
ସୋସିଆଲ ମିଡିଆରେ ହେଲିକପ୍ଟର ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଆକାଶରେ ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇ କ୍ରାଶ୍ ହେଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣାଟି ନିକଟରେ ବ୍ରାଜିଲରେ ଘଟିଥିବା ଦୁର୍ଘଟଣାର ଏକ ଫୁଟେଜ୍।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମାଲେସିଆର ହେଲିକପ୍ଟର ଦୁର୍ଘଟଣାର ପୁରୁଣା ଭିଡିଓକୁ ବ୍ରାଜିଲର ଘଟଣା ବୋଲି ଭାଇରାଲ କରାଯାଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅନେକ ନ୍ୟୁଜ୍ ରିପୋର୍ଟ ମିଳିଲା ଯେଉଁଥିରେ ଦୁଇଟି ହେଲିକପ୍ଟର ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖାଯାଇଛି। ଏପ୍ରିଲ ୨୩, ୨୦୨୪ରେ ମାଲେସିଆର ଲୁମୁଟରେ ମାଲେସିଆର ନୌସେନାର ଦୁଇଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୦ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।

ମାଲେସିଆର ନୌସେନା ହେଲିକପ୍ଟରଗୁଡ଼ିକ ମଝି ଆକାଶରେ ଧକ୍କା ଖାଇ ୧୦ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଦିନ ଆମେ CNN ର ଖବରରେ ସମାନ ସୂଚନା ଏବଂ ଦୃଶ୍ୟ ଦେଖିଲୁ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ମାଲେସିଆର ହେଲିକପ୍ଟର ଦୁର୍ଘଟଣାର ପୁରୁଣା ଭିଡିଓକୁ ବ୍ରାଜିଲର ଘଟଣା ବୋଲି ଭାଇରାଲ କରାଯାଇଛି।

