କ'ଣ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାରେ ଜାତୀୟ ପତକାରେ ଅଶୋକ ଚକ୍ର ହଟାଇ କଲମା ଲେଖି ଉତ୍ସବ ପାଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।
ଗତ ମାସରେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତିଥିଲା। ଦଳ ପାଇଁ ଏହା ଏକ ବିରାଟ ବିଜୟ ଥିଲା। ଅନେକ ସ୍ଥାନରେ ସମର୍ଥକ ଏବଂ ଦଳର ସଦସ୍ୟ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତର ଜାତୀୟ ପତକାରେ ଅଶୋକ ଚକ୍ରକୁ ହଟାଇ ଇସଲାମୀକ୍ ଭାଷାରେ କିଛି ଲେଖା ହେଇଥିବା ଏକ ଫୋଟୋ ଭାଇରାଲ ହେଉଥିବା ମିଳିଲା। ଦାବି କରା ଯାଉଛି ଯେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାର ମେହବୁବ ନଗର ରେ ତିରଙ୍ଗାରୁ ଅଶୋକ ଚକ୍ର ହଟାଇ କଲମା ଲେଖା ଯାଇ ଉଡାଯାଉଥିବାର ଫୋଟୋ ଦେଖିବାକୁ ମିଳିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଗତ ବର୍ଷର ଫୋଟୋ ଅଟେ ଯେତେବେଳେ ପ୍ରୋଫେଟ୍ ମୋହମ୍ମଦଙ୍କୁ ନେଇ ନୁପୁର ଶର୍ମାଙ୍କ ବିବାଦୀୟ ଭାଷଣ ପରେ ବିରୋଧ ପ୍ରଦର୍ଶନ ଚାଲିଥିଲା।
କ'ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, "କର୍ଣ୍ଣାଟକ ରେ କଂଗ୍ରେସ ଜିତିବା ପରେ ମେହବୁବ ନଗର ତେଲେଙ୍ଗାନା ରେ ତ୍ରୀରଙ୍ଗାରୁ ଅଶୋକ ଚକ୍ର ହଟାଇ କଲମା ଲେଖା ଯାଇ ଉଡାଯାଉଥିବାର ଚିତ୍ର ଏବେ ଦେଶଭକ୍ତଙ୍କୁ ବହୁତ ଯନ୍ତ୍ରଣା ଦେଉଛି।"
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୦ ଜୁନ୍ ୨୦୨୨ ରେ ଟୁଇଟରରେ ଦେଖିବାକୁ ମିଳିଲା। ଟୁଇଟରେ କୁହା ଯାଇଛି ଯେ ତେଲଙ୍ଗାନାର ମହବୁବନଗରରେ ଭାରତର ଜାତୀୟ ପତକାରୁ ଅଶୋକ ଚକ୍ର ହଟାଇ କଲମା ଲେଖି ବିରୋଧ ପ୍ରଦର୍ଶନ କରା ଯାଇଥିଲା। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ଏହାର କର୍ଣ୍ଣାଟକ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।
ତେବେ ଅସଲୋୟ ଘଟଣା କ'ଣ?
ସର୍ଚ୍ଚ କରିବା ପରେ ଆମକୁ ୧୦ ଜୁନ୍ ୨୦୨୨ ରେ ଇଣ୍ଡିଆ ଟିଭି ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପ୍ରୋଫେଟ୍ ମୋହମ୍ମଦଙ୍କୁ ନେଇ ନୁଔଢ଼ ଶର୍ମାଙ୍କର ଏକ ବିବବାଦୀୟ ମନ୍ତବ୍ୟ ହେତୁ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ସହିତ ହିଂସା ହେଇଥିବା ଦେଖିବାକୁ ମିଳିଲା। ଏପରି ଏକ ବିରୋଧ ପ୍ରଦର୍ଶନ ତେଲଙ୍ଗାନାର ମହବୁବନଗର ଅଞ୍ଚଳ ରେ ମଧ୍ୟ ଘଟିଥିଲା ଯେଉଁଥିରେ ବିରୋଧ ପ୍ରଦର୍ଶନକାରୀ ମାନେ ତିରଙ୍ଗାରୁ ଅଶୋକ ଚକ୍ରକୁ ହଟାଇ ଇସଲାମୀକ୍ କଲମା ଲେଖି ଜାତୀୟ ପତକାର ଅପମାନ କରିଥିଲେ।
ପୋଲିସ କହିବା ଅନୁଯାୟୀ, ପ୍ରାର୍ଥନା ପରେ ସ୍ଥାନୀୟ ମୁସଲମାନ ମାନେ ମସଜିଦ-ଏ-ରହମତ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ନୁପୁର ଶର୍ମା ଏବଂ ବିଜେପି ବିରୋଧୀ ନାରା ମଧ୍ୟ ଦିଆ ଯାଇଥିଲା। ଏହା ପରେ ପ୍ରାୟ 8 ଜଣ ଲୋକ ନୁପୁର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏହି ଘଟଣା ନେଇ ଦି ଇକୋନୋମିକ୍ ଟାଇମ୍ସ ନିଜ ୟୁଟ୍ଯୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ କରିଥିଲା। ରିପୋର୍ଟ ଅନୁଯାୟୀ, ମସଜିଦ-ଏ-ରହମତ ନିକଟରେ ଏକ ବିରୋଧ ପ୍ରଦର୍ଶନରେ ଭାରତର ଜାତୀୟ ପତକାରୁ ଅଶୋକ ଚକ୍ର ହଟାଇ କଲମା ଲେଖା ଯାଇଥିଲା ଯାହା ଦେଶ ପାଇଁ ଏକ ଅପମାନିତ କଥା। ବିରୋଧକାରୀ ମାନେ ଏହି କଲମା ଲେଖା ଯାଇଥିବା ପତକାକୁ ଉଦଉଥିଲେ। ପୋଲିସ ଏହି ମାମଲାର ତଦନ୍ତ କରିଥିଲା ଏବଂ କାଜ୍ଯାନୁଷ୍ଠାନ କରିବା ବୋଲି କହିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଜାତୀୟ ପତକାରୁ ଅଶୋକ ଚକ୍ର ହଟାଇ ଇସଲାମୀକ୍ କଲମା ଲେଖିଥିବା ଫୋଟୋର କର୍ଣ୍ଣାଟକ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ୨୦୨୨ ରେ ପ୍ରୋଫେଟ୍ ମୋହମ୍ମଦଙ୍କୁ ନେଇ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଏକ ବିରୋଧ ପ୍ରଦଶନର ଫୋଟୋ ଅଟେ।
Title:କ'ଣ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାରେ ଜାତୀୟ ପତକାରେ ଅଶୋକ ଚକ୍ର ହଟାଇ କଲମା ଲେଖି ଉତ୍ସବ ପାଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading