ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ ଭାରତର ସମ୍ବିଧାନ ଉପରେ ପ୍ରଥମ ମୁସଲମାନ ମାନଙ୍କର ରହିବ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମନମୋହନ ସିଂ କହୁଛନତି ଯେ ଦେଶରେ ସଂଖ୍ୟାଲଘୁ, ବିଶେଷ ଭାବରେ ମୁସଲିମ ମାନଙ୍କୁ ପ୍ରଥମ ଅଧିକାର ଅଛି।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଡାଃ ମନମୋହନ ସିଂ କହୁଛନ୍ତି ଯେ ଦେଶର ସମ୍ବିଧାନ ଉପରେ ପ୍ରଥମ ଅଧିକାର ମୁସଲିମ ମାନଙ୍କ ରହିବ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୂଳ […]

Continue Reading

ବାଙ୍ଗଲାଦେଶର ଭିଡିଓକୁ ଦିଲ୍ଲୀରେ ମୁସ୍ଲିମମାନେ ହିନ୍ଦୁ କାଉଁଡି ବାଲାଙ୍କୁ ମାରିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମୁସ୍ଲିମ ଲୋକ ହିନ୍ଦୁମାନଙ୍କୁ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କାଉଁଡିବାଲାଙ୍କ ଉପରେ ମାଂସ ଫିଙ୍ଗିବା ସହ ତାଙ୍କୁ ମୁସ୍ଲିମମାନେ ମାଡ଼ମାରୁଛନ୍ତି।  ଭାଇରାଲ ଭିଡିଓ ସହିତ ୟୂଜର୍ସ ଲେଖିଛନ୍ତି ଯେ,- ଆହା କି ସୁନ୍ଦର ଭାଇଚାରା ,ଦିଲ୍ଲୀ ସିଲମପୂରରେ କାଉଡି ଯାତ୍ରାରେ ସାମିଲ ଥିବା କାଉଡ଼ିଆ ମାନଙ୍କ ଉପରକୁ ମାଂସ ଖଣ୍ଡ ଫିଙ୍ଗା ଯାଇଛି ମୁସଲିମ ମାନଙ୍କ ଦ୍ୱାରl.ଅଭିନନ୍ଦନ ଭାଇଚାରା […]

Continue Reading

ସିରିଆରେ ଘଟିଥିବା ଘଟଣାକୁ ଇରାକରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିବା ମିଥ୍ୟା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ କିଛି ସୈନିକ ଲୋକମାନଙ୍କୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଇରାକର ଅଟେ। ଇରାକରେ ହିନ୍ଦୁ ଲୋକଙ୍କୁ ମୁସ୍ଲିମମାନେ ଏପରି ମାରୁଛନ୍ତି।  Shreeram Bhakt M ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇରାକ କ ବି ଦିନେ ଭାଇଚାରା ସହର ଥିଲା, କିଛି ହିନ୍ଦୁ ଇରାକ ରୁ ପଳାଇ ଆସିଲେ, […]

Continue Reading

ଅଲଗା ଅଲଗା ସମୟ ଏବଂ ଜାଗାର ଫୋଟୋ ଏବଂ ଭି଼ଡିଓ କୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକୁ ଏକ ଭିଡିଓ ଏବଂ ଏକ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଜଣେ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଏହା ସହ ଅନ୍ୟ ଏକ ଫୋଟୋରେ ଜଣେ ବ୍ୟକ୍ତୀ ପୋଲିସ କର୍ମିର ମହଁକୁଧରୀ ଧମକ୍କୀ ଦେଉଥିବାର ଦେଖାଯାଉଛି। ଏହି ଘଟଣା ଜାହାଙ୍ଗୀରପୁରୀର ବୋଲି ଦାବି କରାଯାଉଛି। Debasish Grahacharya ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ଏବଂ ଫୋଟୋ ସେୟର କରିଛନ୍ତି। ପୋଷ୍ଟ […]

Continue Reading

ପୁରୁଣା ଭିଡିଓ କୁ ଦ କାଶ୍ମୀର ଫାଇଲ ଫିଲ୍ମ ପ୍ରଭାବ ଦାବିରେ ଭାଇରାଲ କରାଯାଉଛି।

ଦ କାଶ୍ମୀର ଫାଇଲ ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ମହିଳାଙ୍କୁ ଟ୍ରେନରେ ଜଣେ ମୁସଲମାନ ପୁରୁଷଙ୍କୁ ପିଟୁଥିବାର ଦେଖିପାରିବେ। ଭିଡିଓରେ ମହିଳା ଜଣକ ତାଙ୍କ ପାଦ ଛୁଇଁବାକୁ କହୁଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ। ଏହା ସହିତ ଫିଲ୍ମ ‘କାଶ୍ମୀର ଫାଇଲ’ର ରିଲିଜ […]

Continue Reading

କେରଳରେ ଆଣ୍ଟି- CAA ରାଲିର ଭିଡିଓକୁ ତ୍ରିପୁରା ହିଂସା ବିରୋଧ ପ୍ରଦର୍ଶନ ରାଲିରେ ଦାବିରେ ଭାଇରାଲ କରାଯାଉଛି।

ତ୍ରିପୁରା ରାଜ୍ୟରେ ସାମ୍ପ୍ରତିକ ସାମ୍ପ୍ରଦାୟିକ ହିଂସା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓରେ କେରଳ ମୁସଲମାନମାନେ ତ୍ରିପୁରା ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  4 ନଭେମ୍ବରରେ syed shafi ନାମକ ଜଣେ ୟୁଟ୍ୟୁବ ୟୁଜର ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ତ୍ରିପୁରା ହିଂସା ବିରୋଧରେ କେରଳ ମୁସଲମାନମାନେ ବିରୋଧ […]

Continue Reading

କ’ଣ ଭିଡିଓରେ ମୁସଲିମ ଲୋକ ମାନେ ଲଣ୍ଡନ୍ ର ରାସ୍ତା ମଝିରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁସଲିମ ଲୋକମାନେ ରାସ୍ତା ମଝିରେ ନମାଜ ପଢୁଛନ୍ତି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଏହି ଦୃଶ୍ୟ ଲଣ୍ଡନ୍ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ସମାନ ଦାବିର ଏକ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ୧୦ ଅକ୍ଟୋବରରୁ ଭାଇରାଲ ହେବା ମିଳିଲା। ମଞ୍ଜିତ ବଗ୍ଗା ନାମକ ଜଣେ ଟୁଇଟର […]

Continue Reading

2019 ନିର୍ବାଚନ ସମୟରେ ଆଦିତ୍ୟ ଠାକରେ ଲଗାଇଥିବା ପୋଷ୍ଟରକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉର୍ଦ୍ଦୁ ପୋଷ୍ଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଶିବସେନା ଦଳ ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବାକୁ ଚେଷ୍ଟା କରୁଛି। ଆଦିତ୍ୟ ଠାକରେ ଏବଂ ତାଙ୍କ ଦଳ ଉପରେ ଉପହାସ କରି ପୋଷ୍ଟ ଭାଇରାଲ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 8 ସେପ୍ଟେମ୍ବରରେ Bipal Kumar Parida ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଭାରତର ସମଭିଦାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନେ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀ ପଢାଇ ପାରିବେ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମ ଦେଶର ସମ୍ବିଧାନର ଧାରା ୩୦ ଅନ୍ତର୍ଗତ ମୁସଲିମ ମାନେ ମଦରସାରେ କୁରାନ ପଢାଇ ପାରିବେ କିନ୍ତୁ ସମ୍ବିଧାନର ଧାରା ୩୦(ଏ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ ଏହି ସୁବିଧାରୁ ନିଲମ୍ବିତ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୯ ମଇରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋଟିଏ […]

Continue Reading