
ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ମୁଣ୍ଡରେ ଆଘାତର ଅଭିନୟ କରୁଥିବାର ଦେଖାଯାଇଛି। ଦାବି କରା ଯାଉଛି ଯେ ମହିଳା ହେଉଛନ୍ତି ଜଣେ ଟିଏମସି କାର୍ଯ୍ୟକର୍ତ୍ତା। ନିର୍ବାଚନ ହାରିବା ପରେ ସେ ଏପରି ଅଭିନୟ କରୁଥିବା ନଜର ଆସିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ବିହାରର ଏକ ପୁରୁଣା ଘଟଣା ଯାହାର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଆମେ କହିଲେ ଆପଣ କହିବେ ଆମେ କୁଆଡେ ରାଜନୀତି କରୁଛୁ, ହେଲେ ଆପଣ ଦେଖନ୍ତୁ ବର୍ତ୍ତମାନ ସମୟର ବାସ୍ତବ ଚିତ୍ର । ଏ ରୋଗ କୋଉଠୁ ଆସିଛି କିମ୍ବା କାହାଠାରୁ ଡେଇଁଛି ଆମେ ଜାଣିନୁ କିନ୍ତୁ ସାଧାରଣ ଲୋକଙ୍କୁ ଭୋକୁଆ ବନେଇବା ପାଇଁ ଯେଉଁ ଅପଚେଷ୍ଟା କରାଯାଉଛି ତାହାର ଫଳ ଯଦିଓ TMC ଭୋଗି ସାରିଛି ତଥାପି ନାଟକବାଜିରୁ ନିବୃତ ନହେବା ନିହାତି ହାସ୍ୟାସ୍ପଦ କଥା । ଧର୍ମ ବୋଲି କିଛି ଗୋଟେ ନିହାତି ଅଛି ଯାହା ବଙ୍ଗ ଫଳାଫଳରୁ ସ୍ପଷ୍ଟ ଅନୁମାନ ହେଉଛି । ଦିଦି ଙ୍କ ଏଭଳି ଚାଲରେ ଜଣେ ନିରୀହ ବେଙ୍ଗଲ ବାସୀ ନିହାତି ଭାବୁକ ହୋଇଯିବା ସ୍ୱାଭାବିକ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୬ ମଇ ୨୦୨୬ ରେ ମୌର୍ୟ ଧ୍ଵଜ୍ ଏକ୍ସପ୍ରେସ ନାମକ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ଲୋଡ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଏହା ମୁଜାଫରପୁରର SKMCH (ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ)ର ଏକ ପୁରୁଣା ଭିଡିଓ। ଜଣେ ରୋଗୀଙ୍କ ପରିଚାରିକା ଏବଂ SKMCH ହସ୍ପିଟାଲର ନର୍ସିଂ ଷ୍ଟାଫ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ମୌର୍ଯ୍ୟ ଧ୍ୱଜ ଏକ୍ସପ୍ରେସ୍ ଅନୁଯାୟୀ, ଭିଡିଓଟି ମୌର୍ଯ୍ୟ ଧ୍ୱଜ ଏକ୍ସପ୍ରେସର ଜଣେ ରିପୋର୍ଟରଙ୍କ ଦ୍ୱାରା ନିଆଯାଇଥିଲା ଏବଂ ଏହାର କୌଣସି ରାଜନୈତିକ ଦୃଷ୍ଟିକୋଣ ନାହିଁ।
ଅଧିକ ତଦନ୍ତ ପରେ ଆମେ ୨୮ ଏପ୍ରିଲ୍ ୨୦୨୬ ରେ ମୌର୍ଯ୍ୟ ଧ୍ୱଜ ଏକ୍ସପ୍ରେସର ଫେସବୁକ୍ ପୃଷ୍ଠାରେ ଆଉ ଏକ ଭିଡିଓ ପାଇଲୁ। ଭିଡିଓରେ SKMCHର ଜଣେ A-ଗ୍ରେଡ୍ ଷ୍ଟାଫ୍ ନର୍ସ ଶ୍ରୀ ରହମାନ ଜଣେ ରୋଗୀଙ୍କ ପରିଚାରିକା ଏବଂ ନର୍ସିଂ ଷ୍ଟାଫ୍ ସହିତ ଜଡିତ ଏକ ଘଟଣା ବର୍ଣ୍ଣନା କରୁଥିବାର ଦେଖାଯାଉଛି। ଏହି ସଂଘର୍ଷ ପରେ, ନର୍ସିଂ ଷ୍ଟାଫ୍ ଷ୍ଟ୍ରାଇକ୍ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ରୋଗୀଙ୍କ ଆଟେଣ୍ଡେଣ୍ଟ ମହିଳା ପରିଚାରିକା ନର୍ସିଂ ଷ୍ଟାଫ୍ ଉପରେ ଆକ୍ରମଣ କରିଥିଲେ। ଏହା ବ୍ୟତୀତ, ସେ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିବା ଆରମ୍ଭ କରିଥିଲେ।
ଏହି ଭିଡିଓରେ, ଆମେ ଭାଇରାଲ୍ ଭିଡିଓରେ ଥିବା ମହିଳାଙ୍କୁ ମୁଣ୍ଡରେ ପଟି ବନ୍ଧା ହେଇଥିବା ଦେଖିଲୁ। ମହିଳା ଜଣକ ସଫାକାରୀ କର୍ମଚାରୀଙ୍କ ସଦସ୍ୟ ଥିଲେ ଯାହାଙ୍କୁ ରୋଗୀଙ୍କ ପରିଚାରିକା ମାରୁଥିବା ଅଭିଯୋଗ ହୋଇଥିଲା।
https://www.facebook.com/watch/?v=2459712641117765
ଭାଇରାଲ ଭିଡିଓ ଏବଂ ମୌର୍ଯ୍ୟ ଧ୍ୱଜ ଏକ୍ସପ୍ରେସ ଭିଡିଓର ସ୍କ୍ରିନସଟ୍ ମଧ୍ୟରେ ତୁଳନା ତଳେ ଦେଖିହେବ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ବିହାରର ଏକ ପୁରୁଣା ଭିଡିଓକୁ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସି କାର୍ଯ୍ୟକର୍ତ୍ତା ଆହତ ହେବାର ନାଟକ କରୁଥିବା ଦାବି ସହ ସେୟାର କରାଯାଉଛି।

