ନେପାଲର ଏକ ମକ୍ ଡ୍ରିଲ୍ ଭିଡିଓକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ସମ୍ପ୍ରତି ଷ୍ଟିଠି ଦାବି ସହିତ ସେୟାର କରା ଯାଉଛି। 

False Social

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବା ପରଠାରୁ, ବାଂଲାଦେଶ ସୀମାରେ ଅବୈଧ ପ୍ରବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଏହି ପୃଷ୍ଠଭୂମିରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୈନିକମାନେ ଏକ କ୍ଷେତରେ ଭିଡ଼କୁ ଅସ୍ତ୍ର ଦେଖାଉଛନ୍ତି। ଭିଡିଓ ସେୟାର କରୁଥିବା ୟୁଜରମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଆକ୍ସନ ମୋଡରେ ଦେଖାଯାଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା ଏହା ନେପାଲରେ ଆୟୋଜିତ ଏକ ମକ୍ ଡ୍ରିଲ୍ ର ଭିଡିଓ ଯାହାକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତ ବାଂଲାଦେଶ ବୋର୍ଡ଼ର ରେ ଚାଲିଛି ଘମାଘୋଟ ଲଢେଇ କାହିଁକି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏଟିଭି ନ୍ୟୁଜର ଫେସବୁକ ଏକାଉଣ୍ଟରେ ସମାନ ଭିଡିଓ ୧୧ ଫେବ୍ରୁଆରି ୨୦୨୬ ରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ ଥିବା କ୍ୟାପସନରେ ‘ନେପାଳ’ ହ୍ୟାସଟ୍ୟାଗ୍ ଦେଖାଯାଉଛି। ଏହା ମଧ୍ୟ ସୂଚିତ କରୁଛି ଯେ ନେପାଳରେ ନିର୍ବାଚନର ନିରପେକ୍ଷ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ଅଭ୍ୟାସ କରିଥିଲେ।

ଆମେ ପରବର୍ତ୍ତୀ ସମୟରେ ଫେବୃଆରୀ 2026 ରେ ଅନ୍ୟ ନେପାଳୀ ଗଣମାଧ୍ୟମ – ରାଷ୍ଟ୍ର ପ୍ରେସ୍ ମିଡିଆ ଏବଂ ରାଟୋ ପାନାର ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ପାଇଲୁ। ଭିଡିଓ ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ନେପାଳ ସେନା ଆଗାମୀ ପ୍ରତିନିଧି ସଭା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ଅଭ୍ୟାସ କରିଥିଲା।

ଅଧିକ ତଦନ୍ତ ପରେ, ଆମେ ନେପାଳର ତାନାହୁନ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଅଫିସିଆଲ୍ ଫେସବୁକ୍ ପେଜରେ ଫେବୃଆରୀ ୯, ୨୦୨୬ ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଭାଇରାଲ ଫୁଟେଜ୍ ସହିତ ମେଳ ଖାଉଥିବା ଚିତ୍ର ପାଇଲୁ। ପୋଷ୍ଟ ସହିତ ଥିବା କ୍ୟାପସନରେ କୁହାଯାଇଛି, “ଆସନ୍ତା ପ୍ରତିନିଧି ସଭା ନିର୍ବାଚନକୁ ଏକ ମୁକ୍ତ, ନିରପେକ୍ଷ ଏବଂ ଭୟମୁକ୍ତ ପରିବେଶରେ ନିଶ୍ଚିତ କରିବା ପାଇଁ ୨୬ ମାଘ ୨୦୮୨ ରେ ତାନାହୁନ ଜିଲ୍ଲାର ବ୍ୟାସ ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୫ ରେ ଥିବା ପାଟନ ଖେଳ ପଡ଼ିଆରେ ଏକ ମିଳିତ ମକ୍ ଭୋଟିଂ ଅଭ୍ୟାସ କରାଯାଇଥିଲା। ଏହି ଅଭ୍ୟାସ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ନେପାଳୀ ସେନା, ସଶସ୍ତ୍ର ପୋଲିସ ବାହିନୀ ଏବଂ ଜାତୀୟ ତଦନ୍ତ ବିଭାଗର ସମନ୍ୱୟରେ ଆୟୋଜିତ ହୋଇଥିଲା। ଏହି ଅଭ୍ୟାସର ଉଦ୍ଦେଶ୍ୟ ଥିଲା ଆଦର୍ଶ ଭୋଟିଂ ପ୍ରକ୍ରିୟା ଅଭ୍ୟାସ କରିବା ଏବଂ ନିର୍ବାଚନ ସମୟରେ ମତଦାନ କେନ୍ଦ୍ରରେ ଉପୁଜିପାରୁଥିବା ବିଭିନ୍ନ ସୁରକ୍ଷା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବା।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଏହା ନେପାଲରେ ଆୟୋଜିତ ଏକ ମକ୍ ଡ୍ରିଲ୍ ର ଭିଡିଓ ଯାହାକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି।

Result Stamp

Title: ନେପାଲର ଏକ ମକ୍ ଡ୍ରିଲ୍ ଭିଡିଓକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ସମ୍ପ୍ରତି ଷ୍ଟିଠି ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *