
କଂଗ୍ରେସ ନେତା କମଲନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ତାଙ୍କୁ କିଛି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିପାରିବେ। ସେ କହୁଛନ୍ତି, “ଏହି ଜିନିଷ ଏଠାରୁ ବାହାରକୁ ଯିବା ଉଚିତ୍ ନୁହେଁ, ଆମେ ତୁମ ପାଇଁ ଅଧିକ ଚିନ୍ତିତ ଅଛୁ। ସେଥିପାଇଁ କଂଗ୍ରେସ ଚାହୁଁଛି ଯେ ଆପଣ ମୁସଲମାନ ଭାଇମାନେ ଆମକୁ ସମର୍ଥନ କରିବା ଉଚିତ ଯାହା ଦ୍ଵାରା ଭବିଷ୍ୟତରେ ଆମେ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ନେଇପାରିବା। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି, ଆମେ ଆପଣଙ୍କୁ ଆପଣଙ୍କର ମସଜିଦ ସ୍ଥାନ ଦେବୁ ଏବଂ ୩୭୦ ମାମଲା ମଧ୍ୟ ଦେଖିବୁ। ଦେଖ, ମୁଁ ସବୁ ବିଷୟରେ ଖୋଲାଖୋଲି ଭାବରେ କହିପାରିବି ନାହିଁ।”
ଦାବି କରା ଯାଉଛି ଯେ କମଳନାଥ ଏହି ଭିଡିଓରେ କଂଗ୍ରେସ ଦଳ ପାଇଁ ମୁସଲମାନ ମାନଙ୍କର ସମର୍ଥନ ମାଗୁଛନ୍ତି।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଦେଶଦ୍ରୋହୀ ଆତଙ୍କୀ ପ୍ରେମୀ ଖାଁଗ୍ରେସୀ କମଲନାଥ ର ଚିନ୍ତାଧାରା”
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୪ ନଭେମ୍ବର ୨୦୧୮ ରେ ଜଣେ ଫେସବୁକ ୟୁଜର ସେୟାର କରିଥିଲେ। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ।
ଉପରୋକ୍ତ ଭିଡିଓ ରେ କମଳନାଥ କହୁଛନ୍ତି, “ଆଜି ସେମାନଙ୍କର ଆରଏସଏସ ଭୋଟର ମାନେ କ’ଣ କରୁଛନ୍ତି? RSS ର କାର୍ଯ୍ୟକର୍ତ୍ତା ମାନେ କ’ଣ କରୁଛନ୍ତି। ମତେ ସୂଚନା ଅଛି ଯେ ସେମାନେ RSS ବାଲାଙ୍କୁ ବିସ୍ତାର କରିଛନ୍ତି। ଯଦି ମୁଁ ଛିନ୍ଦୱାଡା ବିଷୟରେ କଥା ହୁଏ, ଲୋକମାନେ ଆସି ମତେ କୁହନ୍ତି କାରଣ ସେମାନେ ଆରଏସଏସ ନାଗପୁର ସହିତ ଜଡିତ। ସେମାନଙ୍କର ନାରା ହେଉଛି, ଯଦି ଆପଣ ଜଣେ ହିନ୍ଦୁଙ୍କୁ ଭୋଟ୍ ଦେବାକୁ ଚାହୁଁଛନ୍ତି ତେବେ ହିନ୍ଦୁ ଶେର୍ ମୋଦୀଙ୍କୁ ଭୋଟ୍ ଦିଅନ୍ତୁ, ଯଦି ଆପଣ ଜଣେ ମୁସଲମାନକୁ ଭୋଟ୍ ଦେବାକୁ ଚାହୁଁଛନ୍ତି ତେବେ କଂଗ୍ରେସକୁ ଭୋଟ୍ ଦିଅନ୍ତୁ। କେବଳ ଏହି ଦୁଇଟି ଧାଡି, ଅନ୍ୟ କୌଣସି ଶିକ୍ଷା ଦିଆ ଯାଏ ନାହିଁ। ଏହା ହେଉଛି ସେମାନଙ୍କର ରଣନୀତି। ଏଥିରେ ଆପଣ ସମସ୍ତଙ୍କୁ ବହୁତ ସତର୍କ ରହିବାକୁ ପଡିବ, ଲୋକମାନେ ଆପଣଙ୍କୁ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରିବେ।୧ ଆମେ ପରେ ଏଗୁଡ଼ିକର ମୁକାବିଲା କରିବୁ, କିନ୍ତୁ ଭୋଟ୍ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ସବୁକିଛି ସହିବାକୁ ପଡିବ।“
ଉପରୋକ୍ତ ଭିଡିଓରେ କମଳନାଥ ଏପରି କିଛି କହୁନାହାଁନ୍ତି ଯାହା ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଛି। ଅସଲି ଭିଡିଓରେ ସେ RSS ବିଷୟରେ କହୁଛନ୍ତି।
ୱାନ୍ ଇଣ୍ଡିଆ ହିନ୍ଦୀର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଆପଣ ମାନେ ସମାନ ଭିଡିଓ ଦେଖି ପାରିବେ ଯାହା ୧୪ ନଭେମ୍ବର ୨୦୧୮ ରେ ପ୍ରସାରିତ ହେଇଥିଲା। ଏଥିରେ କୁହା ଯାଇଛି ଯେ ମଧ୍ୟପ୍ରଦେଶରେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଭିଡିଓ ଲିକ୍ ହୋଥିଲା। ଏଥିରେ କମଲନାଥ ଆରଏସଏସ ଏବଂ ବିଜେପି ବିଷୟରେ କହୁଛନ୍ତି।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ୨୦୧୮ ମସିହାରେ ଯେତେବେଳେ ଏହି ଭିଡିଓ ଭାଇରାଲ ହେଇଥିଲା, ସେତେବେଳେ ବିଜେପି ଦଳ କମଳନାଥଙ୍କ ବିରୁଦ୍ଧରେ ଆୱାଜ ଉଠେଇଥିଲେ। ଯଦି ଆପଣ ପୁରା ଭିଡିଓ ଦେଖନ୍ତି, ଭାଇରାଲ୍ ଭିଡିଓର ପ୍ରଥମ ଭାଗରେ ସେ ମୁସଲମାନମାନଙ୍କ ଭୋଟ୍ ବିଷୟରେ କହୁଛନ୍ତି | ସେ କହିଛନ୍ତି ଯେ ଜିତିବା ପାଇଁ କଂଗ୍ରେସକୁ 90% ମୁସଲମାନ ଭୋଟ୍ ଦରକାର। କିନ୍ତୁ ଭାଇରାଲ ଭିଡିଓରେ ଥିବା ସ୍ୱର କମଲନାଥଙ୍କ ନୁହେଁ। ଆପଣ ନିମ୍ନରେ ଏହି ଲିକ୍ ହୋଇଥିବା ଭିଡିଓର ସମ୍ପୂର୍ଣ୍ଣ ଭିଡିଓ ଦେଖିପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମୋଥ୍ୟ ଅଟେ। ଅସଲି ଭିଡିଓକୁ ଏଡିଟ୍ କରି ଏହି କ୍ଲିପ୍ ସୃଷ୍ଟି କରା ଯାଇଛି। ୨୦୧୮ ମସିହାର ଏହି ଭିଡିଓରେ କମଳନାଥ RSS ଏବଂ ବିଜେପି ବିଷୟରେ କହିଥିଲେ।

Title:କ’ଣ ଭାଇରାଲ ଭିଡିଓରେ କମଳନାଥ କଂଗ୍ରେସ ପାଇଁ ମୁସ୍ଲିମ ମାନଙ୍କ ସମର୍ଥନ ମାଗୁଛନ୍ତି? ଯାଅନ୍ତୁ ସତ୍ୟ।
Written By: Siddharth SahuResult: Altered
