
ନିକଟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଥିଲା ଯେ ଚୀନ ଭାରତର ସୀମା ଅନୁପ୍ରବେଶ କରିଛି। ଏହି ପ୍ରସଙ୍ଗରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ମିଳିଛି। ପରି ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ପାହାଡ଼ି ଅଞ୍ଚଳରେ ଭାରତ ଏବଂ ଚୀନ ସୈନ୍ୟ ମଧ୍ୟରେ ସଂଘର୍ଷ ହେଉଛି। ଦାବି କରା ଯାଉଛି ଯେ ଏହା ଏକ ସାମ୍ପ୍ରତିକ ଘଟଣା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର ସାମ୍ପ୍ରତିକ ଘଟଣା ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ସକାଳୁ ସକାଳୁ ଏହାଠାରୁ ଶୂଭଖବର ଆଉ କିଛି ହୋଇ ନପାରେ। ଗତ ରାତିରେ ଚୀନ୍ ସେନା ଦାଦାଗିରି ଦେଖେଇ ବଫର୍ ଜୋନ୍ ଅତିକ୍ରମ କରୁଥିବା ସମୟରେ ଭାରତୀୟ ବୀର ଯବାନ୍ ମାନେ ରୋକିଥିଲେ। ଅମାନିଆ ହେବାରୁ ଟାଙ୍କେ ଛେଚି ଛେଚି ବିଦାକଲେ। ଗର୍ବର ସହିତ ଜୟ ହିନ୍ଦ୍ କମେଣ୍ଟ୍ କରି ସେୟାର କରନ୍ତୁ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୪ ଡିସେମ୍ବର ୨୦୨୨ ରେ ସମାନ ଭିଡିଓର ଏକ ସ୍କ୍ରିନଶଟ ହିନ୍ଦୁସ୍ଥାନ ଟାଇମ୍ସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୨ ରେ ଅରୁଣାଚଳ ପ୍ରଦେଶରେ ମୁହାଁମୁହିଁ ହେବା ପରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ଦେଖାଯାଉଥିବା ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ବ୍ୟବହାରକାରୀ ମିଥ୍ୟା ଦାବି କରିଥିଲେ ଯେ ଭିଡିଓଟି ସାମ୍ପ୍ରତିକ ଘଟଣା ଦର୍ଶାଉଛି। ତଥାପି, ଭିଡିଓଟି ପ୍ରକୃତରେ ୨୦୨୧ ରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ୟାଙ୍ଗତ୍ସେ ସେକ୍ଟରରେ ଏକ ପୂର୍ବ ସଂଘର୍ଷ ସମୟରେ ରେକର୍ଡ କରାଯାଇଥିଲା।

ସମାନ ଭିଡିଓ ଆମକୁ ୧୩ ଡିସେମ୍ବର ୨୦୨୨ ରେ ଟୁଇଟ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖାଯାଇଛି, “ବିବାଦୀୟ ସୀମାରେ ଚୀନ୍ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମଧ୍ୟଯୁଗୀୟ ଶୈଳୀର ଯୁଦ୍ଧ – ବ୍ୟବହାରରେ କଣ୍ଟା ଏବଂ ଢାଲ”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ହା ଏକ ପୁରୁଣା ଭିଡିଓ ଯାହାର ସାମ୍ପ୍ରତିକ ଘଟଣା ସହିତ କୌଣସି ସମ୍ପର୍କ ନାହିଁ।

