ତିନି ବର୍ଷ ପୁରୁଣା ବାଙ୍ଗଲାଦେଶ ଭିଡିଓ କୁ କୋଲକାତାର କହି ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲା ହେଉଛି, ଯେଉଁଥିରେ ଅଧିକ ସଂଖ୍ୟାରେ ମୁସ୍ଲିମମାନେ ଅହ୍ଲା ହୁଁ ଅକବର କହି ନାରା ଲଗାଉଛନ୍ତି। ଭିଡିଓ ସହା ଦାବି କରାଯାଉଛି ଯେ, ଭାଇରଲା ହେଉଥିବା ଏହି ଭିଡିଓ କୋଲକାତାର ଅଟେ। ଯେଉଁଠାରେ ମୁସ୍ଲିମମାନେ ଇସ୍ଲାମ ଜିନ୍ଦାବାଦର ନାରା ଲଗାଉଥିବାର ଦେଖାଯାଉଛନ୍ତି। 

ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭାଇରାଲ ଭିଡିଓ କୋଲକାତାର ନୁହେଁ ବରଂ ବାଙ୍ଗଲା ଦେଶର ଅଟେ। 

20 ନଭେମ୍ବରରେ Krishna Nanda Dhal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହା କୋଲକାତାର ଦୃଶ୍ୟ ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏ କୋଲକାତାର ଦୃଶ୍ୟ, ମମତା ବାନୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 800ରୁ ଅଧିକ ଲୋକ ଦେଖିସାରିଛନ୍ତି । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ ମୁସ୍ଲିମମାନେ ଇସ୍ଲାମ ଜିନ୍ଦାବାଦ ନାରା ଲଗାଉଥିବା ଭିଡିଓ କୋଲକାତାର କି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ଭିଡିର କିଛି ଲିଙ୍କ ମିଳିଲା। ଫଟୋରେ ଆମେ ଦିଖଲୁ ଯେ, ଏକ ପତାକା ଧରି ଲୋକମାନେ ପ୍ରଦର୍ଶନ କରୁଛନ୍ତି। ତେବେ ସେହି ପତାକା ଭାରତର ନୁହେଁ ବେଲି ଆମେ ସ୍ପଷ୍ଟ ହେଲୁ। ଫଟୋରେ ଦେଖା ଯାଉଥିବା ପତାକା ବାଙ୍ଗଲା ଦେଶରଥିବା ପରି ଜାଣା ପଡ଼ୁଛି। ଆମେ ଗୁଗୁଲରେ ବାଙ୍ଗଲା ଦେଶର ପତାକା ମାରି ସର୍ଚ୍ଚ କରିଲୁ। googleରେ ଆମକୁ ବାଙ୍ଗଲା ଦେଶର ପତାକା ଫଟୋ ଦେଖିବାକୁ ମିଳିଲା। ଯାହାକି ଭିଡିଓରେ ଦେଖାଯାଉଥିବା ପତାକା ସହ ସମାନ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- google

ଏହା ପରେ ଆମେ ଗୁଗୁଲରେ ବିଭିନ୍ନ କି ଶବ୍ଦ ଲେଖି ସର୍ଚ୍ଚ କିରଲୁ। ସର୍ଚ୍ଚରେ  Spice info Tube ଚ୍ୟାନେଲରେ ଆମକୁ ଭାଇରାଲ ଭିଡିଓର ଲିଙ୍କ ମିଳିଲା। ଯାହାକି 13 ସେପ୍ଟେମ୍ବର 2017ରେ ପ୍ରକାଶିତ ହୋଇଥିଲା। ପୋଷ୍ଟରେ ଲେଖାଯାଇଛି ଯେ, (Islami Andolon Bangladesh enclose Myanmar Embassy) ଇସଲାମି ଆଣ୍ଡୋଲନ୍ ବାଂଲାଦେଶ ମିଆଁମାର ଦୂତାବାସକୁ ଘେରି ରହିଛି।  ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ୟୁଟ୍ୟୁବ Spice info Tube ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ଭିଡିଓରେ ଦେଖିବାକୁ ପାଇଲୁ ଯେ, ପ୍ରଦର୍ଶନ କରୁଥିବା ବ୍ୟକ୍ତିରଙ୍କ ହାତରେ  ବ୍ୟାନର ଅଛି। ଯେଉଁଥିରେ ଲେଖାଯାଇଛି, Islam Shasantanta Chhatra Andolan ଏହାକୁ ନେଇ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Islam Shasantanta Chhatra Andolan ପେଜ ମିଳିଲା। ଯାହକି ବାଙ୍ଗଲା ଦେଶର ବୋଲି ଆମେ ସ୍ପଷ୍ଟ ହେଲୁ।  ପେଜରେ ଲେଖାଯାଇଛି, ଢାକା ଡିଭିଜନ , ବାଙ୍ଗଲାଦେଶ। ଅର୍ଥାତ୍ ଏହି ଆନ୍ଦୋଳନ ବାଙ୍ଗଲାଦେଶର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଏହା ପରେ ଆମକୁ ISCA BD ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରଦର୍ଶନର ଭିଡିଓ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, Protest Rally towards Myanmar embassy in Dhaka, Bangladesh for blockingଅବରୋଧ ପାଇଁ ବାଂଲାଦେଶର ଢ଼ାକାରେ ଥିବା ମିଆଁମାର ଦୂତାବାସ ପ୍ରତିବାଦ ରାଲି। ଏହି ଭିଡିଓ 2017ରେ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ମୁସ୍ଲିମମାନେ ଇସ୍ଲାମ ଜିନ୍ଦାବାଦ ନାରା ଲଗାଉଥିବା ଭାଇରାଲ ଭିଡିଓ କୋଲକାତାର ନୁହେଁ ବରଂ 2017 ମିସହାର ବାଙ୍ଗଲା ଦେଶର ଅଟେ।

Avatar

Title:ତିନି ବର୍ଷ ପୁରୁଣା ବାଙ୍ଗଲାଦେଶ ଭିଡିଓ କୁ କୋଲକାତାର କହି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *