କ’ଣ ନରେନ୍ଦ୍ର ମୋଦୀ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Explainer Political

୨୬ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଗୋଟିଏ ଇଟାରେ ଜିଓ ବୋଲି ଲେଖା  ହେଇଅଛି। ଏହି ଫୋଟୋ ସହିତ ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଳା।

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନର ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଜିଓ ଇଟା କମ୍ପାନୀର ୱେବସାଇଟ ମିଳିଲା। ଏହି ୱେବସାଇଟରେ ପୋଷ୍ଟ କରା ଯାଇଥିବା ଫୋଟୋ ମଧ୍ୟ ଦେଖିବାକୁ ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହି ଇଟା କାରଖାନା ବିହାର ରାଜ୍ୟର ସିଦ୍ଧବାଲିୟା ଜିଲ୍ଲାରେ ସ୍ଥାପିତ ଅଛି। 

website.jpg

Jio Bricks | Archive

ଏହା ପରେ ଆମେ ଜିଓ ଇଟା କମ୍ପାନୀରେ ଫୋନ କରି ତାଙ୍କ ମାଲିକ ଇମରାନ ଆଲାମଙ୍କ ସହିତ କଥା ହେଳୁ। ତାଙ୍କ କହିବା ଅନୁଯାୟୀ, “ଇଟା କାରଖାନାର ନାମ ଜିଓ ଥିବା କାରେଆନରୁ ଲୋକେ ଏହାକୁ ଅମବାଣୀଙ୍କ ଜିଓ କମ୍ପାନୀ ବୋଲି ଭାବି ଦେଇଥିବେ। ଏବେ ଦେଶରେ ଗୋଟିଏ ଜୋ ଅଛି ତାହା ମାନେ ଏହା ନୁହେ ଯେ ଆଉ କେହି ଜିଓ ନାମର କମ୍ପାନୀ ସ୍ଥାପନା କରି ପାରିବେନି। ଆପଣ ଦେଖି ପାରିବେ ଯେ ଇଟାରେ ଲେଖା ଯାଇଥିବା ଜିଓ ଏବଂ ଅମବାନିଙ୍କ ଜିଓ କମ୍ପାନୀର ଫଣ୍ଟ୍ ଅଲଗା ଅଟେ।ଆମ ଜିଓ କାରଖାନା ଗୋଟିଏ ସ୍ଵାଧୀନ କମ୍ପାନୀ ଏବଂ ଏହା ସହିତ କୌଣସି ରାଜନୀତି ଦଳର ସମର୍ଥନ ଜୁଆଡ଼ି ନାହିଁ।“

ଏହି ସବୁ ପ୍ରମାଣ ମିଳିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଯଦିଓ ଇଟା  କାରଖାନା ନାମ ଜିଓ ଅଟେ, କିନ୍ତୁ ଏହା ଅମ୍ବାନୀଙ୍କ ମାଲିକାନା କମ୍ପାନୀ ଜିଓ ନୁହେଁ। ଜିଓ ଇଟା ମାଲିକଙ୍କ ନାମ ଇମରାନ ଆଲାମ ଅଟେ। ଏହି ଇଟା କାରଖାନାର ଜିଓ ନେଟୱାର୍କ କମ୍ପାନୀ ସହିତ କୌଣସି ସମ୍ବନ୍ଧ ନାହିଁ। 

ଗୁଗୁଲରେ ଏହି ବିଷୟରେ ଆହୁରି ସର୍ଚ କରିଲା ପରେ ଆମକୁ ଗୋଟିଏ ସରକାରୀ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହି ଇଟା କାରଖାନା ମାଲିକ ନାମ ଇମରାନ ଆଲାମ ଅଟେ ଏବଂ ଏହି କାରଖାନା ବିହାରର ଗୋପାଳଗଞ୍ଜ ଜିଲ୍ଲାର ସିଦ୍ଧବାଲିୟା ଅଞ୍ଚଳରେ ସ୍ଥାପିତ ଅଛି। ଏହି କମ୍ପାନୀ ବିଷୟରେ ଅଧିକ ଜାଣକାରୀ ପାଇଁ ଲିଙ୍କରେ କ୍ଲିକ୍ର କରି ଆପଣ ପଢୀ ପାରିବେ। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହି ଜିଓ ଇଟା କମ୍ପାନୀକୁ କୌଣସି ରାଜନୀତି ଦଳର ସମର୍ଥନ ନାହିଁ। ମୋଦୀଙ୍କ ଜିଓ ଇଟା କାରଖାନା ସହିତ ମିଶିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି କଥା ଇଟା କାରଖାନା ମାଲିକ ନିଜେ ସ୍ପଷ୍ଟ କରିଛନ୍ତି। ଜିଓ ଇଟା ଏବଂ ଅମ୍ବାନୀଙ୍କ ଜିଓ ନେଟୱାର୍କ ନାମ ସମାନ ଥିବାରୁ ଲୋକଙ୍କୁ ଏହି ଦ୍ଵନ୍ଦ୍ଵ ହେଉଛି।

Avatar

Title:କ’ଣ ନରେନ୍ଦ୍ର ମୋଦୀ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Explainer

Leave a Reply

Your email address will not be published. Required fields are marked *