ଭାରତରେ ମୁସଲିମ ଝିଅକୁ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଉଥିବା ଦାବି ସହିତ ବାଂଲାଦେଶର ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ ଭାଇରାଲ ହେଉଛି।

Communal False

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ହିଜାବ ପିନ୍ଧିଥିବା ମହିଳା କାନ୍ଦୁଥିବାର ଦେଖାଯାଉଛି। କିଛି ପୁରୁଷ ତାଙ୍କୁ ଧମକାଉଛନ୍ତି ଏବଂ ଗାଳି ଦେଉଛନ୍ତି। ଭିଡିଓ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଭାରତରେ ହିନ୍ଦୁ ପୁରୁଷମାନେ ଜଣେ ମୁସଲିମ ଝିଅକୁ ନିର୍ଯାତନା ଦେଉଛନ୍ତି ଏବଂ ତାଙ୍କୁ “ଜୟ ଶ୍ରୀରାମ” କହିବାକୁ ବାଧ୍ୟ କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ବାଂଲାଦେଶର ଏକ ପୁରୁଣା ଘଟଣା ଯେଉଁଥିରେ ଲୋକମାନେ ଭିଡିଓରେ ଥିବା ଝିଅକୁ ଦୋକାନରେ ଚୋରୀ କରିବା ଅଭିଯୋଗ ହେତୁ ନିର୍ଯାତନା ଦେଉଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଜଣେ ୟୁଜର ଲେଖିଛନ୍ତି, “କହ ଜୟ ଶ୍ରୀରାମ…. ମର୍ଯ୍ୟାଦା ପୁରୁଷ ବି ଏ ଗୁଡ଼ାଙ୍କୁ ଦେଖି ଲଜ୍ଜିତ ହେଉଥିବେ…!! ମୁସଲିମ୍ ସମାଜର ଲୋକମାନଙ୍କ ଉପରେ ଯେଉଁଭଳି ଭାବରେ ଆକ୍ରମଣର ଘଟଣା ଦେଖିବାକୁ ମିଳୁଛି, ସେହି ଉପଦ୍ରବୀ ସଙ୍ଗଠନର ଲୋକମାନେ ଅତ୍ଯନ୍ତ ଘୃଣାରେ ପାଗଳ ହୋଇଯାଇଛନ୍ତି। କିନ୍ତୁ ଧାର୍ମିକ ମୂର୍ଖ ମାନେ କଣ ଛାଡିବା ଜନ୍ତୁ… ସେମାନେ ମର୍ଯ୍ୟାଦାହୀନ, ଅଜନ୍ମା ପୁରୁଷଙ୍କ ଯଶ କିର୍ତ୍ତୀକୁ ବିଶ୍ଵ ବିଖ୍ଯାତ କରିବା ପାଇଁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୬ ସେପ୍ଟେମ୍ବର ୨୦୨୫ ରେ ବାଂଲାଦେଶର ଏକ ଗଣମାଧ୍ୟମ ଦ୍ୱାରା ଫେସବୁକ୍ ପୋଷ୍ଟରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ମିଳିଲା। ରିପୋର୍ଟ ଅନୁଯାୟୀ, ଭିଡିଓଟି ବାଂଲାଦେଶର ଢାକାର ଘଟଣା ଯେଉଁଠାରେ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଝିଅକୁ ଆକ୍ରମଣ କରାଯାଉଥିବା ଦେଖାଯାଉଛି। ଭିଡିଓର କ୍ୟାପସନ ଅନୁସାରେ, ଫୁଟେଜରେ ଦେଖାଯାଉଥିବା ମହିଳାଙ୍କ ନାମ ଅନିକା ଏବଂ ସେ ଏକ ବଜାରରେ ଚୋରି କରୁଥିବା ସମୟରେ ଧରାପଡ଼ିଥିଲେ।

ଅଧିକ ସର୍ଚ୍ଚ କରିବା ପରେ ଆମେ ଦେଖିଲୁ ଯେ Bd Tube Master News ନାମକ ଆଉ ଏକ ବାଂଲାଦେଶୀ ଗଣମାଧ୍ୟମ ମଧ୍ୟ ୧୭ ସେପ୍ଟେମ୍ବର, ୨୦୨୫ ରେ ଫେସବୁକରେ ଭିଡିଓଟି ପ୍ରକାଶ କରିଥିଲା ​​ଯେଉଁଥିରେ ଘଟଣା ବିଷୟରେ ସମାନ ବିବରଣୀ ଅନ୍ତର୍ଭୁକ୍ତ ଥିଲା। ଏହି ଗଣମାଧ୍ୟମଗୁଡ଼ିକ ଦ୍ୱାରା ପ୍ରକାଶିତ ଭିଡିଓର ବିସ୍ତାରିତ ସଂସ୍କରଣରେ ଝିଅଟିକୁ “ଜୟ ଶ୍ରୀରାମ” ସ୍ଲୋଗାନ ଦେବାକୁ ବାଧ୍ୟ କରୁଥିବାର କୌଣସି ଅଡିଓ ନାହିଁ।

ସମାନ ଭିଡିଓ ଆପଣ ମାନେ ଏଠାରେ ମଧ୍ୟ ଦେହି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଏହା ବାଂଲାଦେଶର ଏକ ପୁରୁଣା ଘଟଣା ଯେଉଁଥିରେ ଲୋକମାନେ ଭିଡିଓରେ ଥିବା ଝିଅକୁ ଦୋକାନରେ ଚୋରୀ କରିବା ଅଭିଯୋଗ ହେତୁ ନିର୍ଯାତନା ଦେଉଛନ୍ତି। 

Result Stamp

Title: ଭାରତରେ ମୁସଲିମ ଝିଅକୁ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଉଥିବା ଦାବି ସହିତ ବାଂଲାଦେଶର ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ ଭାଇରାଲ ହେଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *