
ହାଇଦ୍ରାବାଦ ଗଣଦୁଷ୍କର୍ମର ଘଟଣାର ଅପରାଧୀ ମାନଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟ କଲାପରେ 4 ଅପରାଧିର ମୃତ୍ୟୁ ହୋଇଛି। ଏହାପରେ ଦେଶର ସବୁ ନ୍ୟୁଜ ଚ୍ୟାନେଲ୍ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏନକାଣ୍ଟରର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଅପରାଧିଙ୍କର ଶବ ତଳେ ପଡ଼ିଛି ଏବଂ କିଛି ପୋଲିସ ଆଖ ପାଖରେ ଛିଡ଼ା ହୋଇଛନ୍ତି। ଏହି ଫୋଟୋକୁ ଓଡ଼ିଶାର OTV, ଓଡ଼ିଶା ରିପୋର୍ଟର, ommcom ଭଳି ନ୍ୟୁଜ ଚ୍ୟାନେଲ ହାଇଦ୍ରାବାଦ ଏନକାଣ୍ଟର ନ୍ୟୁଜରେ ବ୍ୟବହାର କରିଛନ୍ତି।
ଓଡ଼ିଶା ରିପୋର୍ଟର ନ୍ୟୁଜ ପେଜରେ ଏହି ଫୋଟୋ ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, ଦୁଷ୍କର୍ମ ଅଭିଯୁକ୍ତଙ୍କ ଶବ ନେଲେନି ପିରବାର,ଅନ୍ତିମ ସଂସ୍କାର କରିବ ପୁଲିସ୍। ଏହା ପରେ ନ୍ୟୁଜର ଅନୁଚ୍ଛେଦରେ ହାଇଦ୍ରାବାଦ ଏନକାଣ୍ଟର ଘଟଣା ବିଷୟରେ ଲେଖା ଯାଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ- Odisha reporter । Archive
ଏହା ଛଡ଼ା ଓଡ଼ିଶାର ନମ୍ବର ୱାନ ନ୍ୟୁଜ ଚ୍ୟାନେଲ ଭାବେ ଜଣାଯାଉଥିବା OTV ରେ ମଧ୍ୟ ଏହି ଫୋଟୋ ବ୍ୟବହାର କରାଯାଇଛି। ନ୍ୟୁଜରେ ଫୋଟୋ ସହିତ ଲେଖା ଯାଇଛି ଯେ, ସ୍ପଟ ଇନକ୍ୱାରି ପାଇଁ ନେଇଥିଲା ପୋଲିସ, ଦୁଷ୍କର୍ମ ଓ ପୋଡ଼ି ମାରିବାର ଘଟଣାସ୍ଥଳକୁ ନେଇଥିଲା, ସିନ ରିକ୍ରିଏସନ୍ ବେଳେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ।

ଏଠାରେ ଲିଙ୍କ୍ ଦେଖନ୍ତୁ- Otv । Archive
ଏହା ଛଡ଼ା ଏହି ଫୋଟୋକୁ ommcom news ପୋଷ୍ଟରେ ମଧ୍ୟ ବ୍ୟବହାର କରାଯାଇଛି। ତେବ କ’ଣ ଏହି ଫୋଟୋ ସତରେ ହାଇଦ୍ରାବାଦ ଏନକାଉଣ୍ଟରର ଅଟେ? ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ବରେ ଆମେ ପ୍ରଥମେ ଏହି ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଗୁଗୁଲ ରିଭର୍ସ ଇମେଜ ପରେ ଆମେ 7 ଅଗଷ୍ଟ 2015ରେ THE HINDUରେ ଭାଇରାଲ ଫୋଟୋ ସହିତ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ ପାଇଲୁ, ଯେଉଁଥିରେ ଲେଖା ୟାଇଥିଲା ଯେ, ତିରୁମାଲା ସ୍ଥିତ ଶେଷଚଲମ ଜଙ୍ଗଲ ଠାରେ 20ଜଣ ଚନ୍ଦନ କାଠ ତସ୍କର ଉପରେ ଆନ୍ଧ୍ରପ୍ରଦେଶ ପୁଲିସ ଚଢାଉ କରିଥିଲା। ଚଢାଉ ସମୟରେ ତସ୍କରମାନେ ଘଟଣା ସ୍ଥଳରୁ ଫେରାର ହେବା ସମୟରେ ପୋଲିସ 20 ଜଣ ତସ୍କର ଉପରେ ଗୁଳି ଚଳାଇଥିଲା। ଏହି ଏନକାଣ୍ଟରରେ 20 ଜଣ ତଷ୍କର ମଧ୍ୟରୁ 12 ଜଣ ତସ୍କରଙ୍କର ମୃତ୍ୟୁ ହୋଇଥିଲା। ଚନ୍ଦନ ତସ୍କରମାନଙ୍କ ସହ ଲଢ଼ିବା ପାଇଁ ଏକ ବିଶେଷ ଟାସ୍କ ଫୋର୍ସ ପ୍ରସ୍ତୁତ କରାଯାଇଥିଲା। ପୁଲିସ ଅନୁସାରେ ଜଙ୍ଗଲରେ ପାଖାପାଖି 100 ତସ୍କର ଚନ୍ଦନ ଗଛ କାଟୁଥିଲେ। ଆନ୍ଦ୍ରପ୍ରଦେଶ ପୁଲିସ ତସ୍କରମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଲା ,କିନ୍ତୁ ତସ୍କରମାନେ ପୁଲିସ ଉପରେ ଗୁଳି ବର୍ଷାଇବା ଆରମ୍ଭ କରିଥିଲେ। ଏହା ପରେ ପୁଲିସ ନିଜ ସୁରକ୍ଷ୍ୟା ପାଇଁ ତସ୍କର ମାନଙ୍କ ଉପରେ ଗୁଲି ମାରି ଥିଲେ ଯେଉଁଥିରେ 20 ତସ୍କର ଏନକାଉଣ୍ଟର ହୋଇଥିଲେ।

ଏଠାରେ ପେଜର ଲିଙ୍କ୍ ଦେଖନ୍ତୁ-THE HINDU । Archive
Coastaldigest ନ୍ୟୁଜ ପେଜ ଅନୁସାରେ ଏନକାଉଣ୍ଟର ହୋଇଥିବା ତସ୍କର ତାମିଲନାଡୁର ଥିଲେ। 2015ରେ ଏହି ଏନକାଉଣ୍ଟର ବିରୁଦ୍ଧରେ ତାମିଲନାଡୁର ବିଭିନ୍ନ ଜାଗାରେ ଲୋକ ବିରୋଦ୍ଧ ପ୍ରଦର୍ଶନ କରିଥିଲେ। କିଛି ଜାଗାରେ ବସ ଏବଂ ଗାଡ଼ି ଆଦି ଜଳାଇ ଦିଆ ଯାଇଥିଲା। ସହି ସମୟରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଏହି ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦେଇଥିଲେ।
ଏହା ଛଡ଼ା 5 ଡିସେମ୍ବରରେ ହାଇଦ୍ରାବାଦ ଏନକାଉଣ୍ଟରର କିଛି ଫୋଟୋ ଏଏନଆଇ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ଯେଉଁଥିରେ ଲେଖା ଯାଇଛି ଯେ, ହାଇଦ୍ରାବାଦ ଏନକାଉମ୍ଟର ସାଇରାବାଦ ପୁଲିସ ଦ୍ୱାରା କରା ଯାଇଥିଲା। ଫୋଟୋରେ ପୁଲିସ ବର୍ଦିରେ ଥିବା ବ୍ୟାଚ୍ ଏବଂ ଭାଇରାଲ ହେଉଥିବା ପୁଲିସ ବର୍ଦିରେ ଥିବା ବ୍ୟାଚ୍ ଏକା ପ୍ରକାରର ନୁହଁ। ଏଥିରୁ ଜାଣା ଯାଉଛି ଯେ,ତେଲେଙ୍ଗାନାର ଏନକାଉଣ୍ଟର ଫୋଟୋକୁ ଆନ୍ଧ୍ରପ୍ରଦେଶ ଏନକାଉଣ୍ଟର ଫୋଟୋ ଭାବେ ଭାଇରାଲ କରାଯାଉଛି।

ଶେଷକଥା-
ଆମ ଅନୁସନ୍ଧାନରୁ ମିଳିଥିବା ତଥ୍ୟରୁ ଜଣାଗଲା ଯେ, ଭାଇରାଲ ହେଉଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅପରାଧି ମାନଙ୍କର ଫୋଟୋ ପ୍ରକୃତରେ ଆନ୍ଧ୍ରପ୍ରଦେଶ ରେ 2015ରେ ଚନ୍ଦନ କାଠ ତସ୍କରମାନଙ୍କ ଉପରେ ହୋଇଥିବା ଏନକାଉଣ୍ଟର ଫୋଟୋ ଅଟେ। କିଛି ନ୍ୟୁଜ ଚ୍ୟାନେଲ ଏହି ଭୁଲ ଫୋଟୋକୁ ହାଇଦ୍ରାବାଦ ଏନକାଉଣ୍ଟର ନ୍ୟୁଜରେ ପୋଷ୍ଚ କରୁଛନ୍ତି।

Title:2015 ପୁରୁଣା ଫୋଟୋକୁ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧିଙ୍କ ଏନକାଉଣ୍ଟର ଫୋଟୋ ଭାବେ ଭାଇରାଲ ହେଉଛି।
Fact Check By: Saritadevi SamalResult:Partly False