୨୦୧୪ ର କିସ୍ ଅଫ୍ ଲଭ୍ ଅଭିଯାନର ଫୋଟୋ ଗୁଡ଼ିକୁ କକ୍ରୋଚ ଜନତା ପାର୍ଟି ପ୍ରତିବାଦ ସମୟର ବୋଲି ଦାବି କରା ଯାଉଛି। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଯୁବକ ମାନେ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଏଥିରୁ କିଛି ଫୋଟୋରେ ସମଲିଙ୍ଗୀ ଲୋକଙ୍କୁ ଚୁମ୍ବନ କରିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ କକ୍ରୋଚ ଜନତା ପାର୍ଟିର ପ୍ରତିବାଦ ସମୟର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଫୋଟୋ ଗୁଡ଼ିକ କିସ୍ ଅଫ୍ ଲଭ୍ ଅଭିଯାନ ସମୟର ଅଟେ ଯାହା ୨୦୧୪ ମସିହାରେ ଘଟିଥିଲା। ଏହି ଫୋଟୋ ଗୁଡ଼ିକର କକ୍ରୋଚ ଜନତା ପାର୍ଟି ପ୍ରତିବାଦ ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଜନ୍ତର ମନ୍ତର ରେ CJP (କକ୍ରୋଚ ଜନତା ପାର୍ଟି) ଆଜାଦି ର ନାରା ଲଗାଉଥିଲେ, ତୋ ଭାଇ ଇତାର ନୁ ଆଉ କେତେ ଆଜାଦି ଦରକାର ଇ ମାନଙ୍କୁ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ପ୍ରଥମ ଫୋଟୋ ୧୦ ନଭେମ୍ବର ୨୦୧୪ ରେ ଆଜ୍ ତକ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ନୈତିକ ପୋଲିସିଂ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଉପରେ କଟକଣା ବିରୋଧରେ ପ୍ରତିବାଦ କରିବା ପାଇଁ ୯ ନଭେମ୍ବର ୨୦୧୪ ରେ ଏକ “କିସ୍ ଅଫ୍ ଲଭ୍” ଅଭିଯାନ ଆୟୋଜନ କରିଥିଲେ। ଏହି ସମାବେଶ କ୍ୟାମ୍ପସର ଗଙ୍ଗା ଢାବାରେ ହୋଇଥିଲା, ଯେଉଁଠାରେ ଛାତ୍ର ଏବଂ ସମର୍ଥକମାନେ କେରଳରେ ଆରମ୍ଭ ହୋଇଥିବା ସମାନ ପ୍ରତିବାଦ ସହିତ ଏକତା ପ୍ରକାଶ କରିବା ପାଇଁ ଏକାଠି ହୋଇଥିଲେ।

ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ପୋଷ୍ଟରେ ଥିବା ଦ୍ଵିତୀୟ ଫୋଟୋ ମଧ୍ୟ ସମାନ ଘଟଣାର। ଏହି ରିପୋର୍ଟ ୧୬ ନଭେମ୍ବର ୨୦୧୪ ରେ ପ୍ରକାଶିତ ହେଇଥିଲା। 

୮ ଡିସେମ୍ବର ୨୦୧୪ ର ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ଆମକୁ ତୃତୀୟ ଫୋଟୋ ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟରେ କୁହା ଯାଇଛି ଯେ ଅଭିନେତ୍ରୀ ଏବଂ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶୋଭନା କହିଥିଲେ ଯେ ସେ “କିସ୍ ଅଫ୍ ଲଭ୍” ଅଭିଯାନକୁ ସମର୍ଥନ କରନ୍ତି ନାହିଁ, ଯାହା ସେତେବେଳେ ଭାରତର କିଛି ସ୍ଥାନରେ ନୈତିକ ପୋଲିସିଂ ବିରୁଦ୍ଧରେ ଏକ ପ୍ରତିବାଦ ଆନ୍ଦୋଳନ ଥିଲା। ସେ ଯୁକ୍ତି ଦେଇଥିଲେ ଯେ ଚୁମ୍ବନ ଏକ ବ୍ୟକ୍ତିଗତ ବିଷୟ ଏବଂ ଏହାକୁ ସାର୍ବଜନୀନ ଭାବରେ କାହିଁକି ପ୍ରଦର୍ଶନ କରାଯିବା ଉଚିତ ବୋଲି ପ୍ରଶ୍ନ କରିଥିଲେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଫୋଟୋ ଗୁଡ଼ିକ କିସ୍ ଅଫ୍ ଲଭ୍ ଅଭିଯାନ ସମୟର ଅଟେ ଯାହା ୨୦୧୪ ମସିହାରେ ଘଟିଥିଲା। ଏହି ଫୋଟୋ ଗୁଡ଼ିକର କକ୍ରୋଚ ଜନତା ପାର୍ଟି ପ୍ରତିବାଦ ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ୨୦୧୪ ର କିସ୍ ଅଫ୍ ଲଭ୍ ଅଭିଯାନର ଫୋଟୋ ଗୁଡ଼ିକୁ କକ୍ରୋଚ ଜନତା ପାର୍ଟି ପ୍ରତିବାଦ ସମୟର ବୋଲି ଦାବି କରା ଯାଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *