ଇନ୍ଦିରା ଗାନ୍ଧୀଙ୍କ ଶବ ନିକଟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦାବି ମିଥ୍ୟା ଅଟେ। 

False Political

ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ି ଏକ ଶବଦାହ ସମାବେଶରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। 

ଦାବି କରା ଯାଉଛି ଯେ ଏହା ଇନ୍ଦିରା ଗାନ୍ଧୀଙ୍କର ଶବଦାହ ସମାବେଶ ଯେଉଁଥିରେ ରାଜୀବ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦେଖିବାକୁ ମିଳିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲିଜାଣିବାକୁ ପାଇଲା। ଏହା ଅବଦୁଲ ଗାଫର ଖାନଙ୍କର ଶବଦାହ ସମୟର ଫୋଟୋ। ଇନ୍ଦିରା ଗାନ୍ଧୀଙ୍କ ଶବ ନିକଟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦାବି ମିଥ୍ୟା ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇନ୍ଦିରା ଗାନ୍ଧୀ ଙ୍କର ଶବ ପାଖରେ କଲମା ପଢୁଛନ୍ତି ରାଜିବ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ଏସଆରସିସିଏଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ସ୍ୱାଧୀନତା ସଂଗ୍ରାମୀ ଅବଦୁଲ ଗାଫର ଖାନଙ୍କ ମୃତ୍ୟୁ ସମୟର ଅଟେ, ଯାହାକି ୨୧ ଜାନୁୟାରୀ ୧୯୮୬ ରେ ନିଆଯାଇଥିଲା। ଅବଦୁଲ ଗାଫର ଖାନ ପେଶୱାରରେ ‘ସୀମାନ୍ତ ଗାନ୍ଧୀ’ ବା ବାଶା ଖାନ ନାମରେ ଜଣାଶୁଣା।

ଏଲଏ ଟାଇମ୍ସ ରିପୋର୍ଟ ଅନୁସାରେ, ୨୦ ଜାନୁଆରୀ ୧୯୮୮ ରେ ୯୮ ବର୍ଷ ବୟସରେ ଖାନଙ୍କୁ ମୃତ୍ୟୁର ୬ ମାସ ପୂର୍ବରୁ  ହୃଦଘାତର ସାମନ୍ନା କରିବାକୁ ପଡ଼ିଥିଲା। ଖାନଙ୍କ ଅନ୍ତିମ ସଂସ୍କାରରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ତାଙ୍କ କ୍ୟାବିନେଟ ଏବଂ ପରିବାରର କିଛି ସଦସ୍ୟ ଯୋଗ ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ପାକିସ୍ତାନ ରାଜନେତା ମୋହଶିନ ଦୱାର ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଲେଖାଯାଇଛି, ବାଚା ଖାନଙ୍କ ଅନ୍ତିମ ସଂସ୍କାରରେ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ନରସିହମା ରାଓ।

ଏହି ବିଷୟକୁ ଅଧିକ ସୁନିଶ୍ଚିତ କରିବା ପାଇଁ, ଆମେ ଗୁଗୁଲରେ ଅବଦୁଲ ଗାଫର ଖାନଙ୍କ ଅନ୍ତିମ ସଂସ୍କାରର ଫଟୋ ସର୍ଚ୍ଚ କରିଲୁ। ୧୭ ସେପ୍ଟେମ୍ବର ୨୦୧୧ ରେ ବସ୍ତି ଖାନଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଏକ ୟୁଟ୍ୟୁବ୍ ଭିଡିଓ ପାଇଲୁ। ଭିଡିଓରେ ୧ ମିନିଟ୍ ୬ ସେକେଣ୍ଡରେ ବ୍ୟବହୃତ ଏକ ଚିତ୍ର ଏହି ଫଟୋକୁ ଭିନ୍ନ କୋଣରୁ ଦେଖାଏ। ଏଥିରେ ଲେଖାଥିଲା  “ଅବଦୁଲ ଗାଫର ଖାନଙ୍କ ଅନ୍ତିମ ସଂସ୍କାରରେ ଭାରତୀୟ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ।” 

ଏହା ପରେ ଆମେ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ଭିଡିଓ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ Wildfilmsindia ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ମିଳିଲା ଯେଉଁଥିରେ ଆମେ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାରର ଫଟୋ ଦେଖିଲୁ। ଏହି ଭିଡିଓରେ ଗାନ୍ଧୀ ପରିବାରକୁ ୬ ମିନିଟ୍ ୧୮ ସେକେଣ୍ଡରେ ଏକାଠି ଦେଖିବାକୁ ପାଇଲୁ। ଭାଇରାଲ ହେଉଥିବା ଭିଡିଓରେ ରାହୁଲ ଗାନ୍ଧୀ ଏକ ବନ୍ଦ ବେକ ସୁଟ ପିନ୍ଧିଥିବା ବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାରରେ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ। ରାଜୀବ ଗାନ୍ଧୀ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାରରେ ଗାନ୍ଧୀ ଟୋପି ପିନ୍ଧିଥିବାବେଳେ ଭାଇରାଲ ଭିଡିଓରେ ସେ କ୍ୟାପ ପିନ୍ଧି ନଥିଲେ। 

ନିମ୍ନରେ ଆପଣ ମାନେ ଅବଦୁଲ ଗଫର ଖାନ ଏବଂ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଫୋଟୋର ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ପେଶାୱର ରେ ସ୍ଵାଧୀନତା ସଂଗ୍ରାମୀ ଅବଦୁଲ ଗଫର ଖାନଙ୍କ ଶବଦାହ ସମୟର ଫୋଟୋକୁ ଇନ୍ଦିରା ଗାନ୍ଧୀଙ୍କ ଶବଦାହରେ ଗାନ୍ଧୀ ପରିବାର କଲମା ପଢୁଥିବା ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

Result Stamp

Title: ଇନ୍ଦିରା ଗାନ୍ଧୀଙ୍କ ଶବ ନିକଟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦାବି ମିଥ୍ୟା ଅଟେ।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *