
୮ ଜୁନ୍ ୨୦୨୬ ରେ ଫିଲିପାଇନ୍ସରେ ୭.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସୁନାମି ସତର୍କତା ଜାରି ହୋଇଥିଲା, ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ପୃଷ୍ଠଭୂମିରେ, ଫିଲିପାଇନ୍ସରେ ୭.୮ ତୀବ୍ରତାର ଭୂମିକମ୍ପ ପରେ କ୍ୟାମେରାରେ କଏଦ ହୋଇଥିବା ସୁନାମି ତରଙ୍ଗର ଫୁଟେଜ୍ ବୋଲି ଦାବି କରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଜାପାନର ଜାଙ୍ଗମି ବାତ୍ୟା ସମୟର ଭିଡିଓକୁ ଫିଲିପାଇନ୍ସରେ ଭୂମିକମ୍ପ ପରେ ସୁନାମୀ ସୃଷ୍ଟି ହୋଇଥିବା ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ଋଭ୍ର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୩ ଜୁନ୍ ୨୦୨୬ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେକି ପାରିବେ।
ଆମକୁ ଟାଇମ୍ସ ନାଓ ର ଇଂଷ୍ଟାଗ୍ରାମ ହେଣ୍ଡେଲରେ ମଧ୍ୟ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନରେ କୁହାଯାଇଛି, “ଜାଙ୍ଗମି ଦୂରେଇ ଯାଇଥାଇପାରେ, କିନ୍ତୁ ଏହାର ପ୍ରଭାବ ଜାପାନର ଦକ୍ଷିଣ ଉପକୂଳରେ ଅନୁଭୂତ ହେଉଛି, ଯେଉଁଠାରେ ଶକ୍ତିଶାଳୀ ଢେଉ ଏବେ ବି ମିଆଜାକି ପ୍ରଦେଶର ନିଚିନାନ୍ ସହରକୁ ଆଘାତ କରୁଛି।”
ବାତ୍ୟା ଛାଡିବା ପରେ ମଧ୍ୟ, ସମୁଦ୍ର ଅଶାନ୍ତ ଏବଂ ଉଚ୍ଚ ଲହରୀ ଜାରି ରହିଛି, ଯାହା ଉପକୂଳବର୍ତ୍ତୀ ପରିସ୍ଥିତିକୁ ବିପଦପୂର୍ଣ୍ଣ ରଖିଛି। ବାତ୍ୟା ଅତିକ୍ରମ କରିବା ପରେ ମଧ୍ୟ ସମୁଦ୍ର ଅସ୍ଥିରତାର ସଙ୍କେତ ଦେଖାଇବାରେ ଲାଗିଛି।
ସମାନ ଘଟଣାର ଅନ୍ୟ ରିପୋର୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ବୋଲି ପ୍ରମାଣିତ ହେଇଛି। ଜାପାନର ଜାଙ୍ଗମି ବାତ୍ୟା ସମୟର ଭିଡିଓକୁ ଫିଲିପାଇନ୍ସରେ ଭୂମିକମ୍ପ ପରେ ସୁନାମୀ ସୃଷ୍ଟି ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

