ଭରତ ତିୱାରୀଙ୍କ ଶବଦାହ ଭାବରେ ପୁରୁଣା ଅସମ୍ପର୍କିତ ଭିଡିଓ ଭାଇରାଲ୍। ସତ୍ୟତା ଜାଣନ୍ତୁ।

False Social

ବିହାରର ଭୋଜପୁର ଜିଲ୍ଲାର ସ୍ଥାନୀୟ ବାସିନ୍ଦା ଏବଂ ୨୮ ବର୍ଷୀୟ ଭାରତ ଭୂଷଣ ତିୱାରୀ ୧୭ ଜୁନ୍ ୨୦୨୬ରେ ପୋଲିସ ଏନକାଉଣ୍ଟର ସମୟରେ ମୃତ୍ୟୁବରଣ କରିଥିଲେ। ବିହାର ସରକାର ବର୍ତ୍ତମାନ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯେତେବେଳେ ପୋଲିସ ଏନକାଉଣ୍ଟରକୁ ସମର୍ଥନ କରି କହିଛି ଯେ ତିୱାରୀ ଏକ ଅପରେସନ୍ ସମୟରେ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ଏହା କରାଯାଇଥିଲା। ଏହା ପରେ, ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକ ବିଶାଳ ଭିଡ଼ ଦେଖାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଭାରତ ତିୱାରୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେବା ପାଇଁ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଏବଂ ଭରତ ଭୂଷଣ ତିୱାରୀଙ୍କର ମୃତ୍ୟୁ ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଏହାର ଭରତ ତିୱାରୀଙ୍କର ଶବଦାହ ସହିତ କୌଣସି ସମ୍ପର୍କ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥାଏ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୪ ଜୁନ୍ ୨୦୨୬ ରେ ଇଂଷ୍ଟାଗ୍ରାମରେ ପୋଷ୍ଟ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭିଡିଓଟି ଭରତ ତିୱାରୀଙ୍କର ଏନକାଉଣ୍ଟର ପୂର୍ବର ଘଟଣା। 

ଅଧିକ ନିଶ୍ଚିତକରଣ ପାଇଁ, ଆମେ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିଥିଲୁ, ଯିଏ ସ୍ପଷ୍ଟ କରିଥିଲେ ଯେ ଘଟଣାଟି ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଜାପଲାରେ ଘଟିଛି, ଯେଉଁଠାରେ ବାସିନ୍ଦାମାନେ ଏକ ଖଣି ଦୁର୍ଘଟଣା ସ୍ଥଳ ନିକଟରେ ଏକାଠି ହୋଇଥିଲେ ଯାହା ଫଳରେ ଜଣେ ଯୁବକ ବୁଡ଼ି ମୃତ୍ୟୁବରଣ କରିଥିଲେ।

ଅଧିକ ଅର୍ଚ୍ଚ କରିବା ପରେ ଆମେ ଏହି ଘଟଣା ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁସାରେ, ହୁସେନାବାଦ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଦମଦମି ଖଣି ଅଞ୍ଚଳରେ ଥିବା ଏକ ଗଭୀର, ପାଣି ଭର୍ତ୍ତି ଖଣି ଖାତରେ ଜଣେ ୨୪ ବର୍ଷୀୟ ଯୁବକ ବୁଡ଼ି ମୃତ୍ୟୁବରଣ କରିଥିଲେ। ତଦନ୍ତ ପରେ, ପୋଲିସ ଖଣି ପରିଚାଳକଙ୍କ ସମେତ ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

ଘଟଣାସ୍ଥଳେ ବହୁ ସଂଖ୍ୟକ ବାସିନ୍ଦା ଏକତ୍ରିତ ହୋଇଥିଲେ, ଯେଉଁମାନେ ଚାଲିଥିବା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟର ଅପଡେଟ୍ ପାଇଁ ଅପେକ୍ଷା କରିଥିଲେ।

ଆମେ ଜୁନ୍ 3 ତାରିଖରେ ୟୁଟ୍ୟୁବ ରେ News11 ଭାରତ ଦ୍ୱାରା ଅପଲୋଡ୍ ହୋଇଥିବା ଏକ ଭିଡିଓ ରିପୋର୍ଟ ମଧ୍ୟ ପାଇଲୁ। ବର୍ଣ୍ଣନାରେ କୁହାଯାଇଛି, “ଏକ ଖଣି ଖାତରେ ବୁଡ଼ିଯାଇଥିବା ଜଣେ ଯୁବକକୁ ପୋଲିସ ଏବଂ NDRF ଦଳ ଖୋଜାଖୋଜିରେ ନିୟୋଜିତ”।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଏହା ଏକ ପୁରୁଣା ଭିଡିଓ ଏବଂ ଭରତ ଭୂଷଣ ତିୱାରୀଙ୍କର ମୃତ୍ୟୁ ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଏହାର ଭରତ ତିୱାରୀଙ୍କର ଶବଦାହ ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ଭରତ ତିୱାରୀଙ୍କ ଶବଦାହ ଭାବରେ ପୁରୁଣା ଅସମ୍ପର୍କିତ ଭିଡିଓ ଭାଇରାଲ୍। ସତ୍ୟତା ଜାଣନ୍ତୁ।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *