
ବିହାରର ଗଙ୍ଗା ନଦୀରେ COVID-19 ମୃତାହତଙ୍କ ମୃତଦେହ ପକା ଯାଉଥିବା ଦାବିରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଫଟୋରେ ନଦୀରେ ଅନେକ ମୃତ ଶରିର ଭାସୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରର ବକ୍ସର ଗଙ୍ଗା ନଦୀରେ ଭାସୁଛି କୋରୋନା ମୃତ ଦେହର । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।
12 ମେ ରେ Prabir Pattanayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, 6 ବର୍ଷ ପୂର୍ବରୁ ଆମର ପ୍ରଧାନମନ୍ତ୍ରୀ କହିଥିଲେ ସେ ବଚନ କରିଛନ୍ତି ଗଙ୍ଗା ସଫେଇ ପାଇଁ.. ବୋଧହୁଏ ଗଙ୍ଗା ରେ ମନୁଷ୍ୟ ର ଶବ ବୁହାଇବା ପାଇଁ ଗଙ୍ଗା ନଦୀରୁ ମାଛ କଙ୍କଡା ସଫା କରିବା ପାଇଁ ଶପଥ ନେଇଥିଲେ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
Prabhat Panigrahi , Suresh, ଆକାଉଣ୍ଟରେ ମଧ୍ୟ ଭାଇରାଲ ଫଟୋ ଏବଂ ଦାବି ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଗଙ୍ଗା ନଦୀରେ ଭାସୁଥିବା ଏହି ସବର ଫଟୋ ଇସ୍ରାଇଲ ନୁହେଁ ବରଂ ପଟନାର ଅଟେ। ଯେଉଁଠାରେ କୋରୋନା ରୋଗିଙ୍କ ମୃତ ଶରିର ପଡ଼ିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙକ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ କୋରୋନା ମୃତ ଶରୀର ବିହାର ଗଙ୍ଗା ନଦୀରେ ଭାସୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। gettyimages ପେଜେରେ ଭାଇରାଲ ଫଟୋ ପାଇଲୁ। ପୋଷ୍ଟରେ ଲିଖାଯାଇଥିବା ସୂଚନା ଅନୁଯାୟୀ, ଚିତ୍ରଟି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ପ୍ୟାରିୟର ନିକଟ ଗଙ୍ଗା କୂଳରେ ଭାସୁଥିବା ମୃତଦେହର ଦୃଶ୍ୟ ଅଟେ। ଏହି ୱେବସାଇଟରେ ପ୍ରଦତ୍ତ ବିବରଣୀ ଅନୁଯାୟୀ, ଏହି ପ୍ରତିଛବି 14 ଜାନୁଆରୀ 2015 ରେ କ୍ଲିକ୍ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- gettyimages । Archive
Dailymailରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ଯାହାକି 14 ଜାନୁଆରି 2015ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫଟୋ ଉନ୍ନାଓର ଗଙ୍ଗା (ଗଙ୍ଗା) କୂଳରେ ଭାସୁଥିବା ମୃତଦେହର ଅଟେ। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ପ୍ୟାରୀ ଘାଟ ନାମକ ଏକ ଶବଦାହ ସ୍ଥାନକୁ ଜଳ ସମାଧି ଦିଆଯାଇଥିବା ଶବ ଗୁଡ଼ିକ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Dailymail । Archive
ଏହା ପରେ ଆମେ gettyimages ପେଜରେ ଭାଇରାଲ ଫଟୋ ଭାଇରଲୁ। ଯାହାକି 14 ଜାନୁଆରୀ 2015ରେ ପୋଷ୍ଟ କରାଯାଇଥିଲା। ଭାଇରାଲ ଫଟୋ ପ୍ୟାରୀ ଘାଟରେ ଉତ୍ତରପ୍ରଦେଶର ଉନ୍ନାଓରେ ନିଆଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-gettyimages । Archive
Zeenews ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋର ଏକ ଭିଡିଓ ପାଇଲୁ। 2015 ମସିହାରେ ଏହି ଘଟଣା ବିଷୟରେ ପ୍ରକାଶିତ କରାଯାଇଛି। ଉତ୍ତରପ୍ରଦେଶର ଉନ୍ନାଓରେ ଏହି ଘଟଣା ଘଟିଥିଲା। ଜାହାର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ବିହାର ଗଙ୍ଗା ନଦୀରେ କୋରୋନା ମୃତ ଶରିର ଭାସୁଥିବା ଦାବିରେ ଭାଇରାଲ ହେଉଥିବା ଫଟୋ 2015 ମସିହାର ଅଟେ। ଭାଇରାଲ ଫଟୋ ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳର ଅଟେ।
Title:ପଟନା ଗଙ୍ଗା ନଦୀରେ କୋରୋନା ମୃତ ଶରୀର ଭାସୁଛି ? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False


