
ନିକଟରେ, ଭାରତର ତେଲ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣର ଖବର ସାମନାକୁ ଆସିଛି। ଏହି ଆକ୍ରମଣରେ ୩ ଟି ଭାରତୀୟ ନାବିକ ନିହତ ହୋଇଛନ୍ତି। ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଲୋକଙ୍କ ପ୍ରତିକ୍ରିୟା ଜୋର ଧରିଛି।
ଏହି ପ୍ରସଙ୍ଗରେ ଏକ ଟ୍ୟାଙ୍କର ବ ଜାହାଜରେ ନିଆଁ ଲାଗିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଟ୍ୟାଙ୍କର ଟି ହେଉଛି ଏମଟି ସେଟେବେଲୋ ଯାହାକୁ ଆମେରିକା ଆକ୍ରମଣ କରିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଯେଉଁଥିରେ ସ୍କାଇଲାଇଟ୍ ନାମକ ଟ୍ୟାଙ୍କ ଉପରେ ଇରାନର ଆକ୍ରମଣକୁ ଦର୍ଶାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତର ୩ ଜାହାଜ ଏବଂ ୩ ଭାରତୀୟ ନାବିକ ଆମେରିକା ଆକ୍ରମଣ ରେ ନିହତ, କିନ୍ତୁ ନିଜକୁ ଚୌକିଦାର କହୁଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ ଚୂପ କାହିଁକି ? ଦେଶକୁ ଦେଶର ସେନାକୁ ଦେଶର ସମ୍ପତ୍ତି କୁ ପଛ କରି ଆମେରିକା ଆକ୍ରମଣ ପାଖରେ ନିରବ କଣ ପାଈଁ ?ମୋଦିଜୀ ଙ୍କ କାହିଁକି ଏତେ ଡର ?”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଦେଖିବାକୁ ପାଇଲୁ ଯେ ଟ୍ୟାଙ୍କର ଜାହାଜରେ ଏକ ସ୍ଥାନରେ ସ୍କାଇଲାଇଟ୍ ବୋଲି ଲେଖା ଯାଇଛି। ତାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଜାହାଜ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୩ ମାର୍ଚ୍ଚ ୨୦୨୬ ରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ସମାନ ଜାହାଜର ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷରେ ଭାରତ ପ୍ରଥମ ଆହତ ହୋଇଛି କାରଣ ଓମାନ ଉପସାଗରରେ ଏକ ପ୍ରୋଜେକ୍ଟାଇଲ୍ ଦ୍ୱାରା ଆଘାତ ହୋଇଥିବା ତେଲ ଟ୍ୟାଙ୍କର MKD Vyom ଜାହାଜରେ ଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
“ଏମକେଡି ଭ୍ୟୋମରେ ଥିବା ଜଣେ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁରେ ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରୁଛି। ଜାହାଜରେ ଥିବା ଆମର ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଶୀଘ୍ର ସ୍ୱଦେଶ ଫେରାଇ ଆଣିବା ପାଇଁ ଦୂତାବାସ ଓମାନର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ସମନ୍ୱୟରେ ରହିଛି,” ଓମାନରେ ଥିବା ଭାରତୀୟ ଦୂତାବାସ X ରେ ପୋଷ୍ଟ କରିଛି। “ଆମେ ଏହି କ୍ଷେତ୍ରରେ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ପ୍ରତିବଦ୍ଧ,” ଏହା ଆହୁରି ମଧ୍ୟ କହିଛି।

ଆମେ ୧ ମାର୍ଚ୍ଚ, ୨୦୨୬ରେ “ସଉଦି ଗେଜେଟ୍” ଫେସବୁକ୍ ପେଜରେ ସମାନ ଫୁଟେଜ୍ ପାଇଲୁ। ପୋଷ୍ଟର କ୍ୟାପସନରେ ଲେଖାଥିଲା, “ପାଲାଉ ପତାକା ବହନ କରୁଥିବା ତେଲ ଟ୍ୟାଙ୍କର SKYLIGHT ଉପରେ ଓମାନ ଉପକୂଳରେ ଇରାନ ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ଚାରି ଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ, ଓମାନ କର୍ତ୍ତୃପକ୍ଷ କହିଛନ୍ତି”।
ସମାନ ଘଟଣାର ଇଣ୍ଡିଆ ଟୁଡେ ରିପୋର୍ଟ ମଧ୍ୟ ଆପଣ ଦେଖି ପାରିବେ।
ସିଦ୍ଧାନ୍ତ:
ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ଏହା ଏକ ପୁରୁଣା ଭିଡିଓ ଯାହା ସ୍କାଇଲାଇଟ୍ ନାମକ ଟ୍ୟାଙ୍କ ଉପରେ ଇରାନର ଆକ୍ରମଣକୁ ଦର୍ଶାଉଛି। ଏହାର ଏକ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣର କୌଣସି ଏସଏଏମପିଏଆରକେ ନାହିଁ।

