କ'ଣ କର୍ଣ୍ଣାଟକାର କଂଗ୍ରେସ୍ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁତଲା ଜଳାଉଥିବା ବେଳେ ନିଜେ ନିଆରେ ଆଘାତ ହୋଇଛନ୍ତି? ଜାଣନ୍ତୁ ସତ୍ୟତା।
ସୋସିଆଲ ମିଡିଆରେ କିଛି ଲୋକ ରାସ୍ତାରେ ବିରୋଧ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୁତଲାରେ ନିଆ ଲଗାଉଥିଲେ। କିନ୍ତୁ ଏହା କରିବା ସମୟରେ ସେମାନେ ନିଜେ ନିଆରେ ଆଘାତ ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଲୋକମାନେ କର୍ଣ୍ଣାଟକା କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଅଟନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ୧୨ ବର୍ଷ ପୁରୁଣା ଭିଡିଓ ଏବଂ ଭିଡିଓରେ ଥିବା ଲୋକମାନେ କଂଗ୍ରେସ୍ କାର୍ଯ୍ୟକର୍ତ୍ତା ନୁହଁନ୍ତି, ସେମାନେ କେରଳ ଛାତ୍ର ସଂଘ ସଦସ୍ୟ ଅଟନ୍ତି।
କ'ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "କର୍ଣ୍ଣାଟକ ରେ ମୋଦି ଜି ଙ୍କ ପୁତଲା କୁ ଜାଳିଥିବା ସମୟରେ କଂଗ୍ରେସି ଙ୍କ ଲୁଙ୍ଗି ରେ ଲାଗିଲା ନିଆଁ। ଦେଶରେ କିଭଳି ଲୋକତନ୍ତ୍ର ହତ୍ୟା କରାଯାଉଛି । ମୋଦି ଜି ଙ୍କ ପୁତଲା ବି ଜବାବ ଦେଲାଣି।"
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କ୍ଲାରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୫ ଜୁଲାଇ ୨୦୧୫ ରେ ଏସିଆନେଟ୍ ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା।
ଭିଡିଓର କ୍ୟାପସନରେ ଲେଖାଥିଲା, “ପଥନମଥିଟ୍ଟାରେ କେରଳ ଛାତ୍ର ସଂଘ (KSU) କର୍ମଚାରୀ ଅଗ୍ନିକାଣ୍ଡରୁ ଖସି ପଳାଇବାରେ ସମର୍ଥ ହୋଇଛନ୍ତି। ଆପଣ ମାନେ ଭାଇରାଲ ଭିଡିଓକୁ ୦.୧୫ ମିନିଟ ସମୟ ରୁ ଦେଖି ପାରିବେ। ଭିଡିଓ ସହିତ କୁହା ଯାଇଛି ଯେ କେଏସୟୁ କର୍ମଚାରୀ ମାନେ ଏମଜି ବିଶ୍ଵବିଦ୍ୟାଳୟ କୁଳପତିଙ୍କ ପୂତଲା ଜଳାଉଥିବା ସମୟରେ ଅଗ୍ନିକାଣ୍ଡ ରୁ ଉଦ୍ଧାର ହେବାରେ ସଫଳ ହୋଇଥିଲେ।
ୟୁଟ୍ଯୂବ ଚ୍ୟାନାଲରେ ପ୍ରକାଶିତ ଭିଡିଓରେ କେରଳ ଛାତ୍ର ସଂଘର (KSU) ପତାକା ଦେଖିବାକୁ ମିଳିଛି। କେରଳରେ ସକ୍ରିୟ ଥିବା ଅଲ ଇଣ୍ଡିଆ କଂଗ୍ରେସ କମିଟିର ଛାତ୍ର ସଂଗଠନ ହେଉଛି KSU। ଏହା ନିଶ୍ଚିତ କରେ ଯେ କର୍ଣ୍ଣାଟକ ସହିତ ଭାଇରାଲ୍ ଭିଡିଓର କୌଣସି ସମ୍ପର୍କ ନାହିଁ। ଭିଡିଓଟି କେରଳର ଅଟେ।
୨୪ ଜୁଲାଇ ୨୦୧୨ ରେ ଆମକୁ ଟାଇମ୍ସ ଅଫ୍ ଇଣ୍ଡିଆ ରେ ପ୍ରକାଶିତ ଭାଇରାଲ୍ ଭିଡିଓ ଉପରେ ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଭିଡିଓରେ ଦେଖାଯାଇଥିବା ଲୋକମାନେ ଏମଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତି ବିରୋଧରେ ବିରୋଧ କରିଥିଲେ। ଅଗ୍ନିକାଣ୍ଡରେ କେତେକ ବିରୋଧକାରୀଙ୍କର ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଥିଲା।
ସିଦ୍ଧାନ୍ତ:
ସମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହା କେରଳର ୧୨ ବର୍ଷ ପୁରୁଣା ଭିଡିଓ ଏବଂ ଭିଡିଓରେ ଥିବା ଲୋକମାନେ କଂଗ୍ରେସ୍ କାର୍ଯ୍ୟକର୍ତ୍ତା ନୁହଁନ୍ତି, ସେମାନେ କେରଳ ଛାତ୍ର ସଂଘ ସଦସ୍ୟ ଅଟନ୍ତି।
Title:କ'ଣ କର୍ଣ୍ଣାଟକାର କଂଗ୍ରେସ୍ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁତଲା ଜଳାଉଥିବା ବେଳେ ନିଜେ ନିଆରେ ଆଘାତ ହୋଇଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False