
ଲେଖିକା ଅରୁନ୍ଧତୀ ରାୟ ୫ ଜୁଲାଇ ୨୦୨୬ ରେ ନୂଆଦିଲ୍ଲୀର ଜନ୍ତରମନ୍ତର ପ୍ରତିବାଦ ସ୍ଥଳକୁ ଯାଇ କୋକ୍ରୋଚ୍ ଜନତା ପାର୍ଟି (CJP) ଦ୍ୱାରା ଚାଲିଥିବା ଆନ୍ଦୋଳନ ସହିତ ଏକତା ପ୍ରକାଶ କରିଥିଲେ। NEET-UG ଭଳି ଜାତୀୟ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପେପର ଲିକ୍ ପାଇଁ ଏହି ପ୍ରଦର୍ଶନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି।
ଏହି ପ୍ରସଙ୍ଗରେ ଅରୁନ୍ଧତୀ ରାୟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ। ଦାବି କରା ଯାଉଛି ଯେ ସେ ଏହି ମନ୍ତବ୍ୟ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନରେ ଦେଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଅରୁନ୍ଧତୀ ରାୟ ଏହି ମନ୍ତବ୍ୟ ୨୦୧୦ ମସିହାରେ ଦେଇଥିଲେ। ସେ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନରେ କାଶ୍ମୀର ବିଷୟରେ ଏହି ମନ୍ତବ୍ୟ ଦେଇ ନାହାଁନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୩୦ ଅକ୍ଟୋବର ୨୦୧୦ ରେ ତେହେଲକା ଟିଭି ନାମକ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “୨୧ ଅକ୍ଟୋବରରେ ନୂଆଦିଲ୍ଲୀରେ ‘ଆଜାଦୀ – ଆଗକୁ ଯିବାର ଏକମାତ୍ର ଉପାୟ’ ସମ୍ମିଳନୀରେ ଅରୁନ୍ଧତୀ ରାୟ।”
ଭିଡିଓ ବର୍ଣ୍ଣନା ଅନୁସାରେ, ୨୧ ଅକ୍ଟୋବରରେ ନୂଆଦିଲ୍ଲୀର ଏଲଟିଜି ଅଡିଟୋରିୟମରେ “ଆଜାଦୀ – ଆଗକୁ ଯିବାର ଏକମାତ୍ର ଉପାୟ” ସମ୍ମିଳନୀରେ ଅରୁନ୍ଧତୀ ରାୟଙ୍କ ଭାଷଣ। ବର୍ଣ୍ଣନାରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଭାଷଣର ପ୍ରଥମ କିଛି ମିନିଟ୍ ଉପଲବ୍ଧ ନାହିଁ।
ଏହା ସୂଚାଇ ଦେଉଛି ଯେ ଭାଇରାଲ ଭିଡିଓଟି 2010 ମସିହାର, କୋକ୍ରୋଚ୍ ଜନତା ପାର୍ଟି (CJP) ଗଠନ ହେବାର ବର୍ଷ ବର୍ଷ ପୂର୍ବରୁ, ଏବଂ ଏହା ଜନ୍ତର ମନ୍ତରରେ ସାମ୍ପ୍ରତିକ ପ୍ରତିବାଦ ସହିତ ଜଡିତ ନୁହେଁ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୨୬ ଅକ୍ଟୋବର ୨୦୧୦ ରେ ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଅରୁନ୍ଧତୀ ରାୟଙ୍କ ଫୋଟୋ ପ୍ରକାଶିତ ହୋଇଛି, ଏବଂ କ୍ୟାପସନରେ ଲେଖାଯାଇଛି, “ଲେଖକ-କର୍ମୀ ଅରୁନ୍ଧତୀ ରାୟ ନୂଆ ଦିଲ୍ଲୀରେ ଏକ ସମ୍ମିଳନୀରେ ଦର୍ଶକଙ୍କୁ ଭାଷଣ ଦେଉଛନ୍ତି।” ରିପୋର୍ଟ ଅନୁଯାୟୀ, ୨୧ ଅକ୍ଟୋବର ୨୦୧୦ ରେ ଅନୁଷ୍ଠିତ ‘ଆଜାଦୀ – ଏକମାତ୍ର ପଥ’ ସମ୍ମିଳନୀରେ ଅରୁନ୍ଧତୀ ରାୟଙ୍କ ସହ କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନି ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସମ୍ମିଳନୀରେ ସେମାନଙ୍କ ମନ୍ତବ୍ୟ ପାଇଁ ଦିଲ୍ଲୀ ପୋଲିସ ଗିଲାନି ଏବଂ ରାୟଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା।
ଜୁନ୍ ୨୦୨୪ ରେ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ୨୦୧୦ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ପାଇଁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଏବଂ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୧୩ ଅନୁଯାୟୀ ଅରୁନ୍ଧତୀ ରୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ଅରୁନ୍ଧତୀ ରାୟ ଏହି ମନ୍ତବ୍ୟ ୨୦୧୦ ମସିହାରେ ଦେଇଥିଲେ। ସେ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନରେ କାଶ୍ମୀର ବିଷୟରେ ଏହି ମନ୍ତବ୍ୟ ଦେଇ ନାହାଁନ୍ତି।

