କାଲୀ ମାତାଙ୍କର ମୂର୍ତି ବିସର୍ଜନର ପୁରୁଣା ଭିଡିଓକୁ ନିର୍ବାଚନ ପରେ ପଶ୍ଚିମବଙ୍ଗରୁ ମୁସଲମାନମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

Communal Missing Context

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ପରେ, ବହୁ ସଂଖ୍ୟକ ଲୋକ ସୀମା ପାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଭିଡିଓଟିକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ୱେଷ୍ଟ ବେଙ୍ଗଲ ର ନିର୍ବାଚନ ର ଫଳାଫଳ ପର ଦିନ 5 ମେ ର ଚିତ୍ର ଏ. କିନ୍ତୁ ଗୋଟେ ପ୍ରଶ୍ନ ଏତେ ସଂଖ୍ୟାରେ ଯଦି ଗୋଟେ ରାଜ୍ଯ ରେ ତେବେ ପୁରା ଦେଶରେ କେତେ ଥିବେ?

ଭିଡିଓଟି କୁ ଏପରି ସେୟାର କରା ଯାଇଛି ଯେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସାମନାକୁ ଆସିବା ପରେ ମୁସ୍ଲିମ କିମ୍ବା ଅବୈଧ ପ୍ରବାସୀ ମାନେ ରାଜ୍ୟରୁ ପଳାୟନ କରୁଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୫ ନଭେମ୍ବର ୨୦୨୫ ରେ ପଶ୍ଚିମବଙ୍ଗ ପୋଲିସର X ହେଣ୍ଡେଲରେ ଏକ ଟୁଇଟ ମିଳିଲା। ଟ୍ୱିଟ୍‌ରେ ଭାଇରାଲ୍ ଭିଡିଓର ଏକ ସ୍କ୍ରିନ୍‌ସଟ୍ ଥିଲା। ପୂର୍ବରୁ, ଭିଡିଓଟି ଭାଇରାଲ୍ ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ SIR ଲାଗୁ ହେବା ପରେ ଅବୈଧ ପ୍ରବାସୀମାନେ ପଶ୍ଚିମବଙ୍ଗ ଛାଡି ଯାଉଛନ୍ତି।

ଟୁଇଟରେ କୁହା ଯାଇଛି ଯେ ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାର ଫୁଙ୍କୋଟାଲା ଗ୍ରାମ (ବାଂଲାଦେଶ ସୀମା ନିକଟରେ ଅବସ୍ଥିତ)ର ଦେବୀ ଶ୍ୟାମା/କାଳୀଙ୍କ ପ୍ରତିମା ବିସର୍ଜନର ଏକ ଭିଡିଓ/ଛବି କୁ SIR ଯୋଗୁଁ ରାଜ୍ୟ ଛାଡି ଯାଉଥିବା ଅବୈଧ ପ୍ରବାସୀଙ୍କ ଏକ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶ ସୀମା ନିକଟରେ ଥିବା ପଶ୍ଚିମବଙ୍ଗର ନାଡିଆ ଜିଲ୍ଲାର ମାଠଭାଙ୍ଗା ନଦୀରେ ଦେବୀ କାଳୀଙ୍କ ମୂର୍ତ୍ତି ବିସର୍ଜନର ଭିଡିଓକୁ ନିର୍ବାଚନ ପରେ ପଶ୍ଚିମବଙ୍ଗରୁ ମୁସଲମାନମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

Result Stamp

Title: କାଲୀ ମାତାଙ୍କର ମୂର୍ତି ବିସର୍ଜନର ପୁରୁଣା ଭିଡିଓକୁ ନିର୍ବାଚନ ପରେ ପଶ୍ଚିମବଙ୍ଗରୁ ମୁସଲମାନମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: Missing Context

Leave a Reply

Your email address will not be published. Required fields are marked *