
ଲୋକଙ୍କ ଏକ ଭିଡ଼ ଟ୍ରେନ୍ ରେ ଯାତ୍ରା କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏତେ ପରିମାଣର ଭିଡ଼ ଲୋକେ ଟ୍ରେନର ଛାତରେ ମଧ୍ୟ ବସି ଯାତ୍ରା କରୁଛନ୍ତି। ଡାବ କରା ଯାଉଛି ଯେ ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ପରେ ବାଂଲାଦେଶୀ ମାନେ ସେଠାରୁ ପଳାୟନ କରୁଥିବାର ଏହା ଏକ ଦୃଶ୍ୟ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ହା ବାଂଲାଦେଶ ରେଳବାଇ ସେବାର ଏକ ଟ୍ରେନ୍ ଯାହା ବାଂଲାଦେଶର ଚିଲାହାଟି ରୁ ଢାକା ମଧ୍ୟରେ ଚାଲିଥାଏ। ଏହା ପଶ୍ଚିମବଙ୍ଗରୁ ବାଂଲାଦେଶ ପଳାୟନ କରୁଥିବା ମୁସ୍ଲିମ ମାନଙ୍କ ଭିଡିଓ ଦାବି ବିଭ୍ରାନ୍ତକର ଅଟେ।
କ’ଣ ଦାବି କର ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ମାତ୍ରେ ବାଂଲାଦେଶୀମାନଙ୍କ ମଧ୍ୟରେ ଥିବା ଭୟକୁ ଦେଖନ୍ତୁ। ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଚାଲୁଥିବା ଟ୍ରେନ୍। ଯେତେବେଳେ ଏହି ଟ୍ରେନ୍ ପଶ୍ଚିମବଙ୍ଗରୁ ବାଂଲାଦେଶର ପ୍ରଥମ ଷ୍ଟେସନରେ ପହଞ୍ଚିଲା, ଆପଣ ଏହି ଟ୍ରେନର ଦୃଶ୍ୟ ଦେଖିପାରିବେ। ଏହାକୁ କଭର୍ କରିବାକୁ ବାଂଲାଦେଶୀ ଗଣମାଧ୍ୟମ ବହୁ ସଂଖ୍ୟାରେ ପହଞ୍ଚିଛି। ବର୍ତ୍ତମାନ ବାଂଲାଦେଶର ଜଣେ ମନ୍ତ୍ରୀ କହୁଛନ୍ତି ଯେ ଆମର ଏକ କୋଟି ଲୋକ ଭାରତରେ ବେଆଇନ ଭାବେ ବାସ କରନ୍ତି, ଯଦି ଏହି ଲୋକମାନଙ୍କ ମଧ୍ୟରୁ ୨୦% ମଧ୍ୟ ବାଂଲାଦେଶକୁ ଆସନ୍ତି ତେବେ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ନଷ୍ଟ ହୋଇଯିବ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିଲୁ ଯେ ଟ୍ରେନର ବଗିରେ ବାଂଲାଦେଶ ରେଳବାଇ ଏବଂ ଇଣ୍ଟରସିଟି ଲେଖା ଯାଇଛି। ଆପଣ ମାନେ ତାହା ନିମ୍ନରେ ଦେଖି ପାରିବେ।

ଅନ୍ୟ ଏକ ସ୍ଥାନରେ ଆମକୁ ଟ୍ରେନର ନାମ ବଙ୍ଗଳା ଭାଷାରେ ଲେଖା ହେଇଥିବା ମିଳିଲା, ଯାହାର ଅନୁବାଦ କରିଲା ପରେ ଆମେ ଜାଣିଲୁ ଯେ ଟ୍ରେନର ନାମ ହେଉଛି ଚିଲାହାଟି ଏକ୍ସପ୍ରେସ ଯାହା ଢାକା ଏବଂ ଚିଲାହାଟି ସହର ମଧ୍ୟରେ ଯାତ୍ରା କରେ।

ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ ଚିଲାହାଟି ବାଂଲାଦେଶର ଏକ ସହର। ନିମ୍ନରେ ଆପଣ ମାନେ ଚିଲାହାଟି-ଢାକା ଏକ୍ସପ୍ରେସ ଟ୍ରେନ ବିଷୟରେ ସୂଚନା ଦେଖି ପାରିବେ।

ଅଧିକ ସର୍ଚ୍ଚ କରିବା ପରେ, ଆମେ ଏକ ବାଂଲାଦେଶୀ ୱେବସାଇଟରେ ଉପଲବ୍ଧ ସୂଚନା ପାଇଲୁ, ଯାହା ଆମକୁ ଜଣାଇଥିଲା ଯେ ଏହା ଢାକା ଏବଂ ଚିଲାହାଟି ମଧ୍ୟରେ ଚାଲୁଥିବା ଏକ ଇଣ୍ଟରସିଟି ଟ୍ରେନ।
ରିପୋର୍ଟ ଅନୁଯାୟୀ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନୋଟି ଟ୍ରେନ୍ ଚଳାଚଳ କରେ, ଯାହା ମଧ୍ୟରୁ ସବୁଠାରୁ ସାମ୍ପ୍ରତିକ ଟ୍ରେନ୍ ହେଉଛି ମିଥାଲି ଏକ୍ସପ୍ରେସ୍, ଯାହା 2022 ମସିହାରେ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ, ମୈତ୍ରୀ ଏକ୍ସପ୍ରେସ୍ ଏବଂ ବନ୍ଧନ ଏକ୍ସପ୍ରେସ୍ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଚାଲୁଥିଲା।
୫ ଅଗଷ୍ଟ ୨୦୨୪ରେ ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶେଖ ହସିନାଙ୍କ ଇସ୍ତଫା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟ୍ରେନ୍ ସେବା ବନ୍ଦ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ପୁନଃସ୍ଥାପିତ ହୋଇନାହିଁ।
ତା’ପରେ ଆମେ ଭାଇରାଲ୍ ଭିଡିଓର ମୂଳ ଉତ୍ସ ଖୋଜିବା ପାଇଁ କୀଫ୍ରେମ୍ ବ୍ୟବହାର କରି ଏକ ରିଭର୍ସ ଇମେଜ୍ ସର୍ଚ୍ଚ କଲୁ। ଏହି ସର୍ଚ୍ଚ ମାଧ୍ୟମରେ, ଆମେ ‘RailNews24’ର ଫେସବୁକ୍ ପ୍ରୋଫାଇଲରେ ଭିଡିଓଟି ପାଇଲୁ, ଯେଉଁଠାରେ ଏହାକୁ ବକ୍ରି ଇଦ୍ ପର୍ବ ସମୟରେ ଚାଲୁଥିବା ଏକ ଟ୍ରେନ୍ ଭାବରେ ବର୍ଣ୍ଣନା କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ବୋଲି ପ୍ରମାଣିତ ହେଇଛି। ଏହା ବାଂଲାଦେଶ ରେଳବାଇ ସେବାର ଏକ ଟ୍ରେନ୍ ଯାହା ବାଂଲାଦେଶର ଚିଲାହାଟି ରୁ ଢାକା ମଧ୍ୟରେ ଚାଲିଥାଏ। ଏହା ପଶ୍ଚିମବଙ୍ଗରୁ ବାଂଲାଦେଶ ପଳାୟନ କରୁଥିବା ମୁସ୍ଲିମ ମାନଙ୍କ ଭିଡିଓ ଦାବି ବିଭ୍ରାନ୍ତକର ଅଟେ।

