ପରିସ୍ଥିତିରେ ଇସ୍ରାଏଲ୍ ଅଭିନେତ୍ରୀ ତଥା ସୁପରମୋଡେଲ୍ ଗାଲ୍ ଗାଡୋତଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଜଣେ ଇସ୍ରାଏଲର ପ୍ରସିଦ୍ଧ ଅଭିନେତ୍ରୀ ଯିଏ ହଲିଉଡ ଚଳଚ୍ଚିତ୍ରରେ ୱାଣ୍ଡର ୱୋମେନ୍ ଭୂମିକାରେ ଅଭିନୟ କରିଥିଲେ। ଦାବି କରା ଯାଉଛି ଯେ ସେ ବର୍ତ୍ତମାନ ହମାସ୍ ବିରୁଦ୍ଧରେ ଯୁଧ୍ୟ କରିବା ପାଇଁ ଇସ୍ରାଏଲି ସେନାରେ ଯୋଗଦାନ ଦେଇଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଯାହା ଗାଲ୍ ଗାଡୋତଙ୍କ ୧୮ ବର୍ଷ ବୟସ ସମୟରେ IDF ଦ୍ଵାରା ନିଯୁକ୍ତି ହୋଇଥିବା ସମୟର ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଗାଲ୍ ଗାଡୋତ ଯିଏ ୱାଣ୍ଡର ୱୋମେନ୍ ଅଭିନୟ କରିଥିଲେ, ବର୍ତ୍ତମାନ ଇସ୍ରାଏଲି ସେନାରେ ଯୋଗଦାନ ଦେଇଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ୨୦୧୯ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋର ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। 

ସୋସିଆଲ ମିଡିଆ ୱେବସାଇଟ ପାଇଣ୍ଟ୍ରେଷ୍ଟରେ ଏହି ଫୋଟୋ କିଛି ବର୍ଷ ପୂର୍ବରୁ ପୋଷ୍ଟ ହେଇଥିବା ମିଳିଲା। ଫୋଟୋ ସହିତ ଦିଆ ଯାଇଥିବା ସୂଚନାରେ ଉଲ୍ଲେଖ କରା ଯାଇଛି ଯେ ଯେତେବେଳେ ଗାଲ୍ ଗାଡୋତ୍ ୧୮ ବର୍ଷ ବୟସରେ ସେନାରେ ନିଯୁକ୍ତ ହୋଇଥିଲେ ଥିଲେ ସେତେବେଳେ ଏହି ଫୋଟୋ ନିଆ ଯାଇଥିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଫୋଟୋ ପ୍ରାୟ ୨୦ ବର୍ଷ ପୁରୁଣା ଅଟେ। 

Archive

ଜ୍ଯୁଇଶ ନ୍ୟୁଜ୍ ୱେବସାଇଟରେ ଗାଲ୍ ଗାଡୋତଙ୍କ ସଂକ୍ଷିପ୍ତ ଜୀବନୀରେ ସମାନ ଫୋଟୋ ଅପ୍ଲୋଡ ହୋଇଥିଲା। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। 

Archive

ଇସ୍ରାଏଲରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ପୁରୁଷ ଏବଂ ମହିଳାଙ୍କ ପାଇଁ ସାମରିକ ସେବା ବାଧ୍ୟତାମୂଳକ। ଡେଲି ମେଲ୍ ୱେବସାଇଟ ଅନୁଯାୟୀ, ଗାଲ ଗାଡୋଟ୍ ଦୁଇ ବର୍ଷ ଧରି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟ କରିଥିଲେ। ସେ 2006 ଇସ୍ରାଏଲ୍-ହିଜବୁଲ୍ ଯୁଦ୍ଧ ସମୟରେ ଲେବାନନ୍ ଏବଂ ଉତ୍ତର ଇସ୍ରାଏଲରେ 34 ଦିନିଆ ବିବାଦ ସମୟରେ କାର୍ଯ୍ୟ କରିଥିଲେ। ସେ ଜଣେ ଯୁଦ୍ଧ ଫିଟନେସ୍ ପ୍ରଶିକ୍ଷକ ଥିଲେ ଏବଂ ସାମଲ (ସର୍ଜେଣ୍ଟ) ମାନ୍ୟତା ପାଇଥିଲେ। ବର୍ତ୍ତମାନ ସେ ୩୮ ବର୍ଷ ବୟସର ଅଟନ୍ତି। 

ଆମେ ଗାଲ୍ ଗାଡୋତଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ମଧ୍ୟ ଦେଖିଲୁ। ଗାଲ ଗାଡୋଟ ହାମାସ ବନ୍ଧକମାନଙ୍କ ଉପରେ ଅନେକ ପୋଷ୍ଟ ସେୟାର କରି ଇସ୍ରାଏଲ ପାଇଁ ନିଜର ସମର୍ଥନ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଇସ୍ରାଏଲ ସେନାରେ ନିଯୁକ୍ତ ହେବ ବିଷୟରେ ଉଲ୍ଲେଖ କରିନାହାଁନ୍ତି।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ବର୍ତ୍ତମାନ ଚାଲିଥିବା ଇସ୍ରାଏଲ୍-ପାଲେଷ୍ଟାଇନ୍ ଜୁଡୀ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ଏକ ୨୦ ବର୍ଷ ପୁରୁଣା ଫୋଟୋ ଅଟେ ଯେତେବେଳେ ଗାଲ୍ ଗାଡୋତଙ୍କୁ ୧୮ ବର୍ଷ ବୟସରେ ଇସ୍ରାଏଲି ସେନାରେ ନିଯୁକ୍ତ କରା ଯାଇଥିଲା। 

Avatar

Title:କ’ଣ ପ୍ରସିଦ୍ଧ ଅଭିନେତ୍ରୀ ଗାଲ୍ ଗାଡୋତ ହମାସ୍ ବିରୁଦ୍ଧରେ ଯୁଧ୍ୟ କରିବା ପାଇଁ ସେନାରେ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *