
ଦାଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ସଓସିଆଳ ମିଡିଆରେ ଅନେକ ଖବର ଭାଇରାଲ ହେଉଛି। ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ କିଛି ଦାବି ମିଥ୍ୟା ମଧ୍ୟ ଥାଏ। କୃଷି ଆନ୍ଦୋଳନର ଅନେକ ଫେକ ଖବର ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନାକୁ ଆଣିଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ପଇସା ନେଇ ପ୍ରଦର୍ଶନ କରୁଥିବା କଥା କହୁଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଚାଲୁଥିବା କୃଷି ଆନ୍ଦୋଳନରେ ନକଲି ଚାଷିମାନଙ୍କୁ ପଇସା ଦେଇ ପ୍ରଦର୍ଶନରେ ସମିଲ କରାଇଛନ୍ତି। ଭିଡିଓରେ ବୃଦ୍ଧ ବ୍ୟକ୍ତି ଜଣକ ମାନୁଛନ୍ତି ମଧ୍ୟ ସେ ପଇସା ନେଇ ପ୍ରଦର୍ଶନ କରିବା କୁ ଆସିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
4 ଡିସେମ୍ବରରେ Kranti News ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନକଲି ଚାଷୀମାନଙ୍କୁ ପଇସା ଦେଇ ଦିଲ୍ଲୀ ଡାକି ପ୍ରଦର୍ଶନ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଷଡଯନ୍ତ୍ର
ମିଛ ଆନ୍ଦୋଳନ, ଆଉ ଏକ ଶାହୀନବାଗର ଖେଳ !! ଲୋକମାନଙ୍କୁ ପଇସା ଦେଇ ଅଣାଯାଉଛି ନାଟକ କରିବାକୁ। ସରକାରଙ୍କୁ କେବଳ ଅସୁବିଧାରେ ପକେଇବାକୁ। ଭାରତର କୌଣସି କୃଷକ ସଙ୍ଗଠନ ଏଥିରେ ସାମିଲ ନାହିଁ। କେନ୍ଦ୍ର ସରକାର କୃଷି ଏବଂ କୃଷକମାନଙ୍କ ପାଇଁ ସବୁ କିଛି କରୁଛି କିନ୍ତୁ ମିଛ, ନକଲି କୃଷକଙ୍କୁ ଅଣାଯାଇ କେବଳ ଲୋକମାନଙ୍କୁ ଭୁଆଁବୁଲେଇବାକୁ ଚେଷ୍ଟା କରୁଛନ୍ତି କିଛି ଦେଶଦ୍ରୋହୀ ତତ୍ତ୍ୱ।#fakefarmers #congressconspiracy
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଧୋଳନରେ ନକଲି ଚାଷୀମାନଙ୍କୁ ପଇସା ଦେଇ ପ୍ରଦର୍ଶନ କରିବା ପାଇଁ ଡକାଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭଆଙଅଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଦିଲ୍ଲୀ ବିଜେପି ନେତା Kapil Mishra 26 ମାର୍ଚ୍ଚ 2018 ରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଥିବାର ଦେଖିଲୁ। ଭିଡିଓ ସେୟାର କରିବାବେଳେ ସେ କ୍ୟାପସନ ଲେଖିଛନ୍ତି, (केजरीवाल की हरियाणा रैली रैली खत्म – पैसा हज़म) “କେଜ୍ରିୱାଲଙ୍କ ହରିୟାଣା ରାଲି ,ରାଲି ସମାପ୍ତ-ପଇସା ଖୋଳ”। ଏଥିରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ 2018ର ଅଟେ।
26 ମାର୍ଚ୍ଚ 2018ରେ ANI ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏପରି ଏକ ଭିଡିଓ ପାଇଲୁ। ଖବର ଅନୁସାରେ ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ହରିୟାଣାର ହିସାରରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଜନ ସମାବେଶରେ ଉପସ୍ଥିତ ରହିବାକୁ ଶ୍ରମିକମାନଙ୍କୁ 350 ଟଙ୍କା ଏବଂ ଖାଦ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ସେମାନଙ୍କୁ ଟଙ୍କା କିମ୍ବା ଖାଦ୍ୟ ମିଳି ନଥିଲା। ଯେଉଁଥିପାଇଁ ଲୋକମାନେ ଏହାକୁ ନେଇ ଅଭିଯୋଗ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
26 ମାର୍ଚ୍ଚ 2018 aajtak ପେଜରେ ମଧ୍ୟ ଭାଇରାଲ ଭିଡିଓର ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବରରେ ଲେଖାଯାଇଛି ଯେ, କେଜରିୱାଲ ରାଲିର ଭିଡିଓ ଭାଇରାଲ, ପାର୍ଟିର ଟୋପି ପିନ୍ଧି ଲୋକମାନେ ନିଜକୁ ଶ୍ରମିକ କହୁଛନ୍ତି। ଲୋକଙ୍କ କହିବା ଅନୁସାରେ ସେମାନଙ୍କୁ ବାହାଦୁରଗଢ଼ ରୁ ହିସାର 350ଟଙ୍କା ଦେବାପାଇଁ କହି ବସରେ ଅଣାଯାଇଥିଲା। ତେବେ ଭାଇରାଲ ଭିଡିଓ 2018ର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେୈଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- aajtak । Archive
ଆମ ଅଦମି ପାର୍ଟି ଉପରେ ଏପରି ଆଲୋପ ଲାଗିବା ପରେ ପାର୍ଟି ଆରୋପର ଖଣ୍ଡନକରିଥିଲା। ଆମ ଆଦମି ପାର୍ଟିର ନେତ୍ରୀ Aarti ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିରେ କହୁଥିବା ବୃଦ୍ଧ ବ୍ୟକ୍ତିଜଣଙ୍କର ଅନ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ବୃଦ୍ଧ ବ୍ୟକ୍ତିଜଣଙ୍କ କାହିଁକି ଆମ ଆଦମି ପାର୍ଟି ଉପରେ ଏପରି ଆରୋପ ଲଗାଇଥିଲେ ତାହାର ସ୍ପଷ୍ଟି କରଣ ଦେଇଛନ୍ତି। ଯେଉଁଥିରେ ସେ ଚାପରେ ଆସି ଏପରି ଆରୋପ ଲଗାଇଥିବାର କଥାକହିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ତେବେ ଅର୍ବିନ୍ଦ କେଜରିୱାଲ ଏବଂ ତାଙ୍କ ଦଳ ଉପରେ ଲାଗିଥିବା ଆରୋପ ସତ ନା ନାହିଁ ତାହା ଆମେ ସ୍ପଷ୍ଟ ନାହିଁ। କିନ୍ତୁ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ 2018ର ଅଟେ। ଭିଡିଓର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେଉଥିବା ଭିଡିଓ 2018ର ଅଟେ। ଭିଡିଓର ବର୍ତ୍ତମାନ ଚାଷୀ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:2018 ଭିଡିକୁ ବର୍ତ୍ତମାନ ଚାଷୀ ଆନ୍ଦୋଳନ ସହ ଯୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False