2013 ଫଟୋକୁ ବର୍ତ୍ତମାନର କୃଷକ ବିରୋଧ ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

False Social

ଦେଶସାରା କୃଷକମାନଙ୍କର ଆନ୍ଦୋଳନ ଚାଲୁଥିବା ବେଳେ, ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ହାତରେ ବାଡ଼ି ଏବଂ ପଥର ଧରିଛନ୍ତି। ଅନ୍ୟପଟେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ବୃଦ୍ଧ ବ୍ୟକ୍ତିକୁ ଡରଉଥିବାର ଦେଖାଯାଉଛିନ୍ତି। ଏହି ଫଟୋକୁ କୃଷକ ବିରୋଧ ପ୍ରଦର୍ଶନ ସହ ଜୋଡ଼ି ଭାଇରାଲ କରାଯାଉଛି।

21 ସେପ୍ଟେମ୍ବରରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, କୃଷକ ବିରେଧ ପ୍ରଦର୍ଶନ ସମୟରେ ଜଣେ ବୃଦ୍ଧ କୃଷକକୁ ପୋଲିସ ବନ୍ଧୁକ ଦେଖାଇ ଡରାଉଛି। ଭାଇରାଲ ଫଟୋ ବର୍ତ୍ତମାନର କହି ଭିଇରାଲ କରାଯାଉଛି। 

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋତେ ଗୁଳିରେ ହତ୍ୟା କର ନାହିଁ, ମୁଁ ପ୍ରଥମେ ଦୁଃଖୀ ବ୍ୟକ୍ତି! ମୋର ମୃତ୍ୟୁର କାରଣ,

ମୁଁ ବୃତ୍ତିରେ ଜଣେ ଚାଷୀ !!#କୃଷକ_ ବିରୋଧୀ_ନରେନ୍ଦ୍ର_ମୋଦି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 22ଥର ସେୟାର କରାଯାବି ସହ ପୋଷ୍ଟକୁ ଅନେକଥର ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- FacebookArchive

ତେବେ ଭାଇରାଲ ଫଟୋ  ବର୍ତ୍ତମାନ କୃଷକ ବିରେଧ ପ୍ରଦର୍ଶନର ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ Indianexpressର ଏକ ଖବର ମିଳିଲା, ଯାହାକି 30 ସେପ୍ଟେମ୍ବର 2013ରେ ପ୍ରକାଶିତ କରାଯାଇଥିଲା। ଏହି ଖବରରେ ଭାଇରାଲ ଫଟୋ ପ୍ରକାଶିତ କରାଯାଇଥିବାର ଦେଖାଯାଉଛି। ଅର୍ଥାତ୍ ଭାଇରାଲ ଫଚୋ ମୋଦି ସରକାର ପୂର୍ବର ଫୋଟୋ ଅଟେ। ଖବର ଅନୁସାରେ, ମେରଠରେ ମହାପଞ୍ଚାୟତ ପୁଲିସ ସହ ହୋଇଥିବା ବିବାଦରେ 8 ଲୋକ ଆହତ ହୋଇଥିଲେ। ଏହି ମହାପଞ୍ଚାୟତ ସ୍ଥାନିୟ ବିଜେପି ବିଧାୟକ ସଂଗୀତ ସୋମ ଉପରେ ମୁଜ୍ଜଫରନଗର ଦଙ୍ଗା ମାମଲାରେ ଜାତୀୟ ସୁରକ୍ଷା ଧାରା ଲାଗିବା ଏବଂ ଗିରଫ କରିବା ବିରୋଧରେ ଡକାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Indianexpressarchive

ଏହା ପରେ ଆମକୁ dailypioneer. ନ୍ୟୁଜ ପେଜରେ ମଧ୍ୟ ଭାଇରାଲ ଖବର ମିଳିଲା। 30 ସେପ୍ଟେମ୍ବର 2013ରେ ପ୍ରକାଶତ ଏହି ଖବରରେ ଲୋଖାଯାଇଛି ଯେ, ଉତ୍ତର ପ୍ରଦେଶରେ ଭାଜପା ଏମଏଲଏ ସଙ୍ଗୀତ ସୋମର ଗିରଫକୁ ବିରୋଧ କରୁଥିବା ଗାଁ ଲୋକମାନେ ପୋଲିସ ସହ ଝଗଡ଼ା କଲେ ଏବଂ ମେରଠର ଖେଡ଼ା ଗାଁ ସରକାରର ସମ୍ପତି ନଷ୍ଟ କରିଥିଲେ। ଭାଇରାଲ ଫଟୋ ସେହି ସମୟରେ ଅଟେ। ଭାଇରାଲ ଫଟୋର ବର୍ତ୍ତମାନ କୃଷକ ବିରୋଧ ସମୟର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- dailypioneer.archive

କୃଷକମାନଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଏହି ପରି ଅନେକ ଫଟୋ ଭାଇରାଲ ହେଉଛି। ଅଧିକ ଫ୍ୟାକ୍ଟଚେକ ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, କୃଷକ କୁ ଡରଉଥିବାର ଏହି ଭାଇରାଲ ଫଟୋ ବର୍ତ୍ତମାନ କୃଷକ ବିରୋଧ ପ୍ରଦର୍ଶନର ନୁହେଁ। ଭାଇରାଲ ଫଟୋ 2013 ମସିହାର ଅଟେ। 

Avatar

Title:2013 ଫଟୋକୁ ବର୍ତ୍ତମାନର କୃଷକ ବିରୋଧ ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *