ବାଂଲାଦେଶର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆତଙ୍କ ସୃଷ୍ଟି କରୁଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

False Political

ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ନିର୍ବାଚନରେ ​​ଐତିହାସିକ ବିଜୟ ହାସଲ କରିଛି, ୨୯୪ ଆସନରୁ ପ୍ରାୟ ୨୦୭ ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ, ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନକୁ ସମାପ୍ତ କରିବ। 

ଏହି ପ୍ରସଙ୍ଗରେ ଏକ ଘରେ ନିଆଁ ଲାଗିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି କରିଛନ୍ତି ଯେ ନିର୍ବାଚନ ଜିତିବା ପରେ ବିଜେପି ସମର୍ଥକ ମାନେ ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି ସୃଷ୍ଟି କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ବାଂଲାଦେଶର ଏକ ପୁରୁଣା ଘଟଣା। ଜଣେ ହିନ୍ଦୁ ଶିକ୍ଷକଙ୍କ ଘରେ ସେଠିକାର ଲୋକମାନେ ଜାଳି ଦେଇଥିଲେ। ଏହି ଭିଡିଓର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭିଡିଓରେ ନିଆଁ ଲାହିଥିବା ଘରର ଏକ ଫୋଟୋ ୧୬ ଜାନୁଆରୀ ୨୦୨୨୬ ରେ ନ୍ୟୁଜ୍ ୧୮ ୱେବସାଇଟରେ ପ୍ରକାଶ ପାଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ବାଂଲାଦେଶର ସିଲହଟରେ ଜଣେ ହିନ୍ଦୁ ସ୍କୁଲ ଶିକ୍ଷକଙ୍କ ଘର ଜାଳି ଦିଆଯାଇଥିଲା। ସେତେବେଳେ ତାଙ୍କ ପରିବାର ମଧ୍ୟ ଘର ଭିତରେ ଥିଲେ। ଶିକ୍ଷକ ବୀରେନ୍ଦ୍ର କୁମାର ଦେ ଏବଂ ତାଙ୍କ ପରିବାର ସୁରକ୍ଷିତ ଭାବରେ ଖସି ଆସିଥିଲେ, କିନ୍ତୁ ଏହି ଘଟଣା ସ୍ଥାନୀୟ ହିନ୍ଦୁ ବାସିନ୍ଦାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଘର ପୋଡ଼ିବାର ଭିଡିଓ ଅନଲାଇନରେ ପ୍ରସାରିତ ହୋଇଥିଲା ଏବଂ ଲୋକମାନେ କର୍ତ୍ତୃପକ୍ଷଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏକ ଟୁଇଟରେ ମଧ୍ୟ କୁହା ଯାଇଛି, “ବାଂଲାଦେଶରେ ଏକ ହିନ୍ଦୁ ପରିବାର ଉପରେ ପୁଣି ଏକ ଲକ୍ଷ୍ୟଭେଦୀ ଆକ୍ରମଣ। ସିଲହଟର ଗୋୱାଇଙ୍ଘାଟରେ ଶିକ୍ଷକ ବୀରେନ୍ଦ୍ର କୁମାର ଦେ (“ଝୁନୁ ସାର୍”)ଙ୍କ ଘରେ ପୁଣି ଥରେ ନିଆଁ ଲାଗିଗଲା।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏହା ବାଂଲାଦେଶ ରେ ଜଣେ ହିନ୍ଦୁ ଶିକ୍ଷକଙ୍କର ଘରେ ଆକ୍ରମଣ କରି ନିଆଁ ଲହାଇଥିବାର ଘଟଣା। ଘଟଣାଟି ବାଂଲାଦେଶର ସିଲହଟ ଆଞ୍ଚଲରେ ଘଟିଥିଲା। ଶିକ୍ଷକଙ୍କର ପରିବାର ସେଠାରୁ ଖସି ପଳାଇଥିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସ୍ଥାନୀୟ ହିନ୍ଦୁଙ୍କ ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ବାଂଲାଦେଶର ଏକ ପୁରୁଣା ଘଟଣା। ଜଣେ ହିନ୍ଦୁ ଶିକ୍ଷକଙ୍କ ଘରେ ସେଠିକାର ଲୋକମାନେ ଜାଳି ଦେଇଥିଲେ। ଏହି ଭିଡିଓର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ବାଂଲାଦେଶର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆତଙ୍କ ସୃଷ୍ଟି କରୁଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *