କ’ଣ ଭିଡିଓରେ ଜଣେ ବିଜେପି ମୁଖପାତ୍ର ନିଜ ପାର୍ଟି ବିରୁଦ୍ଧରେ କହୁଛନ୍ତି ଯେ ବିଜେପି ଏବଂ ଆରଏସଏସ ହିନ୍ଦୁ ନୁହଁନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ବିଜେପି ଏବଂ ଆରଏସଏସ ବିରୁଦ୍ଧରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ବିଜେପି ମୁଖପାତ୍ର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଶେହଜାଦ ପୁନାୱାଲା। ଏହା ୭ ବର୍ଷ ପୁରୁଣା ଭିଡିଓ ଯେତେବେଳେ ସେ କଂଗ୍ରେସ ଦଳରେ ଥିଲେ।  […]

Continue Reading

ଦିଗବିଜୟ ସିଂଙ୍କ ସୁରକ୍ଷାକର୍ମୀ ଦ୍ଵାରା ଭଗା ଯାଉଥିବା ଏହି ମହିଳା ତାଙ୍କ ଠାରୁ ୮୫୦୦ ଟଙ୍କା ମାଗି ଆସିନଥିଲେ। 

କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗଭିଜୟ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦିଗଭିଜୟ ସିଂଙ୍କ ସହିତ ସାକ୍ଷାତ କରି ଆସିଥିବା ମହିଳାକୁ ଭଗାଇବା ପାଇଁ ସେ ତାଙ୍କ ସୁରକ୍ଷା କର୍ମୀଙ୍କୁ କହୁଥିବାର ନଜର ଆସିଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ମହିଳା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ ଯେଉଁ ୮,୫୦୦ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲା ତାହା ମାଗିବାକୁ ଆସିଥିଲେ। କିନ୍ତୁ ଦିଗଭିଜୟ ସିଂ […]

Continue Reading

କ’ଣ କର୍ଣ୍ଣାଟକାର କଂଗ୍ରେସ୍ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁତଲା ଜଳାଉଥିବା ବେଳେ ନିଜେ ନିଆରେ ଆଘାତ ହୋଇଛନ୍ତି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ କିଛି ଲୋକ ରାସ୍ତାରେ ବିରୋଧ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୁତଲାରେ ନିଆ ଲଗାଉଥିଲେ। କିନ୍ତୁ ଏହା କରିବା ସମୟରେ ସେମାନେ ନିଜେ ନିଆରେ ଆଘାତ ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଲୋକମାନେ କର୍ଣ୍ଣାଟକା କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ୧୨ ବର୍ଷ ପୁରୁଣା ଭିଡିଓ ଏବଂ ଭିଡିଓରେ ଥିବା ଲୋକମାନେ କଂଗ୍ରେସ୍ କାର୍ଯ୍ୟକର୍ତ୍ତା ନୁହଁନ୍ତି, […]

Continue Reading

କ’ଣ ନିତିନ ଗଡକରି ପ୍ରକୃତରେ କହିଛନ୍ତି ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ? ଜାଣନ୍ତୁ ସତ୍ୟତା। 

୨୦୨୪ ନିର୍ବାଚନ ପାଖେଇ ଆସିଥିବା ସମୟରେ ସୋସିଆଲ ମିଡିଆରେ ଏହା ଜଡ଼ିତ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କର ନାମରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ନିତିନ ଗଡକରି ଭାରତର ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ ବୋଲି କହିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବିକୁ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ […]

Continue Reading

କ’ଣ ଲୋକ ସଭା ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସ୍ଵୀକାର କରିଛନ୍ତି ଯେ ମୋଦୀ ଜି ୪୦୦ ରୁ ଅଧିକ ସିଟ୍ ଜିତିବେ? ଜାଣନ୍ତୁ ସତ୍ୟ। 

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ‘ଅବ୍କି ବାର୍ ୪୦୦ ପାର୍, ତିଶରୀ ବାର୍ ମୋଦୀ ସରକାର’ ନାରା ଘୋଷଣା କରିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସଂସଦ ଭବନରେ ବିଜେପିର ନାରା ‘ଅବ୍କି ବାର୍ ୪୦୦ ପାର, ତିଶରୀ ବାର ମୋଦୀ ସରକାର’ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ବିଜେପିର ସମସ୍ତ ନେତା ନିର୍ବାଚିତ ହୋଇଛନ୍ତି ବୋଲି କହିଛନ୍ତି। ଏହି […]

Continue Reading

କ’ଣ ଭାଇରାଲ ଭିଡିଓରେ କମଳନାଥ କଂଗ୍ରେସ ପାଇଁ ମୁସ୍ଲିମ ମାନଙ୍କ ସମର୍ଥନ ମାଗୁଛନ୍ତି? ଯାଅନ୍ତୁ ସତ୍ୟ। 

କଂଗ୍ରେସ ନେତା କମଲନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ତାଙ୍କୁ କିଛି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିପାରିବେ। ସେ କହୁଛନ୍ତି, “ଏହି ଜିନିଷ ଏଠାରୁ ବାହାରକୁ ଯିବା ଉଚିତ୍ ନୁହେଁ, ଆମେ ତୁମ ପାଇଁ ଅଧିକ ଚିନ୍ତିତ ଅଛୁ। ସେଥିପାଇଁ କଂଗ୍ରେସ ଚାହୁଁଛି ଯେ ଆପଣ ମୁସଲମାନ ଭାଇମାନେ ଆମକୁ ସମର୍ଥନ କରିବା ଉଚିତ ଯାହା ଦ୍ଵାରା ଭବିଷ୍ୟତରେ ଆମେ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ନେଇପାରିବା। ମୁଁ ଆପଣଙ୍କୁ ନିଶ୍ଚିତ […]

Continue Reading

କ’ଣ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାରେ ଜାତୀୟ ପତକାରେ ଅଶୋକ ଚକ୍ର ହଟାଇ କଲମା ଲେଖି ଉତ୍ସବ ପାଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ଗତ ମାସରେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତିଥିଲା। ଦଳ ପାଇଁ ଏହା ଏକ ବିରାଟ ବିଜୟ ଥିଲା। ଅନେକ ସ୍ଥାନରେ ସମର୍ଥକ ଏବଂ ଦଳର ସଦସ୍ୟ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତର ଜାତୀୟ ପତକାରେ ଅଶୋକ ଚକ୍ରକୁ ହଟାଇ ଇସଲାମୀକ୍ ଭାଷାରେ କିଛି ଲେଖା ହେଇଥିବା ଏକ ଫୋଟୋ ଭାଇରାଲ ହେଉଥିବା ମିଳିଲା। ଦାବି କରା ଯାଉଛି ଯେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ […]

Continue Reading

ମଣିପୁରରେ ଗାଈ ବଧ କରିବାର ପୁରୁଣା ଭିଡିଓ କର୍ଣ୍ଣାଟକରେ କଂଗ୍ରେସ ବିଜୟର ଉତ୍ସବ ଭାବରେ ସେୟାର କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକ କ୍ଷେତରେ ଗୋଟେ ଗାଈର ଶବ ପରୀକ୍ଷା କରୁଥିବା ଦେଖାଯାଇଛି। ଗାଈ ଗଳାରୁ ରକ୍ତ ବାହାରୁଥିବା ଦେଖାଯାଉଛି ଏହା ସହିତ  ବିଜେପି ପତାକା ତଳେ ପଡ଼ିଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ. କର୍ଣ୍ଣାଟକରେ କଂଗ୍ରେସର ଜିତିବା ପରେ ମୁସଲମାନ ମାନେ ବିଜେପି ପତାକାରେ […]

Continue Reading

ବେଙ୍ଗାଲୁରୁର ଏକ ପୁରୁଣା ଭିଡିଓକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟର ଠକେଇ ଦାବିରେ ଭାଇରାଲ…..

କର୍ଣ୍ଣାଟକ ନିର୍ବାଚନ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ। ଏହି ଭିଡିଓ 2022 ପଶ୍ଚିମବଙ୍ଗର ଅଟେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି। ଏହି ଭିଡିଓ କର୍ଣ୍ଣାଟକର ଗୁଲବର୍ଗା ଉତ୍ତରରୁ ଆସିଛି ଯେଉଁଠାରେ ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ କଂଗ୍ରେସ ଦଳ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଭିଡିଓରେ, ଭୋଟ୍ ଦେବାକୁ ଆସିଥିବା ଲୋକଙ୍କୁ ଇଭିଏମ୍ରେ ପହଞ୍ଚିବାକୁ ଅନୁମତି ଦେଉ ନାହାଁନ୍ତି […]

Continue Reading

କର୍ଣ୍ଣାଟକର ଭାଟକଲରେ ଇସଲାମିକ ପତାକା ଉତ୍ତୋଳନକୁ ପାକିସ୍ତାନୀ ପତାକା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ନିର୍ବାଚନ ଜିତିଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ପୋଷ୍ଟରେ, ଜଣେ ବ୍ୟକ୍ତି ଏକ ଗୋଲାକାର ଆକୃତି ଉପରେ ସବୁଜ ପତାକା ଧରିଥିବାର ଦେଖାଯାଏ, ଯେଉଁଥିରେ ‘ଓମ୍’ ଲେଖା ଯାଇଛି।  ଭାଇରାଲ ପୋଷ୍ଟରେ ଲାଖାଯାଇଛି ଯେ, କର୍ଣ୍ଣାଟକ ରେ କଂଗ୍ରେସ ଜିତିବା ପରେ ଆଜିର ଦୃଶ୍ୟ, ଏଠି ମନରେ ଉଙ୍କି ମାରେ ପ୍ରଶ୍ନ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନ୍ୟ କୌଣସି ମହିଳାଙ୍କ ସହ ନୁହେଁ ବରଂ ତାଙ୍କ ପତ୍ନୀଙ୍କୁ ଫ୍ଲାଇଙ୍ଗ କିସ ଦେଉଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ମାଲାମାଲ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ଗାର୍ଲଫ୍ରେଣ୍ଡ କରିବା ପରେ ପାଖରେ ଠିଆ ହୋଇଥିବା ମହିଳାଙ୍କ ସହ ଜବରଦସ୍ତ ହାତ ମିଳାନ୍ତି। 32 ସେକେଣ୍ଡର ଭିଡିଓ ସେୟାର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କଂଗ୍ରେସ ନେତାଙ୍କୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରୁଛନ୍ତି। BirenM ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଶା କଂଗ୍ରେସ ରାହୁଲ ଗାନ୍ଧୀଙ୍କ […]

Continue Reading

ଭାରତ ଯୋଡୋ ଯାତ୍ରୀ ପାଇଁ କର୍ଣ୍ଣାଟକରେ ଏକତ୍ରିତ ହୋଇଥିବା ଭିଡ଼ର ଭିଡିଓ ମଧ୍ୟପ୍ରଦେଶ ଦାବିରେ ସେୟାର କରାଯାଉଛି।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ମଧ୍ୟପ୍ରଦେଶରେ ଅଛି। ଏବଂ ସେଠାରେ ଚିତ୍ର ଏବଂ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି। ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆପଣ ରାସ୍ତାରେ ଏକ ବିରାଟ ଭିଡ଼ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ଇନ୍ଦୋରରେ ଆୟୋଜିତ ଭାରତ ଯୋଡା ଯାତ୍ରାର ଅଟେ। Ranjeet Garnaik ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି […]

Continue Reading

କ’ଣ ଭାଇରାଲ ଫୋଟୋ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ। 

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ଚର୍ଚ୍ଚାର ବିଷୟ ରହିଛି। ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ଏହି ଯାତ୍ରା ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି। ଏହି ପ୍ରସଙ୍ଗରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫଟୋ କର୍ଣ୍ଣାଟକରେ ରାହୁଲ ଗାନ୍ଧୀଙ୍କ ସମାବେଶରେ ଏକତ୍ରିତ ହୋଇଥିବା ଭିଡ଼ ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋ ଗୁଡ଼ିକ ପୁରୁଣା ଅଟେ ଏବଂ […]

Continue Reading

ବେଙ୍ଗାଲୁରୁରେ କଂଗ୍ରେସର ଫ୍ରିଡମ୍ ମାର୍ଚ୍ଚର ପୁରୁଣା ଭିଡିଓକୁ ଭାରତ ଯୋଡ ଯାତ୍ରା ଦାବିରେ ଭାଇରାଲ କରାଯାଉଛି।

କିଛିଦିନ ପୂର୍ବରୁ  କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଅନେକ ଭିଡିଓ ଏବଂ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଆପଣ ଭାରତର ପତାକା ଧରି ରାସ୍ତାରେ ଯାଉଥିବା ବହୁ ଲୋକଙ୍କୁ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯଉଛି ଯେ, ଏହି ଭିଡିଓ କଂଗ୍ରେସର ଭାରତ ଯୋଡାର ଅଟେ। Ranajeet Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, […]

Continue Reading

କ’ଣ କଂଗ୍ରେସ ସମର୍ଥକଙ୍କ ଦ୍ଵାରା ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରାର ଏହି ଭିଡିଓ ଭାରତ ଯୋଡୋ ଯାତ୍ରା ସମୟର ଅଟେ? ଜାଣନ୍ତୁ ସତ୍ୟ।

୭ ସେପ୍ଟେମ୍ବରରେ କଂଗ୍ରେସ ଦଳ ଦ୍ଵାରା ଭାରତ ଯୋଡୋ ଯାତ୍ରା ଆରମ୍ଭ କରା ଯାଇଛି। ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ କରି ଶ୍ରୀନଗରରେ ସେଶ କରିବାର ଯୋଜନା କରା ଯାଇଛି। ପ୍ରତି ଦିନ ୨୩ କିଲୋମିତିର ପଦଯାତ୍ରା କରିବାର ନିର୍ଣୟ ନିଆ ଯାଇଛି। ଯାତ୍ରା ଦେଶର ୧୨ ଟି ରାଜ୍ୟ ଏବଂ ୩୫୭୦ କିଲୋମିତିରର ଦୂରତା ଆଚ୍ଛାଦନ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଚିନ୍ତା ଏବଂ ଦାବି ଦିଲ୍ଲୀରେ କେନ୍ଦ୍ର ସରକାର ନିକଟରେ ପହଞ୍ଚାଇବା। […]

Continue Reading

ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

କଂଗ୍ରେସଠାରୁ ସ୍ୱାଧିନତା ମାଗୁଥିବା ମୁସ୍ଲିମ ମହିଳା କିଏ? ଜାଣନ୍ତୁ ସତ୍ୟତା।

ବୁର୍କାର ଜଣେ ମହିଳା ‘ଆଜାଦି’ର ସ୍ଲୋଗାନ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳର ନେତାଙ୍କଠାରୁ ସ୍ୱାଧୀନତା ମାଗୁଥିବାର ଦେଖାଯାଉଛନ୍ତି। ହିନ୍ଦୀ କ୍ୟାପସନରେ ଲେଖାଅଛି, ମୁସ୍ଲିମ ଲୋକମାନେ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା ଚାହୁଁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉ।ଭିଡିଓରେ ଥିବା ମହିଳା କହୁଛନ୍ତ “ଭାରତ ମାତା କି ଜୟ, ଆମକୁ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା, ଅଖିଳେଶଙ୍କଠାରୁ ସ୍ୱାଧୀନତା, ମାୟା (ମାୟାବତୀ) ଦିଦିଙ୍କଠାରୁ ସ୍ୱାଧୀନତା ଦରକାର। ଆମ ଅନୁସନ୍ଧାନରେ […]

Continue Reading

କ’ଣ ଏକ ସାକ୍ଷାତ ସମୟରେ କଂଗ୍ରେସ ପାର୍ଟିର ବ୍ୟାନରରେ ଚୋର ଗ୍ରୁପ୍ ମିଟିଙ୍ଗ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କଂଗ୍ରେସ ଦଳ ବୈଠକର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସୋନିଆ ଗାନ୍ଧୀଙ୍କ ସହିତ ରାହୁଲ ଗାନ୍ଧୀ, ମନମୋହନ ସିଂହ ଏବଂ ଦଳର ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଫୋଟୋରେ ଏକ ବ୍ୟାନର ମଧ୍ୟ ଲାଗିଛି ଯେଉଁଥିରେ ଲେଖା ଯାଇଛି “ଇଣ୍ଡିଆନ ନେସନାଲ୍ କଂଗ୍ରେସ, ଚୋର ଗ୍ରୁପ୍ ସାକ୍ଷାତ।” ଦାବି ଅନୁଯାୟୀ ଫୋଟୋରେ କୋର ଶବ୍ଦକୁ ଚୋର ବୋଲି ଲେଖା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଫୋଟୋ ସହିତ […]

Continue Reading

ଦୁଇ ବର୍ଷ ପୁରୁଣା ଫଟୋକୁ କୋଲକାତାରେ କଂଗ୍ରେସ ଏବଂ ବାମପନ୍ଥି ଗଠବନ୍ଧନ ରାହିରେ ପ୍ରବଳ ଜନସମାବେଶ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ପଞ୍ଚିମବଙ୍ଗରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ପରି ଦୁଇଟି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ୱେସ୍ଟବେଙ୍ଗାଲରେ କଂଗ୍ରେସ ଗଠବନ୍ଧନର ନିର୍ବାଚନରେ ପ୍ରବଳ ଜନସମାବେଶ କିନ୍ତୁ ଗୋଦୀ ମିଡିଆ ଏହାକୁ ଦେଖାଉ ନାହିଁ। ଆମ ଅନୁସନ୍ଧାନରେ […]

Continue Reading

ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ।

ସୋସିଆଲ ମିଡିଆରେ ଏକ ଜଳିଯାଇଥିବା ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ମହିଳାର ସମ୍ପୁର୍ଣ୍ଣ ଶରୀର ଜଳି ଯାଇଛି। ଖାଲି ମୁଣ୍ଡ ଏବଂ ହାତ ଦେଖାଯାଉଛି। ମହିଳାର ଛାତିଥରା ଏହି  ଭାଇରାଲ ଫଟୋକୁ ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଇଛି। ଦାବି କରାଯାଉଛି ଯେ, ଏହି ଘଟଣା କଂଗ୍ରେସ ସାସନ ରାଜ୍ୟ ରାଜସ୍ଥାନର ଅଟେ। କିନ୍ତୁ ଏହି ଘଟଣାକୁ ନେଇ କଂଗ୍ରେସ ସରାକର ଚୁପ ବସିଥିବା ବେଳେ, ବିଜେପି ସରକାର ସାସନ ରାଜ୍ୟରେ ହେଉଥିବା ଘଟଣାକୁ ଆଲୋଚନା […]

Continue Reading

ଜାଣନ୍ତୁ ରାହୁଲ ଗାନ୍ଧି ଭାଇରାଲ ଭିଡିଓର ସତ୍ୟ।

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ଗୋଟେ ସପ୍ତାହ ପୂର୍ବରୁ   Debasish Grahacharya ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ କଟାକ୍ଷ୍ୟ କରି ଲେଖା ଯାଇଛି ଯେ,ପ୍ରବଳ ନିଶାର ପ୍ରଭାବ। ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି ନିଜ ଭାଷଣରେ କହୁଛନ୍ତି ଯେ, ହିନ୍ଦୁସ୍ତାନର ଯୁବା ପିଢ଼ି କେବଳ ହିନ୍ଦୁସ୍ତାନକୁ ନାହିଁ ବରଂ ପୁରା ଦେଶକୁ ବଦଳି ପାରିବ। ରାହୁଲ […]

Continue Reading

ଜାଣନ୍ତୁ ସୋସିଆଲ ମିଡିଓରେ ଭାଇରାଲ ଦେଉଥିବା ଭିଡିଓର ସତ୍ୟତା।

19 ଜାନୁଆରିରେ  Bjp Yuba Morcha Akhuapal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଷଣ ଦେଉଛନ୍ତି ଏବଂ ତାଙ୍କ ଚେଲା କାର୍ଯ୍ୟକ୍ରମରେ ଆସିଥିବା ଜନତାଙ୍କୁ ଦକ୍ଷିଣା ଦେଉଛନ୍ତି। ଭାଇରାଲ ଭିଡିଓରେ ରାହଲୁ ଗାନ୍ଧି ଭାଷଣ ଦେଉଥିବାର ଶୁଣାଜାଉଛି। ଭାଇରାଲ ଭିଡିଓକୁ ଶାହୀନ ବାଗ ପ୍ରଦର୍ଶନ ସହ ମଧ୍ୟ ଜଡ଼ିତ କରାଯାଉଛି। ଏହା ଛଡ଼ା ଭିଡିଓରେ ଜଣେ […]

Continue Reading

କ’ଣ କଂଗ୍ରେସ ବରିଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା ସିଏବି କୁ ନିଜ ସମର୍ଥନ ଦେଇଛନ୍ତି? ପ୍ରକୃତରରେ କ’ଣ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିୟା? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନ କୁ ନେଇ ଅନେକ ଲୋକ ଅନେକ ପ୍ରକାର ର ପ୍ରତିକ୍ରିୟା ଦେଇଛନ୍ତି। କେତେ ଏହାର ସମର୍ଥନ କରିଛନ୍ତି ତ କେତେ ଏହାର ବିରୂଧ କରିଛନ୍ତି। ଆଶ୍ଚର୍ଯ୍ୟ ତେବେ ହେଲା ଯେବେ ବିପକ୍ଷ ରାଜନୀତି ଦଳ କଂଗ୍ରେସର ଜଣେ ନେତା ଏହି ନାଗରିକତା ସଂଶୋଧନ ଆଇନକୁ ନିଜ ସମର୍ଥନ ଦେଇଛନ୍ତି। ୧୧ ଡିସେମ୍ବର ସ୍ବରାଜ୍ୟମେଗ ସାଇଟରେ ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା […]

Continue Reading

କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?

ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି।  18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ […]

Continue Reading