
ନିକଟରେ ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଜିତିବା ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରୁ ମୁସ୍ଲିମ ମାନେ ନିର୍ବାସନ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହୁଗଲି ଇଯେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏ କୌଣସି ରାଲି ଭାରତ, ବାଂଲାଦେଶ ନୂଆ ମୁଖ୍ୟ ମନ୍ତ୍ରୀ ଆସିବା ପରେ କୋଲକାତା ରୁ ସବୁ ବାଂଲାଦେଶକୁ ବିଦା କରା ଯାଉଛି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୫ ଜାନୁଆରୀ ୨୦୨୬ ରେ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପସନ ଅନୁସାରେ, ଭିଡିଓଟି ହୁଗଲି ବିଶ୍ୱ ଇଜତେମା ୨୦୨୬ ର।
ସମାନ ଭିଡିଓ ଆମକୁ ଅନ୍ୟ ଏକ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ମଧ୍ୟ କୁହା ଯାଇଛି ଯେ ଏହା ହୁଗଲି ଇଜେତମାର ଏକ ଦୃଶ୍ୟ।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ହୁଗଲି ଇଜେତମା ଜଡ଼ିତ ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ସବୁଠାରୁ ବଡ ମୁସଲିମ ଧାର୍ମିକ ସମାବେଶ ମଧ୍ୟରୁ ଗୋଟିଏ ବିଶ୍ୱ ଇଜତେମା ୩୪ ବର୍ଷ ପରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ଜାନୁଆରୀ ୨ ତାରିଖରେ ହୁଗଲି ଜିଲ୍ଲାର ପୁଇନାନ ଗ୍ରାମରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀ ୫ ତାରିଖରେ ଶେଷ ହେଇଥିଲା। ଭାରତର ବିଭିନ୍ନ ସ୍ଥାନ ଏବଂ ଅନ୍ୟାନ୍ୟ ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ସମାବେଶରେ ଯୋଗ ଦେଇଥିଲେ। ବହୁ ସଂଖ୍ୟକ ଦର୍ଶନାର୍ଥୀଙ୍କୁ ସମର୍ଥନ କରିବା ପାଇଁ, ସ୍ଥାନୀୟ ପ୍ରଶାସନ ବିଭିନ୍ନ ସୁବିଧା ବ୍ୟବସ୍ଥା କରିଥିଲା, ଯେଉଁଥିରେ ୨୪ ଘଣ୍ଟା ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସହିତ ଏକ ଅସ୍ଥାୟୀ ୧୭୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଅନ୍ତର୍ଭୁକ୍ତ।
ଉପରୋକ୍ତ ଭିଡିଓର ୟୁଜର ସହ ଫ୍ୟାକ୍ଟ କ୍ରିଷେଣ୍ଡୋ ଯୋଗାଯୋଗ କରିଥିଲା ଏବଂ ସେ କହିଥିଲେ ଯେ ସେ ଇଜତେମା 2026 ସମୟରେ ଭିଡିଓଟି ସୁଟ୍ କରିଥିଲେ।
ନିମ୍ନରେ ଆପଣ ମାନେ ସେହି ସ୍ଥାନ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହୁଗଲି ଇଯେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

